Advertisment

ଜେଲ୍‌ରୁ ମିଳିଲା କଏଦୀଙ୍କ ଝୁଲନ୍ତା ମୃତଦେହ

ନିଜ ପରିବାରର ଦୁଇ ସଦସ୍ୟଙ୍କୁ ହତ୍ୟା କରି ଆଜୀବନ କାରାଦଣ୍ଡ ଭୋଗୁଥିଲେ।

ଅଦ୍ୟତନ ହୋଇଛି
Boudha Jail

Boudha Jail

Advertisment

ବୌଦ୍ଧ ସ୍ଵତନ୍ତ୍ର ଉପ କାରାଗାରରୁ ଜଣେ କଏଦୀଙ୍କ ଝୁଲନ୍ତା ମୃତଦେହ ମିଳିଛି। ସେ ଆତ୍ମହତ୍ୟା କରିଥିବା କୁହାଯାଉଛି।

Advertisment

ମୃତ କଏଦୀଙ୍କ ନାଁ ରବୀନ୍ଦ୍ର ମେହେର। ତାଙ୍କ ଘର ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ଜମଘାଟି ଗାଁରେ। ୨୦୧୫ରେ ସେ ତାଙ୍କ ପରିବାରର ଦୁଇ ଜଣ ସଦସ୍ୟଙ୍କୁ ହତ୍ୟା କରି ଗିରଫ ହୋଇଥିଲେ। ୨୦୧୮ରେ ବୌଦ୍ଧ ଜିଲ୍ଲା କୋର୍ଟ ତାଙ୍କୁ ଏହି ମାମଲାରେ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡାଦେଶ ଦେଇଥିଲେ।

ସୂଚନା ଅନୁଯାୟୀ, ଗତକାଲି ରାତିରେ ଖାଇ ସାରିବା ପରେ ଶୌଚାଳୟକୁ ଯାଇଥିଲେ ରବୀନ୍ଦ୍ର। କିନ୍ତୁ ଆଉ ଫେରି ନଥିଲେ। କିଛି ସମୟ ପରେ ଅନ୍ୟ କଏଦୀମାନେ ତାଙ୍କୁ ଶୌଚାଳୟରେ ଗାମୁଛାରେ ଝୁଲନ୍ତା ଅବସ୍ଥାରେ ଠାବ କରିଥିଲେ। ଘଟଣା ସଂପର୍କରେ ଖବର ପାଇ ଜେଲ୍ କର୍ମଚାରୀ ସେଠାରେ ପହଞ୍ଚିଥିଲେ। ପରେ ରବୀନ୍ଦ୍ରଙ୍କ ପରିବାର ଲୋକ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମୃତଦେହଟିକୁ ତଳକୁ ଓହ୍ଲାଇ ବ୍ୟବଚ୍ଛେଦ ପାଇଁ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା।

Advertisment

ରବୀନ୍ଦ୍ର ଜଣେ ମାନସିକ ରୋଗୀ ଥିଲେ ବୋଲି ବୌଦ୍ଧ ଜେଲ କର୍ତ୍ତୃପକ୍ଷ କହିଛନ୍ତି। ୨୦୧୭ ମସିହାରୁ ସେ ଏଥିପାଇଁ ଚିକିତ୍ସିତ ହେଉଥିଲେ। ୨୦୧୭ରେ ତାଙ୍କୁ ସମ୍ବଲପୁର ଜେଲକୁ ପଠାଯାଇଥିଲା। ସେଠାରେ ରହି ସେ ବୁର୍ଲା ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ୨୦୧୯ରେ ରବୀନ୍ଦ୍ରଙ୍କୁ କଟକ ଚୌଦ୍ୱାର ଜେଲକୁ ପଠାଯାଇଥିଲା। କଟକରେ ଆହୁରି ଅଧିକ ଉନ୍ନତ ଚିକିତ୍ସା ଯୋଗାଇ ଦେବା ଉଦ୍ଦେଶ୍ୟରେ ତାଙ୍କୁ ଚୌଦ୍ୱାର ଜେଲରେ ରଖାଯାଇଥିଲା।

ଜେଲ୍ ଡିଜି ମନୋଜ ଛାବ୍ରାଙ୍କ ସୂଚନା ଅନୁସାରେ, ରାଜ୍ୟରେ ଥିବା ୮୭ଟି ଜେଲରେ ୮୦୦ରୁ ଅଧିକ କଏଦୀ ମାନସିକ ରୋଗରେ ପୀଡ଼ିତ। ମାଲକାନଗିରି ଜେଲରେ ଏହି ସଂଖ୍ୟା ସବୁଠୁ ଅଧିକ। ତା’ପଛକୁ ରହିଛି କୋରାପୁଟ ଓ ଜୟପୁର ଜେଲ। NCRBର ତଥ୍ୟ ଅନୁସାରେ, ଓଡ଼ିଶା ଜେଲରେ ମାନସିକ ରୋଗୀଙ୍କ ସଂଖ୍ୟା ୨୦୧୯ରେ ୬୨୬ ଥିବା ବେଳେ ୨୦୨୦ରେ ୬୯୬ ଓ ୨୦୨୧ ମସିହାରେ ୬୯୯ ରହିଥିଲା।

Suicide Jail Prisoners Boudh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe