Advertisment

ମର୍ମନ୍ତୁଦ ଦୁର୍ଘଟଣା: ୫ଟି ବାଇକ୍‌କୁ ପିଟି ଓଲଟି ପଡ଼ିଲା ସ୍କର୍ପିଓ

ଏକ ସ୍କର୍ପିଓ ୫ଟି ବାଇକ୍‌କୁ ଧକ୍କା ଦେବାରୁ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛି।

ଅଦ୍ୟତନ ହୋଇଛି
Accident

Accident

Advertisment

ବୌଦ୍ଧ ଜିଲ୍ଲା ବହିରା ଛକଠାରେ ଆଜି ସକାଳେ ଏକ ମର୍ମନ୍ତୁଦ ସିରିଜ୍ ଦୁର୍ଘଟଣା ଘଟିଛି । ଏକ ସ୍କର୍ପିଓ ୫ଟି ବାଇକ୍‌କୁ ଧକ୍କା ଦେବାରୁ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛି। ଏହା ପ୍ରତିବାଦରେ ଉତ୍ତ୍ୟକ୍ତ ଲୋକେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି।

Advertisment

ଆଜି ସକାଳେ ଏକ ସ୍କର୍ପିଓ ବଲାଙ୍ଗୀରରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲା। ବହିରା ଛକଟାରେ ସ୍କର୍ପିଓଟି ଆଗରେ ଯାଉଥିବା ୫ଟି ବାଇକ୍‌କୁ ଗୋଟାଏ ପରେ ଗୋଟାଏ ପିଟି ଚାଲିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ବାଇକ୍‌ଗୁଡ଼ିକ ରାସ୍ତାର ବିଭିନ୍ନ ସ୍ଥାନରେ ଛିନଛତ୍ର ହୋଇ ପଡ଼ିଥିବା ବେଳେ ଚାଳକମାନେ ରାସ୍ତା ଉପରେ ଛିଟିକି ପଡ଼ିଥିଲେ। ଦୁର୍ଘଟଣା ଘଟାଇ ସ୍କର୍ପିଓଟି ରାସ୍ତାରେ ଓଲଟି ପଡ଼ିଥିଲା। ସ୍କର୍ପିଓ ଚାଳକଙ୍କୁ ପୁଲିସ୍‌ ଅଟକ ରଖିଛି। 

ଏହି ଦୁର୍ଘଟଣାରେ ୫ ବାଇକ୍‌ ଚାଳକଙ୍କ ମଧ୍ୟରୁ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି। ମୃତ ବାଇକ୍‌ ଚାଳକ ହେଲେ ଆଇଁଲାପଳି ପିଇଓ ଗୋବିନ୍ଦ ସାହୁ ମୃତ । ଏହି ସମୟରେ ନିକଟରେ ହୋଟେଲ ପାଖରେ ଛିଡ଼ା ହୋଇଥିବା ଜଣେ ବ୍ୟକ୍ତିଙ୍କର ମଧ୍ୟ ମୃତ୍ୟୁ ହୋଇଛି। ଆଇଁଲାପଳି ପିଇଓ ଗୋବିନ୍ଦ ସାହୁ ମୃତ ପତାକା ଉତ୍ତୋଳନ ନିମନ୍ତେ ପଞ୍ଚାୟତ ଅଫିସ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। 

Advertisment

ଖବର ପାଇ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରିଛନ୍ତି। ଏହାପରେ ଉତ୍ତ୍ୟକ୍ତ ଲୋକେ ଟାୟାର ଜାଳି ୫୭ ନଂ ଜାତୀୟ ଅବରୋଧ କରିଛନ୍ତି। ପୁଲିସ୍‌ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରୁଥିଲେ ବି ପରିସ୍ଥିତି ଶାନ୍ତ ପଡ଼ିନି। କ୍ଷତିପୂରଣ ଜିଦ୍‌ରେ ଅଡ଼ି ବସିଛନ୍ତି ସ୍ଥାନୀୟ ଲୋକେ। ଫଳରେ ଉଭୟ ପଟରେ ଶହ ଶହ ଗାଡି ମୋଟର ଅଟକି ରହିଛି । 

Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe