Advertisment

ଜବତ ଗଞ୍ଜେଇକୁ ଲୁଚାଇବା ମହଙ୍ଗା ପଡ଼ିଲା, ନିଲମ୍ବିତ ହେଲେ ୩ ପୁଲିସ

ଜବତ ଗଞ୍ଜେଇକୁ ସରକାରୀ ବାସଭବନରେ ଲୁଚାଇ ରଖିବା ଫାଣ୍ଡି ଅଧିକାରୀଙ୍କୁ ମହଙ୍ଗା ପଡ଼ିଲା।

ଅଦ୍ୟତନ ହୋଇଛି
POLICE_SUSPEND

POLICE_SUSPEND

Advertisment

ଜବତ ଗଞ୍ଜେଇକୁ ସରକାରୀ ବାସଭବନରେ ଲୁଚାଇ ରଖିବା ଓ ଗଞ୍ଜେଇ ବେପାରୀକୁ ଛାଡ଼ି ଦେବା ଅଭିଯୋଗରେ ୩ ଜଣ ପୁଲିସ୍ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି ବୌଦ୍ଧ ଏସ୍‌ପି। ସେମାନେ ହେଲେ ବଘିଆପଡ଼ା ଫାଣ୍ଡି ଅଧିକାରୀ ସନାତନ ପ୍ରଧାନ, କନଷ୍ଟେବଲ ସଂଜୀବ ପ୍ରଧାନ ଓ କେଶବ ପ୍ରଧାନ।

Advertisment

୧୭ ତାରିଖ ରାତିରେ ବଘିଆପଡା ଫାଣ୍ଡି ଅଞ୍ଚଳ ବେରେଡାବେରୀ ଛକ ନିକଟରେ ଜଣେ ଯୁବକ ଗଞ୍ଜେଇ ନେଇ ବାଇକରେ ଯାଉଥିବା ବେଳେ ଫାଣ୍ଡି ଅଧିକାରୀ ତାକୁ ଅଟକାଇଥିଲେ। ତାଙ୍କ ସାଙ୍ଗରେ ନିଲମ୍ବିତ ଦୁଇ କନଷ୍ଟେବଲ ଥିଲେ। ଯୁବକଙ୍କ ଗାଡ଼ି ଡିକିରୁ ୧୩ କେଜି ଗଂଜେଇ ଜବତ କରି ଫାଣ୍ଡିକୁ ନେଇଯାଇଥିଲେ। ସେଠାରେ ଗଂଜେଇ ବେପାରୀଙ୍କ ସହ ଡିଲ୍ ପରେ ବେପାରୀ ଜଣଙ୍କୁ ଛାଡି ଦେଇଥିଲେ। ଗଂଜେଇ ଏବଂ ଜବତ ବାଇକକୁ ନିଜ ସରକାରୀ ବାସଭବନରେ ଲୁଚାଇ ରଖିଥିଲେ। ଫାଣ୍ଡି ଅଧିକାରୀ ସନାତନ ।

୧୮ ତାରିଖରେ ଏସ୍‌ପି କୌଣସି ସୂତ୍ରରୁ ଏନେଇ ଖବର ପାଇଥିଲେ। ବଘିଆପଡ଼ା ଫାଣ୍ଡି ଅଧିକାରୀ ଓ ଦୁଇ କନଷ୍ଟେବଲଙ୍କୁ ଡାକି ପଚରାଉଚରା କରିଥିଲେ। ଏହାସହ ବୌଦ୍ଧ ଆଇଆଇସିଙ୍କୁ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ବୌଦ୍ଧ ଆଇଆଇସି ବଘିଆପଡ଼ା ଫାଣ୍ଡି ଅଧିକାରୀଙ୍କ କ୍ୱାର୍ଟର୍ସରୁ ଗଞ୍ଜେଇ ଜବତ କରିବା ସହ ସେ ଗଞ୍ଜେଇ କାରବାର କରୁଥିବା ପ୍ରମାଣ ପାଇଥିଲେ। ଏହାସହ ଦୁଇ କନଷ୍ଟେବଲ ମଧ୍ୟ ଏହି ଘଟଣାରେ ସଂପୃକ୍ତ ଥିବା ଜଣାପଡ଼ିଥିଲା। ଗଞ୍ଜେଇ ଚୋରାଚାଲାଣ କରିବା, ଗଞ୍ଜେଇ ବେପାରୀଙ୍କୁ ଛାଡ଼ିଦେବା ଓ କ୍ୱାର୍ଟର୍ସରୁ ଗଞ୍ଜେଇ ଜବତ ହେବା ଅଭିଯୋଗରେ ଗତକାଲି ଏସପି ବଘିଆପଡ଼ା ଫାଣ୍ଡି ଅଧିକାରୀ ଓ ଦୁଇ କନେଷ୍ଟବଲଙ୍କୁ ନିଲମ୍ବିତ କରିଥିଲେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe