Advertisment

ଧାନ ବିକ୍ରି ହେଲାନି, ଅପେକ୍ଷା କରି କରି ମଣ୍ଡିରେ ଟଳି ପଡ଼ିଲେ ଚାଷୀ!

ଧରଣୀ ମେହେର ହେଉଛନ୍ତି ଜଣେ ଗରିବ ଚାଷୀ। ଧାର ଉଧାର କରି ଏଥର ଧାନ ଚାଷ କରିଥିଲେ। ଦଇବକୁ ଏଥର ଭଲ ଚାଷ ହୋଇଥିଲା। ୫୬ କ୍ୱିଣ୍ଟାଲ୍‌ ୬୨ କେଜି ଧାନ ବିକିବା ପାଇଁ ଜାନୁଆରୀ ୨୫ ତାରିଖରେ ଟୋକନ୍‌ ମଧ୍ୟ ମିଳିଥିଲା।

author-image
Manoranjan Sial
Farmer

Farmer

ଧାନ ବିକ୍ରି କରିବା ପାଇଁ ମଣ୍ଡିକୁ ନେଇଥିଲେ। ୨୩ ଦିନ ହେଲା ଧାନ ବିକିବା ପାଇଁ ମଣ୍ଡିରେ ଜଗି ରହିଥିଲେ। ହେଲେ ଆଜି ଶେଷ ଦିନରେ ଧାନ ଉଠିଲାନି। କିନ୍ତୁ ସେ ନିଜେ ଉଠିଗଲେ। ମଣ୍ଡିରେ ଟଳି ପଡ଼ିଲେ ଚାଷୀ ଧରଣୀ ମେହେରା! ଆଜି ଏପରି ଦୁଃଖଦ ଖବର ଆସିଛି ବୌଦ୍ଧ ଜିଲ୍ଲାରୁ।

Advertisment

ବୌଦ୍ଧ ଜିଲ୍ଲା ଜାମଘାଟି ଗାଁର ଧରଣୀ ମେହେର ହେଉଛନ୍ତି ଜଣେ ଗରିବ ଚାଷୀ। ଧାର ଉଧାର କରି ଏଥର ଧାନ ଚାଷ କରିଥିଲେ। ଦଇବକୁ ଏଥର ଭଲ ଚାଷ ହୋଇଥିଲା। ୫୬ କ୍ୱିଣ୍ଟାଲ୍‌ ୬୨ କେଜି ଧାନ ବିକିବା ପାଇଁ ଜାନୁଆରୀ ୨୫ ତାରିଖରେ ଟୋକନ୍‌ ମଧ୍ୟ ମିଳିଥିଲା। ସେଥିପାଇଁ ତରତର ହୋଇ ବେଉଷଣ କାମ ସାରି ଧାନ ବିକିବା ପାଇଁ ବାଉଁଶୁଣୀ ମଣ୍ଡିକୁ ନେଇଥିଲେ ଧରଣୀ। ଗତ ୨୩ ଦିନ ହେଲା ସେ ଧାନ ବିକିବା ପାଇଁ ଅପେକ୍ଷା କରିଥିଲେ।

ଆଜି ଟୋକନ୍‌ର ଶେଷ ତାରିଖ ଥିଲା। ଧାନ ବିକ୍ରି ହେବ ବୋଲି ବହୁ ଆଶା କରିଥିଲେ ଧରଣୀ। ହେଲେ ଧାନ ଉଠିବାର ନାଁ କନ୍ଧ କିଛି ନଥିଲା। ଯାହାକୁ ନେଇ ଚିନ୍ତିତ ଥିଲେ ଧରଣୀ। ମଣ୍ଡିରେ ଥିବା ବେଳେ ଆଜି ମଧ୍ୟାହ୍ନରେ ସେ ହଠାତ୍‌ ଅସୁସ୍ଥ ହୋଇ ପଡ଼ିଥିଲେ। ଅନ୍ୟ ଚାଷୀ ଭାଇମାନେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବାଉଁଶୁଣୀ ମେଡ଼ିକାଲ୍‌କୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Advertisment

ସୂଚନାରୁ ପ୍ରକାଶ, ବାଉଁଶୁଣୀ ମୁଣ୍ଡିରେ ବର୍ତ୍ତମାନ ୩୦୦୦ କ୍ୱିଣ୍ଟାଲ୍‌ରୁ ଅଧିକ ଧାନ ପଡିରହିଛି। ହେଲେ ଆଜି ପର୍ଯ୍ୟନ୍ତ ସେହି ଧାନ ଉଠୁନାହିଁ। ଟାର୍ଗେଟ ସରିଯାଇଥିବା କହି କର୍ତ୍ତୃପକ୍ଷ ଚାଷୀଙ୍କଠାରୁ ଧାନ ନେଉନଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ସୋମବାର ଚାଷୀମାନେ ଧାନବସ୍ତା ରଖି ୫୭ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ। ସେହି ଆନ୍ଦୋଳନରେ ଚାଷୀ ଧରଣୀ ମେହେର ମଧ୍ୟ ସାମିଲ ଥିଲେ।

ରିପୋର୍ଟ-ସୁବର୍ଣ୍ଣପୁରରୁ ରବୀନ୍ଦ୍ର ହୋତା

Farmer Farmers Problem Boudh