Advertisment

୬ ମାସ ହେଲା ସ୍ନାୟୁ ରୋଗରେ ପୀଡିତ, ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ବୌଦ୍ଧ(ଭାର୍ଜନ କୁମାର ପ୍ରଧାନ): ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ। ଅର୍ଥ ଅଭାବରୁ ହୋଇ ପାରୁନି ଚିକିତ୍ସା। ଦୀର୍ଘ ଛଅ ମାସ ହେଲା ସ୍ନାୟୁ ରୋଗରେ ପୀଡିତ ହୋଇ ଗରିବ ରୋଗଗ୍ରସ୍ତ ଅବସ୍ଥାରେ ଖଟିଆରେ ପଡି ରହିଥିବା ବେଳେ ସରକାରୀ ସହାୟତା ପାଇଁ ଅନାଇ ବସିଛନ୍ତି  ସ୍ତ୍ରୀ ଜୋଶବନ୍ତି । ଇଏ ହେଉଛି ବୌଦ୍ଧ ବ୍ଲକ ଖଳିଆପାଲି ଗ୍ରାମର ଗରିବ ବାବୁଲାଙ୍କ ଦୁଃଖଭରା କାହାଣୀ । ବୌଦ୍ଧ ବ୍ଲକ ଖଲିଆପାଲି ଗ୍ରାମର ୪୦ବର୍ଷୀୟ ବାବୁଲା ଦାସ । […]

୬ ମାସ ହେଲା ସ୍ନାୟୁ ରୋଗରେ ପୀଡିତ, ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

5b

Advertisment

ବୌଦ୍ଧ(ଭାର୍ଜନ କୁମାର ପ୍ରଧାନ): ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ। ଅର୍ଥ ଅଭାବରୁ ହୋଇ ପାରୁନି ଚିକିତ୍ସା। ଦୀର୍ଘ ଛଅ ମାସ ହେଲା ସ୍ନାୟୁ ରୋଗରେ ପୀଡିତ ହୋଇ ଗରିବ ରୋଗଗ୍ରସ୍ତ ଅବସ୍ଥାରେ ଖଟିଆରେ ପଡି ରହିଥିବା ବେଳେ ସରକାରୀ ସହାୟତା ପାଇଁ ଅନାଇ ବସିଛନ୍ତି  ସ୍ତ୍ରୀ ଜୋଶବନ୍ତି । ଇଏ ହେଉଛି ବୌଦ୍ଧ ବ୍ଲକ ଖଳିଆପାଲି ଗ୍ରାମର ଗରିବ ବାବୁଲାଙ୍କ ଦୁଃଖଭରା କାହାଣୀ ।

Advertisment

ବୌଦ୍ଧ ବ୍ଲକ ଖଲିଆପାଲି ଗ୍ରାମର ୪୦ବର୍ଷୀୟ ବାବୁଲା ଦାସ । ପରିବାର କହିଲେ ତିନିପ୍ରାଣୀ କୁଟୁମ୍ବ ବୃଦ୍ଧାମା ଓ ସ୍ତ୍ରୀ ଯସବନ୍ତି। ସବୁକିଛି ଠିକ ଠାକ ଚାଲିଥିଲା । ବାବୁଲା ଦାସ ଗ୍ରାମର ଜଗନ୍ନାଥ ମନ୍ଦିରରେ ପୂଜା କରିବା ସହିତ ବିବାହ ବ୍ରତ କରି ପରିବାର ସୁରୁଖୁରୁରେ ଚଳି ଆସୁଥିଲା।  ଏମିତି କିଛି ଦିନ ପରେ ହଟାତ ମାଡି ଆସିଲା ଦୁଃଖର କଲାବାଦଲ। ବାବୁଲାଙ୍କର ହଠାତ୍‌ ଗୋଡ଼ ହାତ ଆଉ କାମକଲା ନାହିଁ । ଯାହା ଫଳରେ ଚାଲି ବୁଲି ଆଉ ପାରିଲେ ନାହିଁ । ଏଭଳି ପରିସ୍ଥିତିରେ ନିଜର ସ୍ତ୍ରୀ ଟଙ୍କା ଯୋଗାଡ଼ କରି ପ୍ରଥମେ ବୌଦ୍ଧ, ସୋନପୁର ବଲାଙ୍ଗୀର ଓ ଶେଷରେ କଟକରେ ଦେଖାଇଛନ୍ତି। ହେଲେ  ଅଧିକ ଟଙ୍କାର ଆବଶ୍ୟକତା ହେତୁ ଆଉ ଟଙ୍କା ଯୋଗାଡ କରିବା ତାଙ୍କ ପକ୍ଷେ ସମ୍ଭବ ହେଲା ନାହିଁ । ଘରେ ଯାହା କିଛି ଥିଲା ତାହା ବନ୍ଧକ ପକାଇ ମେଡ଼ିସିନ କିଣାରେ ଖର୍ଚ୍ଚରେ ଶେଷ ହୋଇଯାଇଛି । ସେପଟେ ଯସବନ୍ତି ମଧ୍ୟ ଡାଇବେଟିସ ଓ ରକ୍ତଚାପ ରୋଗରେ ପୀଡ଼ିତ । ମା ମଧ୍ୟ ବୃଦ୍ଧା ଅବସ୍ଥାରେ ରହିଥିବା ବେଳେ ବାବୁଲା ଖଟରେ ରୋଗଗ୍ରସ୍ତ ଅବସ୍ଥାରେ ପଡି ରହିଥିବା ବେଳେ ସ୍ତ୍ରୀ ସବୁ ତାଙ୍କ ସେବା କରନ୍ତି । ସରକାରୀ ସହାୟତା କହିଲେ କେବଳ ୧୫କେଜି ଚାଉଳ ଓ ବୃଦ୍ଧା ମାର ପାଞ୍ଚଶହ ଟଙ୍କାରେ ଚଳେ ପରିବାର । ଥେରୁ ରୋଗରେ ପୀଡିତ ବାବୁଲାର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ ।

ଖାଲି ସେତିକି ନୁହେଁ ବାବୁଲା ଦାସ ଙ୍କୁ ଆବାସ ଯୋଜନାରେ ଘର ଖଣ୍ଡିଏ ମଧ୍ୟ ମିଳିପାରି ନାହିଁ । ଏ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଜଣାଇବାରୁ ଏନେଇ ଅବଗତ ଅଛୁ ଏବଂ ତାଙ୍କୁ ଉପଯୁକ୍ତ ଚିକିତ୍ସା ସହିତ ସରକାରୀ ନିୟମ ଅନୁଯାୟୀ ଆର୍ଥିକ ସହାୟତା ଯୋଗାଇଦେବାକୁ ପ୍ରତିଶ୍ରୃତି ଦେଇଛନ୍ତି । ଅନ୍ୟ ପଟେ ବାବୁଲା ଦାସଙ୍କୁ ଯଦି କେହି ବଦାନ୍ୟ ବ୍ୟକ୍ତି ସହଜଗ କରିବାକୁ ଚାହୁଁଥିଲେ ।ଉକ୍ତ ବ୍ୟାଙ୍କ ଆକାଉଣ୍ଟ ପଠାଇବାକୁ ଅନୁରୋଧ ।

Advertisment

ଯଶୋବନ୍ତି ଦାସ

ଏସବିଆଇ-30754800085 (ମନୁପାଲି)

ଆଇଏଫଏସି-SBIN0017547

ମୋବାଇଲ-99387 71582

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe