Advertisment

ଆମ୍ବୁଲାନ୍ସ-ବସ୍‌ ମୁହାଁମୁହିଁ ଧକ୍କା

ଗତକାଲି ବୌଦ୍ଧରୁ ମିନାର ନାମକ ଏକ ଯାତ୍ରୀବାହୀ ବସ୍ ୪୫ ଜଣ ଯାତ୍ରୀଙ୍କୁ ନେଇ ଭୁବନେଶ୍ୱର ଅଭିମୁଖେ ଆସୁଥିଲା।

author-image
Tapaswini Nayak
ଅଦ୍ୟତନ ହୋଇଛି
boudha medical

boudha medical

ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ଅନ୍ତର୍ଗତ ରାଧାନଗରଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରୋଗୀ ନେଇ ଆସୁଥିବା ଆମ୍ବୁଲାନ୍ସକୁ ଯାତ୍ରୀବାହୀ ବସ୍‌ ଧକ୍କା ଦେବାରୁ ଆମ୍ବୁଲାନ୍ସ ଡ୍ରାଇଭର ସମେତ ୩ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତମାନେ ରୋଗୀଙ୍କ ସମ୍ପର୍କୀୟ ବୋଲି ଜଣାଯାଇଛି।

Advertisment

ଗତକାଲି ବୌଦ୍ଧରୁ ମିନାର ନାମକ ଏକ ଯାତ୍ରୀବାହୀ ବସ୍ ୪୫ ଜଣ ଯାତ୍ରୀଙ୍କୁ ନେଇ ଭୁବନେଶ୍ୱର ଅଭିମୁଖେ ଆସୁଥିଲା। ଏହି ସମୟରେ ବୀପରିତ ଦିଗରୁ ରୋଗୀ ନେଇ ଆସୁଥିବା ଆମ୍ବୁଲାନ୍ସଟି ରଧାନଗର ଠାରେ ବସ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାରେ ଆମ୍ବୁଲାନ୍ସ ଡ୍ରାଇଭର ସମେତ ୩ଜଣ ଆହତ ହୋଇଥିଲେ। ସୌଭାଗ୍ୟ ବଃଶତ ଆମ୍ବୁଲାନ୍ସରେ ଭିତରେ ଥିବା ରୋଗୀର କିଛି ହୋଇ ନଥିଲା। ଆହତମାନଙ୍କୁ ବୌଦ୍ଧ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଦୁର୍ଘଟଣାରେ ବସ୍‌ରେ ଥିବା ଯାତ୍ରୀମାନଙ୍କର କିଛି ହୋଇ ନଥିଲା। ଆମ୍ବୁଲାନ୍ସ ନବ ଜାତ ଶିଶୁଥିଲା। ତାହାର କିଛି ହୋଇନାହିଁ। 

Roadaccident