Advertisment

ପାଟ୍ରୋଲିଂ ବେଳେ ବନ କର୍ମଚାରୀଙ୍କୁ ଗୁଳିମାଡ଼,୨ ଆହତ

କେଉଁ କାରଣରୁ ଗୁଳି ଚାଲାଣ ହୋଇଛି ଏପର୍ଯ୍ୟନ୍ତ କାରଣ ସ୍ପଷ୍ଟ ହୋଇପାରିନାହିଁ। ତଦନ୍ତ ହେଲେ ସମସ୍ତ ତଥ୍ୟ ସାମ୍ନାକୁ ଆସିବ ବୋଲି ଡିଏଫ୍‌ଓ କହିଛନ୍ତି।

author-image
Tapaswini Nayak
undefined

Gun

ପାଟ୍ରୋଲିଂ ବେଳେ ବନକର୍ମଚାରୀଙ୍କୁ ଗୁଳିମାଡ଼ କଲେ ଦୁର୍ବୃତ୍ତ। ଏପରି ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ବଘିଆପଡ଼ା ଖଲିଆପାଲି ଛକରେ। ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ୨ଜଣ ବନ କର୍ମଚାରୀ ଆହତ ହୋଇଛନ୍ତି। ଆହତ ଦୁଇ ବନ କର୍ମଚାରୀ ହେଲେ ନୀଳାଚଳ ପ୍ରଧାନ ଓ ନବ କୁମାର ସାହୁ। ନୀଳାଚଳଙ୍କ କାନ୍ଧରେ ଦୁଇ ରାଉଣ୍ଡ ଗୁଳି ବାଜିଥିବା ବେଳେ ନବ କୁମାରଙ୍କ ପିଠିରେ ବାଜିଛି ଗୁଳି। ଉଭୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment

ସୂଚନା ଅନୁଯାୟୀ, ଗତକାଲି ରାତିରେ ବୌଦ୍ଧ ବନ ବିଭାଗର ୬ଜଣ ବନ କର୍ମଚାରୀ ବଘିଆପଡ଼ା ଅଞ୍ଚଳରେ ପେଟ୍ରୋଲିଂ କରୁଥିଲେ। ଏହି ସମୟରେ ଖଲିଆପାଲି ଛକ ନିକଟରେ ଦୁଇ ଜଣ ଦୁର୍ବୃତ୍ତ ଦୁଇଟି ବାଇକ୍‌ରେ ଆସି ବନ୍ଧୁକ ଦେଖାଇ ପେଟ୍ରୋଲିଂ ଗାଡ଼ିକୁ ଅଟକାଇଥିଲେ। ବନ କର୍ମଚାରୀ ଗାଡ଼ିକୁ ନ ଅଟକି ବାରୁ ଦୁର୍ବୃତ୍ତମାନେ ଗାଡ଼ି ଉପରେ ଗୁଡ଼ିମାଡ଼ କରିଥିଲେ। ଗୁଳି ଗୁଡ଼ିକ ଗାଡ଼ିରେ ବାଜିବା ସହ ଦୁଇ ଜଣ ବନ କର୍ମଚାରୀଙ୍କ ଉପରେ ବାଜିଥିଲା। ସେମାନଙ୍କୁ ଗୁରୁତର ଅବସ୍ଥାରେ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଗୁଳିମାଡ଼ କରିବା ପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ।

ବୌଦ୍ଧ ଡିଏଫ୍‌ଓ ଦେବପ୍ରିୟ କମ୍ପ କହିଛନ୍ତି, କେଉଁ କାରଣରୁ ଗୁଳି ଚାଲାଣ ହୋଇଛି  ଏ ପର୍ଯ୍ୟନ୍ତ କାରଣ ସ୍ପଷ୍ଟ ହୋଇପାରିନାହିଁ। ତଦନ୍ତ ହେଲେ ସମସ୍ତ ତଥ୍ୟ ସାମ୍ନା କୁ ଆସିବ।

Advertisment
Boudh Firing