Advertisment

୩ ମଇଁଷିଙ୍କୁ ଧକ୍କା ଦେଇ କାର୍‌ ଉପରେ ମାଡ଼ିଗଲା ଟ୍ରକ୍, ୬ ଆହତ

ଗତକାଲି ରାତିରେ ଏକ ଆଜବେଷ୍ଟସ ବୋଝେଇ ଟ୍ରକ ବୌଦ୍ଧରୁ ଭୁବନେଶ୍ୱର ଅଭିମୁଖେ ଯିବାବେଳେ ଏହି ଦୁର୍ଘଟଣା ଘଟିଥିଲା।

ଅଦ୍ୟତନ ହୋଇଛି
Road Accident

Road Accident

Advertisment

ବୌଦ୍ଧ ଜିଲ୍ଲା ସୀମାନ୍ତ ମାଧପୁର ଛକ ନିକଟରେ ଏକ ଆଜବେଷ୍ଟସ ବୋଝେଇ ଟ୍ରକ୍ ୩ଟି ମଇଁଷିଙ୍କୁ ଧକ୍କା ଦେବା ପରେ ଏକ କାର୍‌କୁ ଉପରେ ମାଡ଼ି ଯିବାରୁ ୬ଜଣ ଆହତ ହୋଇଛନ୍ତି। ସମସ୍ତଙ୍କୁ ପୁରୁଣା କଟକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

Advertisment

ଗତକାଲି ରାତିରେ ଏହି ଆଜବେଷ୍ଟସ ବୋଝେଇ ଟ୍ରକ ବୌଦ୍ଧରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲା। ମାଧପୁର ନିକଟରେ ୩ ଟି ମଇଁଷିଙ୍କୁ ଟ୍ରକଟି ଧକ୍କା ଦେଇଥିଲା। ପରେ ସାମ୍ନା ପଟରୁ ଆସୁଥିବା ଏକ ଇନୋଭା କାର୍‌ ଉପରେ ମାଡ଼ି ଯାଇଥିଲା। ଏହା ପରେ ଟ୍ରକ୍‌ଟି ରାସ୍ତାକଡ଼କୁ ଓଲଟି ପଡ଼ିଥିଲା।

ଦୁର୍ଘଟଣାରେ ଟ୍ରକ ଡ୍ରାଇଭର ଓ ହେଲପର ଗୁରୁତର ଆହତ ହୋଇଥିବା ବେଳେ କାରରେ ଥିବା ୪ ଜଣ ଯାତ୍ରୀ ମଧ୍ୟ ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ସମସ୍ତଙ୍କୁ ଉଦ୍ଧାର କରି ପୁରୁଣା କଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।

Advertisment

ଟ୍ରକ୍ ଡ୍ରାଇଭର ଓ ହେଲପରର ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବୁର୍ଲା ସ୍ଥାନାନ୍ତରିତ କରାଯାଇଛି। ତେବେ କାରରେ ଥିବା ୪ଜଣ ଯାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ଜଣାପଡିଛି। ପୁଲିସ ଦୁର୍ଘଟଣାଗ୍ରସ୍ତ ଟ୍ରକ ଓ କାରକୁ ଜବତ କରି ଘଟଣାର ତଦନ୍ତ କରୁଛି।

Roadaccident Boudh , Odisha Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe