Advertisment

ଜାମ୍ବୁ ନାଳ ଉପରେ ୫ ଫୁଟ୍ ଉଚ୍ଚର ପାଣି, ୪ ଗ୍ରାମବାସୀ ବାହ୍ୟ ଜଗତରୁ ବିଚ୍ଛିନ୍ନ

ବୌଦ୍ଧ (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଲଘୁଚାପଜନିତ ବର୍ଷା ନାହିଁ ନଥିବା ସମସ୍ୟା ସୃଷ୍ଟି କରିଛି। ରବିବାର ସନ୍ଧ୍ୟାରୁ ଲାଗି ରହିଥିବା ବର୍ଷା ଯୋଗୁଁ ଜହ୍ନାପଙ୍କ-ଖମାରିପଡା ରାସ୍ତାର ଦାମୋଦରପୁର ନିକଟସ୍ଥ ଜାମ୍ବୁ ନାଳ ଉପରେ ୫ ଫୁଟ୍ ଉଚ୍ଚର ପାଣି ପ୍ରବାହ କରୁଛି। ଏହାଛଡ଼ା ସକାଳୁ ଦ୍ୱିପହର ସୁଦ୍ଧା ମୁଣ୍ଡାପଡା ପଞ୍ଚାୟତର କୃଷ୍ଣପାଲି, ଖମାରିପଡା, କମିରା ଓ ଖଣ୍ଡପଡ଼ା ଆଦି ୪ଟି ଗ୍ରାମବାସୀ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛନ୍ତି। ଯେଉଁକାରଣରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। […]

author-image
Ranjit Kumar Jena
ଜାମ୍ବୁ ନାଳ ଉପରେ ୫ ଫୁଟ୍ ଉଚ୍ଚର ପାଣି, ୪ ଗ୍ରାମବାସୀ ବାହ୍ୟ ଜଗତରୁ ବିଚ୍ଛିନ୍ନ

janhapanka

ବୌଦ୍ଧ (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଲଘୁଚାପଜନିତ ବର୍ଷା ନାହିଁ ନଥିବା ସମସ୍ୟା ସୃଷ୍ଟି କରିଛି। ରବିବାର ସନ୍ଧ୍ୟାରୁ ଲାଗି ରହିଥିବା ବର୍ଷା ଯୋଗୁଁ ଜହ୍ନାପଙ୍କ-ଖମାରିପଡା ରାସ୍ତାର ଦାମୋଦରପୁର ନିକଟସ୍ଥ ଜାମ୍ବୁ ନାଳ ଉପରେ ୫ ଫୁଟ୍ ଉଚ୍ଚର ପାଣି ପ୍ରବାହ କରୁଛି। ଏହାଛଡ଼ା ସକାଳୁ ଦ୍ୱିପହର ସୁଦ୍ଧା ମୁଣ୍ଡାପଡା ପଞ୍ଚାୟତର କୃଷ୍ଣପାଲି, ଖମାରିପଡା, କମିରା ଓ ଖଣ୍ଡପଡ଼ା ଆଦି ୪ଟି ଗ୍ରାମବାସୀ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛନ୍ତି। ଯେଉଁକାରଣରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।

Advertisment

ବାହ୍ୟ ଜଗତରୁ ବିଚ୍ଛିନ୍ନ ହେବାଦ୍ୱାରା ଲୋକେ ସ୍ୱାସ୍ଥ୍ୟ ସେବା ଭଳି ଜରୁରୀ କାଳୀନ ସେବା ବଞ୍ଚିତ ହୋଇଥିବା ଜଣାପଡିଛି। ସୂଚନାଯୋଗ୍ୟ ଯେ ଏହି ରାସ୍ତାରେ ଉଚ୍ଚ ପୋଲ ନିର୍ମାଣ ପାଇଁ ଅଞ୍ଚଳବାସୀ ଦୀର୍ଘ ଦିନରୁ ଦାବି କରିଆସୁଥିଲେ। ଫଳରେ ଏହି ରାସ୍ତାର ଉନ୍ନତିକରଣ ସଙ୍ଗେ ସଙ୍ଗେ ଜାମ୍ବୁ ପୋଲକୁ ଉଚ୍ଚ କରିବା ପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ଅର୍ଥ ମଞ୍ଜୁରୀ ହୋଇଥିଲା।

ରାସ୍ତାର ଜ।ମ୍ବୁ ପୋଲ ଉପରେ ପୋଲ ନିର୍ମାଣ ପାଇଁ ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ ଫେବୃଆରୀ ୧୨ ତାରିଖରେ ଶୁଭ ଦେଇଥିଲେ। ଆଶାଥିଲା ଅଞ୍ଚଳବାସୀ ଆଉ ବର୍ଷାଦିନେ ବିଚ୍ଛିନ୍ନତାରୁ ବାଦ ପଡିବେ। ଏପରିକି ରାସ୍ତା ନିର୍ମାଣ ପାଇଁ ଠିକାଦାର ବାଇପାସ ରୋଡ ମଧ୍ୟ ତିଆରି କରିଥିଲେ। କିନ୍ତୁ କେଉଁ କାରଣରୁ ଠିକାଦାର ଏଠାରୁ କ୍ୟାମ୍ପ ଉଠାଇନେଲେ ତାହା ଅଞ୍ଚଳବାସୀଙ୍କୁ ଆଶ୍ଚର୍ଯ୍ୟ କରିଛି।

Advertisment

ଜୁଲାଇ ୨୯ ତାରିଖରେ ଏହି ନାଳ ଉପରେ ପ୍ରଥମ ବନ୍ୟା ଜଳ ପ୍ରବାହିତ ଯୋଗୁଁ ୬ ଘଣ୍ଟା ମୁଣ୍ଡାପଡା ପଞ୍ଚାୟତର ଏହି ଚାରି ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଥିଲା। ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଥିବାରୁ ଏହି ପୋଲକୁ ଯଦି ନିର୍ମାଣ କରାନଯାଏ ତେବେ ଅଞ୍ଚଳବାସୀ ନିର୍ବାଚନ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି।