Advertisment

ଦଣ୍ଡଯାତ୍ରା ବେଳେ ଚାଲିଗଲା ୨ ମାନସିକଧାରୀଙ୍କ ଜୀବନ

ମୃତକମାନେ ହେଲେ ହରଭଙ୍ଗା ଥାନା ଅନ୍ତର୍ଗତ ମାଉଲସିଙ୍ଗା ଗ୍ରାମର ବୁଦ୍ଧିଆ ନାଏକ ଓ ପୁରୁଣାକଟକ ଥାନା ଅନ୍ତର୍ଗତ ତିଲେଶ୍ୱର ଗ୍ରାମର ଶ୍ରୀବତ୍ସ ବାରିକ।

ଅଦ୍ୟତନ ହୋଇଛି
‘Danda Jatra’

‘Danda Jatra’

Advertisment

ବୌଦ୍ଧ ଜିଲ୍ଲାର ହରଭଂଗା ବ୍ଲକରେ ଦୁଇଟି ସ୍ଥାନରେ ଦଣ୍ଡଯାତ୍ରା ବେଳେ ଦୁଇ ଜଣ ମାନସିକଧାରୀଙ୍କ ମୃତ୍ୟୁ ହୋଇଛି। ହରଭଙ୍ଗା ଥାନା ଅତଲସରା ଗ୍ରାମ ଓ ପୁରୁଣାକଟକ ଥାନା ବାଦୀକଟା ଗ୍ରାମରେ ଏହି ଦୁଇଟି ଘଟଣା ଘଟିଛି। ମୃତକମାନେ ହେଲେ ହରଭଙ୍ଗା ଥାନା ଅନ୍ତର୍ଗତ ମାଉଲସିଙ୍ଗା ଗ୍ରାମର ବୁଦ୍ଧିଆ ନାଏକ ଓ ପୁରୁଣାକଟକ ଥାନା ଅନ୍ତର୍ଗତ ତିଲେଶ୍ୱର ଗ୍ରାମର ଶ୍ରୀବତ୍ସ ବାରିକ।

Advertisment

ସୂଚନା ଅନୁଯାୟୀ ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ବାଦିକଟା ଗ୍ରାମରରେ ଗତକାଲି ରାତିରେ ତାକୁଡ଼ ଗ୍ରାମର ମହାଦେବଙ୍କ ଦୋଳ ସହ ଦଣ୍ଡଯାତ୍ରା ପାର୍ଟି ନୃତ୍ୟ ପରିବେଷଣ କରିଥିଲେ। କେବେଳ ମାନସିକଧାରୀମାନେ ଏହି ଦଣ୍ଡନୃତ୍ୟ ପରିବେଷଣ କରୁଥିଲେ। ତେବେ ସକାଳୁ ଗାଁରୁ ଦାଣ୍ଡଯାତ୍ରା ପାର୍ଟି ଏଠାରୁ ଯିବା ପାଇଁ ବାହାରିବା ସମୟରେ ଜଣେ ମାନସୀକଧାରୀ ଆଉ ଉଠିନଥିଲେ। ତାଙ୍କୁ ଅଚେତ ଅବସ୍ଥାରେ ପୁରୁଣାକଟକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର। ମୃତକ ଜଣକ ତିଲେଶ୍ୱର ଗ୍ରାମର ଶ୍ରୀବତ୍ସ ବାରିକ ବୋଲି ପରେ ଜଣାପଡ଼ିଥିଲା।

ସେହିପରି ହରଭଙ୍ଗା ଥାନା ଅତଲସରା ଗ୍ରାମରେ କରଡ଼ି ଗ୍ରାମର ମହାଦେବ ଦଣ୍ଡଯାତ୍ରା ପାର୍ଟି ପୂଜା କରୁଥିବା ବେଳେ ଜଣେ ମାନସୀକଧାରୀ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ପୁରୁଣାକଟକ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର। ମୃତକ ମାଉଲସିଙ୍ଗା ଗ୍ରାମର ବୁଦ୍ଧିଆ ନାଏକ ବୋଲି ପରେ ଜଣାପଡ଼ିଥିଲା।

Advertisment

ଖବର ପାଇ ପୁଲିସ ଡାକ୍ତରଖାନାରେ ପହଞ୍ଚିବା ପରେ ତଦନ୍ତ ଆରମ୍ଭ କରିଛି। ମୃତଦେହକୁ ପୁଲିସ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି। ତେବେ ଏନେଇ ଦଣ୍ଡନୃତ୍ୟ କରୁଥିବା ଅନୁଷ୍ଠାନ କିମ୍ବା ପୁଲିସ ପକ୍ଷରୁ ମତାମତ ମିଳି ପାରିନି।

ରିପୋର୍ଟ ବୌଦ୍ଧରୁ ଦୀପକ ଅଦର

ShitalSasthi Festival Odisha Mass Festival Young Life Lost
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe