Advertisment

ପୁଲିସ ଗାଡ଼ି ଓ ଟ୍ରକ୍ ମୁହାଁମୁହିଁ ଧକ୍କା; ୨ମୃତ,୩ ଆହତ

ଦୁର୍ଘଟଣାରେ ପରେ ଟ୍ରକ୍‌ ଡ୍ରାଇଭର ଗାଡ଼ି ଛାଡି ଫେରାର ହୋଇଯାଇଛି।

ଅଦ୍ୟତନ ହୋଇଛି
Road Accident

Road Accident

Advertisment

ବୌଦ୍ଧ ଜିଲ୍ଲା କମଳପୁର ଛକ ନିକଟରେ ଆଜି ଭୋର ସମୟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ପୁଲିସ ଗାଡ଼ି ଟ୍ରକ୍ ମୁହାଁମହିଁ ଧକ୍କା ହେବାଫଳରେ ୨ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୩ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ଦ୍ୱୟ ହେଲେ ଡ୍ରାଇଭର ପ୍ରଶାନ୍ତ ଓ ବାଉଁଶୁଣୀ ଥାନାର ହୋମଗାର୍ଡ ଜଗନ୍ନାଥ ମେହେର। ଆହତମାନେ ହେଲେ ବାଉଁଶୁଣୀ ଥାନା ଏଏସ୍‌ଆଇ, ହୋମଗାର୍ଡ ଓ କନେଷ୍ଟବଲ। ସମସ୍ତ ଗୁରୁତରଙ୍କୁ ବୌଦ୍ଧ ମେଡିକାଲରେ
ଭର୍ତ୍ତି କରାଯାଇଛି।

Advertisment

ଆଜି ଭୋର ସମୟରେ ବାଉଁଶୁଣୀ ଥାନାର ଏକ ଟିମ୍ କଟକ ଜିଲ୍ଲାରୁ ଏକ ରେସ୍କ୍ୟୁ ଅପରେସନ ସାରି ବ୍ୟକ୍ତିଗତ ବୋଲେରୋରେ ଥାନାକୁ ଫେରୁଥିଲେ। ଏହି ସମୟରେ ଜନାପଙ୍କ ଫାଣ୍ଡି ଅନ୍ତର୍ଗତ କମଳପୁର ଛକ ନିକଟରେ ସୋନପୁର ଆଡୁ ଆସୁଥିବା ଏକ ଟ୍ରକ ସହିତ ବୋଲେରୋର ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାପରେ ବୋଲେରୋଟି ଓଲଟି ପଡ଼ିଥିଲା। ଘଟଣାସ୍ଥଳରେ ଜଣେ ପୁଲିସ୍ ହୋମଗାର୍ଡ ଓ ବୋଲେରୋ ଡ୍ରାଇଭରଙ୍କର ମୃତ୍ୟୁ ଘଟିଥିଲା। ୩ଜଣ ପୁଲିସ କର୍ମଚାରୀ ଆହତ ହୋଇଥିଲେ।

ଦୁର୍ଘଟଣାରେ ପରେ ଟ୍ରକ୍‌ ଡ୍ରାଇଭର ଗାଡ଼ି ଛାଡି ଫେରାର ହୋଇଯାଇଛି। ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।

Advertisment
Odisha Police Road Accident Boudh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe