Advertisment

ମୋବାଇଲ ଧରି ଗାଡ଼ି ଚଳାଉଥିଲେ ଆମ୍ବୁଲାନ୍ସ ଡ୍ରାଇଭର, ଆଉ ତା’ପରେ...

ବୌଦ୍ଧ (ଭାର୍ଜନ ପ୍ରଧାନ): ବୌଦ୍ଧ ଜିଲ୍ଲାରେ ଥିବା ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ୱର ଜାତୀୟ ରାଜପଥରେ ଆଜି ୧୦୮ ଆମ୍ୱୁଲାନ୍ସ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୩ ଜଣ ଗୁରୁତର ଭାବରେ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଗାଡ଼ି ଚାଳକ, ରୋଗୀ ଓ ତାଙ୍କ ସମ୍ପର୍କୀୟ ରହିଛନ୍ତି। ଲକ୍ଷ୍ମଣପୁର ଗାଁରୁ ପୁରୁଣା କଟକରେ ଥିବା ମେଡିକାଲ୍‌କୁ ରୋଗୀଙ୍କୁ ନେବା ସମୟରେ ଆମ୍ୱୁଲାନ୍ସ ଚାଳକ ମୋବାଇଲ୍‌ ଦେଖି ଗାଡ଼ି ଚଳାଇବା ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି।  ଆମ୍ୱୁଲାନ୍ସଟି […]

ଅଦ୍ୟତନ ହୋଇଛି
ମୋବାଇଲ ଧରି ଗାଡ଼ି ଚଳାଉଥିଲେ ଆମ୍ବୁଲାନ୍ସ ଡ୍ରାଇଭର, ଆଉ ତା’ପରେ...

gadi

Advertisment

ବୌଦ୍ଧ (ଭାର୍ଜନ ପ୍ରଧାନ): ବୌଦ୍ଧ ଜିଲ୍ଲାରେ ଥିବା ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ୱର ଜାତୀୟ ରାଜପଥରେ ଆଜି ୧୦୮ ଆମ୍ୱୁଲାନ୍ସ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୩ ଜଣ ଗୁରୁତର ଭାବରେ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଗାଡ଼ି ଚାଳକ, ରୋଗୀ ଓ ତାଙ୍କ ସମ୍ପର୍କୀୟ ରହିଛନ୍ତି।

Advertisment

ଲକ୍ଷ୍ମଣପୁର ଗାଁରୁ ପୁରୁଣା କଟକରେ ଥିବା ମେଡିକାଲ୍‌କୁ ରୋଗୀଙ୍କୁ ନେବା ସମୟରେ ଆମ୍ୱୁଲାନ୍ସ ଚାଳକ ମୋବାଇଲ୍‌ ଦେଖି ଗାଡ଼ି ଚଳାଇବା ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି।  ଆମ୍ୱୁଲାନ୍ସଟି ଡିଜିସିରା ଚାରିଛକ ନିକଟରେ ଥିବା ଗଛରେ ପିଟି ହୋଇ ଯାଇଥିଲା।

ଦୁର୍ଘଟଣାରେ ଆହତଙ୍କୁ ବୌଦ୍ଧ ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।  ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe