Advertisment

କଲେଜରେ ବେଧଡ଼କ ଚାଲିଛି ବେଆଇନ ବିଦ୍ୟୁତ କାରବାର

ବୌଦ୍ଧ (ଓଡ଼ିଶା ରିପୋର୍ଟର): ବୌଦ୍ଧ ପଞ୍ଚାୟତ କଲେଜରେ ବିଦ୍ୟୁତର ବେଆଇନ ବ୍ୟବହାର ଧରାପଡିଛି। ବିଦ୍ୟୁତ ବିଭାଗ ପକ୍ଷରୁ ବେଆଇନ ବ୍ୟବହାର କରାଯାଉଥିବା ଅଭିଯୋଗରେ କଲେଜର ଏବେ ବିଦ୍ୟୁତ ସଂଯୋଗ ବିଛିନ୍ନ କରିଦିଆଯାଇଛି। ବିଦ୍ୟୁତ ବିଭାଗର ଏନଫୋର୍ସମେଣ୍ଟ ଟିମ୍ ଆଜି ବୌଦ୍ଧ ପଞ୍ଚାୟତ କଲେଜରେ ଚଢ଼ାଉ କରିଥିଲା। କଲେଜ୍ ପାଇଁ ଏକ କିଲୋୱାଟ୍‌ର ଅନୁମତି ରହିଥିବା ଲାଇନରେ ଅତ୍ୟଧିକ ବିଦ୍ୟୁତ୍ ବ୍ୟବହାର କରାଯାଉଥିବା ଏବଂ ଏକ ବେଆଇନ ସଂଯୋଗରେ ବିଦ୍ୟୁତ ବ୍ୟବହାର କରାଯାଉଥିବା ଜଣାପଡିଥିଲା। ଯାହା ପରେ କଲେଜର […]

author-image
Ranjit Kumar Jena
କଲେଜରେ ବେଧଡ଼କ ଚାଲିଛି ବେଆଇନ ବିଦ୍ୟୁତ କାରବାର

boudh

ବୌଦ୍ଧ (ଓଡ଼ିଶା ରିପୋର୍ଟର): ବୌଦ୍ଧ ପଞ୍ଚାୟତ କଲେଜରେ ବିଦ୍ୟୁତର ବେଆଇନ ବ୍ୟବହାର ଧରାପଡିଛି। ବିଦ୍ୟୁତ ବିଭାଗ ପକ୍ଷରୁ ବେଆଇନ ବ୍ୟବହାର କରାଯାଉଥିବା ଅଭିଯୋଗରେ କଲେଜର ଏବେ ବିଦ୍ୟୁତ ସଂଯୋଗ ବିଛିନ୍ନ କରିଦିଆଯାଇଛି। ବିଦ୍ୟୁତ ବିଭାଗର ଏନଫୋର୍ସମେଣ୍ଟ ଟିମ୍ ଆଜି ବୌଦ୍ଧ ପଞ୍ଚାୟତ କଲେଜରେ ଚଢ଼ାଉ କରିଥିଲା।

Advertisment

କଲେଜ୍ ପାଇଁ ଏକ କିଲୋୱାଟ୍‌ର ଅନୁମତି ରହିଥିବା ଲାଇନରେ ଅତ୍ୟଧିକ ବିଦ୍ୟୁତ୍ ବ୍ୟବହାର କରାଯାଉଥିବା ଏବଂ ଏକ ବେଆଇନ ସଂଯୋଗରେ ବିଦ୍ୟୁତ ବ୍ୟବହାର କରାଯାଉଥିବା ଜଣାପଡିଥିଲା। ଯାହା ପରେ କଲେଜର ବିଦ୍ୟୁତ୍ ସଂଯୋଗ ବିଛିନ୍ନ କରିଦିଆଯିବା ସହିତ ବ୍ୟବହାର କରାଯାଇଥିବା ବିଦ୍ୟୁତର ଆକଳନ କରାଯାଇ ନିୟମ ପ୍ରକାରେ ଜୋରିମାନା କରାଯିବା ସହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଦ୍ୟୁତ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ଅଶୋକ କୁମାର ରାଉତ କହିଛନ୍ତି।

ନିର୍ବାହୀ ଯନ୍ତ୍ରୀ ଅଶୋକ କୁମାର ରାଉତ କହିଛନ୍ତି, କଲେଜରେ ଚେକ୍ ଆଉଟ୍ କଲା ପରେ ଜଣାପଡ଼ିଲା ଯେ ସେଠାରେ ସିଙ୍ଗଲ୍ ଫେଜରେ ଦୁଇଟି ମିଟର୍ ଲାଗିଛି। ବିଲରେ ଏକ କିଲୋୱାଟ୍ ଦେଖାଉଛି। କିନ୍ତୁ ସେମାନେ ଚାରି କିଲୋୱାଟର ବିଦ୍ୟୁତ ବ୍ୟବହାର କରୁଛନ୍ତି। ଆଉ ଗୋଟିଏ ଏକ୍ସଟ୍ରା ଲାଇନ୍ ହୁକିଂ ହୋଇ ପଡ଼ିଛି, ଯେଉଁଟା ୫ କିଲୋୱାଟ୍ ଲୋଡିଂ ହେଉଛି। ଏବେ ସବୁ କଥା ସାମ୍ନାକୁ ଆସିବା ପରେ ଆମେ ଇଣ୍ଡିଆନ୍ ଇଲେକ୍ଟ୍ରିକାଲ ଆକ୍ଟ ଆଇନ୍ ଅନୁଯାୟୀ ବିହିତ କାର୍ଯ୍ୟାନୁଷ୍ଠାନ ନେବୁ ବୋଲି ନିର୍ବାହୀ ଯନ୍ତ୍ରୀ କହିଛନ୍ତି।

Advertisment

ଅନ୍ୟପକ୍ଷରେ ଗତ ନିର୍ବାଚନ ସମୟରେ ଜିଲ୍ଲା ପ୍ରଶାସନ କଲେଜର ସମସ୍ତ କୋଠା ନିଜ ଅଧିନକୁ ନେଇଥିଲା ଏବଂ ସେମାନେ ହିଁ ବିଦ୍ୟୁତ ବ୍ୟବହାର ନେଇ ଯାହା ପରିବର୍ତ୍ତନ କରିଛନ୍ତି। ତେଣୁ ଏନେଇ କଲେଜ ପାଖରେ କୌଣସି ସୂଚନା ନଥିବା ସୂଚନା ଦେଇଛନ୍ତି କଲେଜ ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ବେହେରା।