Advertisment

ବିଜେଡି ଗଡ଼ରେ ଫୁଟିଲା ପଦ୍ମ

ବୌଦ୍ଧ (ଦୀପକ ଅଦର): ପଞ୍ଚାୟତ ନିର୍ବାଚନରେ ବିଜେଡି ବାଜିମାତ୍ କରିଛି। ପ୍ରାୟ ସବୁ ଜିଲ୍ଲାରେ ବିଜେଡି ଜିଲ୍ଲା ପରିଷଦ ଗଠନ କରିବ। ତେବେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ୪ ନମ୍ବର ଜୋନର ଜିଲ୍ଲା ପରିଷଦ ଆସନ ହାତେଇଛି ବିଜେପି। ଏଠାରୁ ବିଜେପି ପ୍ରାର୍ଥୀ ରାକେଶ ତ୍ରିପାଠୀ ବିପୁଳ ପରିମାଣର ଭୋଟ୍ ପାଇ ବିଜୟୀ ହୋଇଛନ୍ତି। ପୂର୍ବରୁ ଏହି ଜୋନଟି ବିଜେଡିର ଗଡ଼ ଥିଲା। କିନ୍ତୁ ଏଥର ଏହି ଗଡ଼ରେ ପଦ୍ମ ଫୁଟିଛି। ଏହି ବିଜୟ […]

ବିଜେଡି ଗଡ଼ରେ ଫୁଟିଲା ପଦ୍ମ

boudh

Advertisment

ବୌଦ୍ଧ (ଦୀପକ ଅଦର): ପଞ୍ଚାୟତ ନିର୍ବାଚନରେ ବିଜେଡି ବାଜିମାତ୍ କରିଛି। ପ୍ରାୟ ସବୁ ଜିଲ୍ଲାରେ ବିଜେଡି ଜିଲ୍ଲା ପରିଷଦ ଗଠନ କରିବ। ତେବେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ୪ ନମ୍ବର ଜୋନର ଜିଲ୍ଲା ପରିଷଦ ଆସନ ହାତେଇଛି ବିଜେପି। ଏଠାରୁ ବିଜେପି ପ୍ରାର୍ଥୀ ରାକେଶ ତ୍ରିପାଠୀ ବିପୁଳ ପରିମାଣର ଭୋଟ୍ ପାଇ ବିଜୟୀ ହୋଇଛନ୍ତି।

Advertisment

ପୂର୍ବରୁ ଏହି ଜୋନଟି ବିଜେଡିର ଗଡ଼ ଥିଲା। କିନ୍ତୁ ଏଥର ଏହି ଗଡ଼ରେ ପଦ୍ମ ଫୁଟିଛି। ଏହି ବିଜୟ ପରେ ଆଜି ବାଉଁଶୁଣି ଅଞ୍ଚଳରେ ବିଜେପିର ଏକ ଶୋଭାଯାତ୍ରା ବାହାରିଥିଲା। ଶୋଭାଯାତ୍ରା ପ୍ରଥମେ ମାହେଶ୍ୱରୀ ମନ୍ଦିର ଠାରୁ ବାହାରିଥିଲା। ବିଜେପିର ସମର୍ଥକ ବାଣ ଫୁଟାଇ ସେଲିବ୍ରେସନ କରିଛନ୍ତି। ତାଙ୍କର ସମର୍ଥକ ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଥିବା ବେଳେ ପରିବାରରେ ମଧ୍ୟ ଖୁସିର ଲହରୀ ଖେଳିଯାଇଛି।

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେପି ପ୍ରାର୍ଥୀ ରାକେଶ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା ବିଜେଡି ପ୍ରାର୍ଥିନୀ ବୟନ୍ତୀ ପ୍ରଧାନଙ୍କୁ ୫୧୧୦ ଖଣ୍ଡ ଭୋଟରେ ହରାଇଛନ୍ତି। ଏହି ଜୋନରେ ବିଜେପି ୧୭୦୪୩ ଖଣ୍ଡ ଭୋଟ୍ ପାଇଥିବା ବେଳେ ବିଜେଡି ୧୧,୯୩୩ ଭୋଟ୍ ପାଇଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe