Advertisment

ଜଙ୍ଗଲରୁ ମିଳିଲା ୩କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ

ଗତକାଲି ମନମୁଣ୍ଡା ଥାନା ଅନ୍ତର୍ଗତ ନଳୀକୁପା ଜଙ୍ଗଲରୁ ୩୮ କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି ପୁଲିସ

Ganja

Ganja

Advertisment

ନିଶା ବେପାରୀମାନେ ପୁଲିସକୁ ଚକମା ଦେବାକୁ ଆପଣାଉଛନ୍ତି ଭିନ୍ନ ଭିନ୍ନ ତରିକା। କେତେବେଳେ ଆମ୍ବୁଲାନ୍ସରେ ଗଞ୍ଜେଇ ଚାଲାଣ କରୁଛନ୍ତି ତ ଆଉ କେତେବେଳେ ପୁଲିସକୁ ଆଖିରେ ଧୂଳି ଦେବା ପାଇଁ ଜଙ୍ଗଲରେ ଗଞ୍ଜେଇ ଲୁଚେଇ ରଖୁଛନ୍ତି। ଏପରି ସମାନ ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲାରେ। 

Advertisment

ଗତକାଲି ମନମୁଣ୍ଡା ଥାନା ଅନ୍ତର୍ଗତ ନଳୀକୁପା ଜଙ୍ଗଲରୁ ୩୮ କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି ପୁଲିସ। ଯାହାର ଆନୁମାନିକ ମୂଲ୍ୟ ୩କୋଟି ୮୦ ଲକ୍ଷ ଟଙ୍କା ହେବ।

ବୌଦ୍ଧ ଏସପି ରାଜ୍ ପ୍ରସାଦଙ୍କ ସୂଚନା ଅନୁସାରେ, ନଳୀକୁପା ଜଙ୍ଗଲରେ ବାହାର ରାଜ୍ୟକୁ ଚାଲାଣ ପାଇଁ ପ୍ରଚୁର ପରିମାଣରେ ଗଞ୍ଜେଇ ଗଚ୍ଛିତ ଥିବା ଖବର ମିଳିଥିଲା। ମନମୁଣ୍ଡା ପୁଲିସ ଟିମ୍‌ ଚଢ଼ାଉ କରି ୩କୋଟି ୮୦ ଲକ୍ଷ ଗଞ୍ଜେଇ ଜବତ କରିଛି। ବିଗତ ୨ ମାସ ମଧ୍ୟରେ ବୌଦ୍ଧ ଜିଲ୍ଲାରୁ ୨୫ କୋଟି ଟଙ୍କାର ଗଞ୍ଜେଇ ଜବତ କରାଯାଇଛି। ଏହି ଘଟଣାରେ ମାମଲା୬୩ଟି ରୁଜୁ ହେବା ସହ ୯୭ଜଣଙ୍କୁ ଗିରଫ କରାଯାଇଛି। ଏହାସହ ୬ଟି ବନ୍ଧୁକ ଜବତ କରାଯାଇଛି।

Advertisment

ଏହି ଗଞ୍ଜେଇର ଚେର କେଉଁ ରାଜ୍ୟ ଯାଏ ଲମ୍ବିଛି, ଏଥିରେ ବନ ବିଭାଗ କର୍ମଚାରୀଙ୍କ ସଂପୃକ୍ତ ରହିଛି  କି ପୁଲିସ ତାର ଖୋଳତାଡ କରୁଛି ପୁଲିସ।

Boudh Ganja
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe