Advertisment

କୁହୁଡ଼ି ହେଲା କାଳ: ସେଫ୍ଟି ପୋଲରେ ପିଟି ହେଲା ବସ୍‌

‘ବେଲୁନ’ ନାମକ ଘରୋଇ ବସ୍‌ ଗତ ରାତିରେ ୪୦ ଯାତ୍ରୀଙ୍କୁ ଧରି ଭୁବନେଶ୍ୱରରୁ ସମ୍ବଲପୁର ଜିଲ୍ଲା ଉଲୁଣ୍ଡା ଅଭିମୁଖେ ବାହାରିଥିଲା। ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଜାତୀୟ ରାଜପଥ କରଡାକୋଠାଠାରେ ‍ବସ୍‌ଟି ଏକ ସେଫ୍ଟି ପୋଲରେ ପିଟି ହୋଇଥିଲା।

Bus accident

Bus accident

Advertisment

ଭାରସାମ୍ୟ ହରାଇ ସେଫ୍ଟି ପୋଲ ବାଡ଼ାରେ ପିଟି ହେଲା ବସ୍‌। ଏହି ଦୁର୍ଘଟଣାରେ ୪ ବସ୍‌ ଯାତ୍ରୀ ଗୁରୁତର ହୋଇଛନ୍ତି। ଏପରି ଏକ ଦୁର୍ଘଟଣା ଆଜି ସକାଳେ ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଜାତୀୟ ରାଜପଥ କରଡାକୋଠାଠାରେ ଘଟିଛି।

Advertisment

‘ବେଲୁନ’ ନାମକ ଘରୋଇ ବସ୍‌ ଗତ ରାତିରେ ୪୦ ଯାତ୍ରୀଙ୍କୁ ଧରି ଭୁବନେଶ୍ୱରରୁ ସମ୍ବଲପୁର ଜିଲ୍ଲା ଉଲୁଣ୍ଡା ଅଭିମୁଖେ ବାହାରିଥିଲା। ଆଜି ଭୋର ସମୟରେ ବସ୍‌ଟି କରଡ଼ାକୋଠାଠାରେ ଜାତୀୟ ରାଜପଥରେ ଯାଉଥିବା ବେଳେ ଘନ କୁହୁଡ଼ି ହେତୁ କିଛି ଦୃଶ୍ୟମାନ ହେଉ ନ ଥିଲା। ଫଳରେ ବସ୍‌ଟି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ସେଫ୍ଟି ପୋଲରେ ପିଟି ହୋଇଥିଲା। ଏହାପରେ ରାସ୍ତା ପାର୍ଶ୍ୱରେ ଥିବା ଡ୍ରେନରେ ବସ୍‌ ଚକା ଖସି ପଡ଼ିଥିଲା।

ଏହି ଦୁର୍ଘଟଣାରେ ଥିବା ବସ୍‌ ଯାତ୍ରୀଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ଅଛି। ସ୍ଥାନୀୟ ଲୋକେ ଓ ପୁଲିସ୍‌ ତୁରନ୍ତ ଗୁରୁତରଙ୍କୁ ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ବସ୍‌ର ଅବଶିଷ୍ଟ ଯାତ୍ରୀଙ୍କୁ ଅନ୍ୟ ଏକ ବସ୍‌ରେ ଗନ୍ତବ୍ୟ ସ୍ଥଳ ଅଭିମୁଖେ ପଠାଇ ଦିଆଯାଇଛି। ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି।

Advertisment
Road Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe