ବୌଦ୍ଧ (ଭାର୍ଜନ ପ୍ରଧାନ): ବୌଦ୍ଧ ଜିଲ୍ଲାରେ ଥିବା ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ୱର ଜାତୀୟ ରାଜପଥରେ ଆଜି ୧୦୮ ଆମ୍ୱୁଲାନ୍ସ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୩ ଜଣ ଗୁରୁତର ଭାବରେ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଗାଡ଼ି ଚାଳକ, ରୋଗୀ ଓ ତାଙ୍କ ସମ୍ପର୍କୀୟ ରହିଛନ୍ତି।
ଲକ୍ଷ୍ମଣପୁର ଗାଁରୁ ପୁରୁଣା କଟକରେ ଥିବା ମେଡିକାଲ୍କୁ ରୋଗୀଙ୍କୁ ନେବା ସମୟରେ ଆମ୍ୱୁଲାନ୍ସ ଚାଳକ ମୋବାଇଲ୍ ଦେଖି ଗାଡ଼ି ଚଳାଇବା ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ଆମ୍ୱୁଲାନ୍ସଟି ଡିଜିସିରା ଚାରିଛକ ନିକଟରେ ଥିବା ଗଛରେ ପିଟି ହୋଇ ଯାଇଥିଲା।
ଦୁର୍ଘଟଣାରେ ଆହତଙ୍କୁ ବୌଦ୍ଧ ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ମିଳିଲାନି ଏନ୍ଏସି ମାନ୍ୟତା: ଲୋଇସିଂହା ଓ ପୁରୁଣାକଟକରେ ୧୨ ଘଣ୍ଟିଆ ବନ୍ଦ
୨୦ଟି ଜିଲ୍ଲାରେ ୩୪ଟି ନୂଆ ଏନ୍ଏସି ଗଠନ କରିବାକୁ ଘୋଷଣା କରିଛନ୍ତି ସରକାର।
Crime
ପୂର୍ବତନ ସିଡ଼ିପିଓଙ୍କୁ ଜେଲ ଓ ଜରିମାନା
ସିଡ଼ିପିଓ ଯଶୋବନ୍ତୀ ବେହେରା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଥିଲେ। ଭିଜିଲାନ୍ସ ଟିମ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।
Crime
ମହିଳା କନେଷ୍ଟବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ସ୍ୱାମୀ ଅଟକ
ପାରିବାରିକ କଳହରୁ ସେ ବେକରେ ରସି ଲଗାଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।
Crime
ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ସବ୍-ଇନ୍ସପେକ୍ଟର
ଜବତ ଗାଡ଼ିକୁ ଛାଡ଼ିବା ପାଇଁ କୋର୍ଟ ଅନୁମତି ଦେଇଥିବା ସତ୍ତ୍ୱେ ସେ ଲାଞ୍ଚ ମାଗିଥିଲେ।