/odisha-reporter/media/post_attachments/uploadimage/library/16_9/16_9_0/IMAGE_1683258495.jpg)
Road Accident
ଗଛ ପିଟିହୋଇ ଓଲଟି ପଡ଼ିଲା ପୁଲିସ ଭ୍ୟାନ୍। ଦୁର୍ଘଟଣାରେ ୫ଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ବୌଦ୍ଧ ଜିଲ୍ଲ ସୀମାନ୍ତ ବାଉରୀଯୋର ନିକଟରେ ଗତକାଲି ରାତିରେ ଏହି ଦୁର୍ଘଟଣା ଘଟିଛି। ଆହତ ପୁଲିସ କର୍ମଚାରୀମାନେ ହେଲେ ଜଣେ ପୁଲିସ ଏସ୍ଆଇ ଓ ୪ ଜଣ କନେଷ୍ଟବଲ। ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
Advertisment
ଗତକାଲି ବୀମହାରାଜପୁର ବ୍ଲକ ସୁବଳୟା ଥାନାର ୫ଜଣ ପୁଲିସ କର୍ମଚାରୀ ପିତାମଉରୁ ପାଟ୍ରୋଲିଂ କରି ଥାନାକୁ ଫେରୁଥିଲେ। ଏହି ସମୟରେ ବାଉରୀଯୋର ନିକଟରେ ଗାଡ଼ିଟି ଭାରସାମ୍ୟ ହରାଇ ଗଛରେ ପିଟି ହୋଇଯାଇଥିଲା। ପରେ ପୁଲିସ ଭ୍ୟାନଟି ଓଲଟି ପଡ଼ିଥିଲା।
ଦୁର୍ଘଟଣାରେ ୫ଜଣ ପୁଲିସ କର୍ମଚାରୀ ଆହତ ହୋଇଥିଲେ। ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଡାକ୍ତର କହିଛନ୍ତି। ପୁଲିସ ଘଟଣାର ତଦନ୍ତ କରୁଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
