Advertisment

ଗାଁରେ ଦଣ୍ଡଯାତ୍ରା ନ କରିବାରୁ ପୂଜକ ଓ ପାଟୁଆଙ୍କୁ ମରଣାନ୍ତକ ଆକ୍ରମଣ, ୭ ଗୁରୁତର

ବୌଦ୍ଧ ବେନ୍ଦିରିପାଲି ଗାଁରେ ଦଣ୍ଡଯାତ୍ରା ଦଳ ଉପରେ ମରଣାନ୍ତକ ଆକ୍ରମଣ।

author-image
Niranjan Mishra
attack on Priest group

attack on Priest group

ବୌଦ୍ଧ ବେନ୍ଦିରିପାଲି ଗାଁରେ ଦଣ୍ଡଯାତ୍ରା ଦଳ ଉପରେ ମରଣାନ୍ତକ ଆକ୍ରମଣ। ଆକ୍ରମଣରେ ଦଣ୍ଡଯାତ୍ରାରେ ସାମିଲ ୭ ଗୁରୁତର। ଯାହା ଭିତରେ ୨ ପୂଜକ ଓ ୫ ପାଟୁଆ ଅଛନ୍ତି। ସ୍ଥାନୀୟ ଚଣ୍ଡୀଗଡ଼ ଗାଁରେ ଦଣ୍ଡ ନରଖିବାରୁ ବେନ୍ତିଲିପାଲି ନିକଟରେ ଆକ୍ରମଣ ହୋଇଛି। ସ୍ଥାନୀୟ ଚଣ୍ଡୀଗଡ଼ ଗ୍ରାମବାସୀ ଏହି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଗୁରୁତରମାନେ ବୌଦ୍ଧ ଜିଲ୍ଲା ଚିକିତ୍ସାଲୟରେ ଭର୍ତ୍ତି ହୋଇଛନ୍ତି। ଜଣେ ପୂଜକଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତରିତ କରାଯାଇଛି।

Advertisment

ସୂଚନା ଅନୁଯାୟୀ ଚଣ୍ଡୀଗଡ଼ ଗ୍ରାମର ଦଣ୍ଡ ପାର୍ଟି ଆଜି ସେହି ଗ୍ରାମରେ ହିଁ ଦଣ୍ଡ ଯାତ୍ରା କରିବାର ଥିଲା। ହେଲେ ଗ୍ରାମରେ ଜଣଙ୍କ ମୃତ୍ୟୁ ହୋଇଥିବାରୁ ପୂଜକ ସେହି ଗ୍ରାମରେ ଦଣ୍ଡ ରଖିବାକୁ କରିବାକୁ ବାରଣ କରିଥିଲେ ଏବଂ ବେନ୍ଦିରିପାଲି ଗ୍ରାମକୁ ଯାତ୍ରା ପାଇଁ ଯାଉଥିଲେ। ହେଲେ ଚଣ୍ଡୀଗଡ଼ ଗ୍ରାମବାସୀ ତାଙ୍କ ଗ୍ରାମରେ ଦଣ୍ଡ ଯାତ୍ରା କରିବାକୁ ଯାତ୍ରା ପାର୍ଟିକୁ ବାଧ୍ୟ କରିଥିଲେ।

ମାତ୍ର ପୂଜକ ମନା କରିଦେବାରୁ ବିବାଦ ବଡ଼ ରୂପ ନେଇଥିଲା। ଚଣ୍ଡୀଗଡ଼ ବାସିନ୍ଦା ଏଥିରେ ଉତ୍ତ୍ୟକ୍ତ ହୋଇ ପାଟୁଆ ଓ ପୂଜକଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ। ଆକ୍ରମଣରେ ପୂଜକ ସରୋଜ ଦେହୁରୀ, ସନ୍ତୋଷ ଦେହୁରୀଙ୍କ ସମେତ ଦଣ୍ଡୁଆ ସୁଶାନ୍ତ ମହାକୁଡ, ଦେବରାଜ ଦେହୁରୀ, ବ୍ରଜମୋହନ ଦେହୁରୀ ଗୁରୁତର ହୋଇଛନ୍ତି। ଏମାନଙ୍କୁ ଆମ୍ବୁଲାନ୍ସ ଯୋଗେ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା। ସେଠାରେ ପୂଜକ ସରୋଜ ଦେହୁରୀଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତରିତ କରାଯାଇଛି।

Advertisment

ଘଟଣା ସ୍ଥଳରେ ବୌଦ୍ଧ ଆଦର୍ଶ ଥାନା ପୁଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

Group Clash