Advertisment

ଗୋମାତାଙ୍କୁ ଧରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା

ବୌଦ୍ଧ (ଦୀପକ ଅଦର): ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଗୋମାତାଙ୍କୁ ଧରି ଧାରଣାରେ ବସିଲେ। ଆଉ ଅଭିନବ ଢଙ୍ଗରେ କଲେ ପ୍ରତିବାଦ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ପରିବାର ଧାରଣାରେ ବସି ଏଭଳି ଅଭିନବ ଉପାୟରେ ନିଜର ଦାବି ଉପସ୍ଥାପନ କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ସେମାନେ ସାଙ୍ଗରେ କିଛି ଗୋମାତାଙ୍କୁ ଧରି ଧାରଣାରେ ବସିଥିବା ଦେଖିବାକୁ ମିଳିଥିଲା। ଏଭଳି ନିଆରା ଦୃଶ୍ୟ ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲାରେ। ବୌଦ୍ଧ ବ୍ଲକ୍ ଖଲିଆପାଲି ପଞ୍ଚାୟତ ତାଳପଦର ଗ୍ରାମର ଗୋ-ସେବକ […]

ଗୋମାତାଙ୍କୁ ଧରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା

boudh

Advertisment

ବୌଦ୍ଧ (ଦୀପକ ଅଦର): ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଗୋମାତାଙ୍କୁ ଧରି ଧାରଣାରେ ବସିଲେ। ଆଉ ଅଭିନବ ଢଙ୍ଗରେ କଲେ ପ୍ରତିବାଦ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ପରିବାର ଧାରଣାରେ ବସି ଏଭଳି ଅଭିନବ ଉପାୟରେ ନିଜର ଦାବି ଉପସ୍ଥାପନ କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ସେମାନେ ସାଙ୍ଗରେ କିଛି ଗୋମାତାଙ୍କୁ ଧରି ଧାରଣାରେ ବସିଥିବା ଦେଖିବାକୁ ମିଳିଥିଲା। ଏଭଳି ନିଆରା ଦୃଶ୍ୟ ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲାରେ।

Advertisment

ବୌଦ୍ଧ ବ୍ଲକ୍ ଖଲିଆପାଲି ପଞ୍ଚାୟତ ତାଳପଦର ଗ୍ରାମର ଗୋ-ସେବକ କାର୍ତ୍ତିକ ମହାକୁଡ଼, ତାଙ୍କର ପ୍ରାୟ ୩୦ ଗୋଟି ଗାଈ ଅଛି। ମନରେଗା ଯୋଜନାରେ ଗାଈ ଗୁହାଳ ପାଇବା ପାଇଁ ପ୍ରଶାସନକୁ ବାରମ୍ବାର ଗୁହାରି କରିଥିଲେ। କିନ୍ତୁ ଏ ପର୍ଯ୍ୟନ୍ତ ତାଙ୍କୁ ଆଦର୍ଶ ଗୁହାଳ ଖଣ୍ଡେ ମିଳିପାରି ନାହିଁ। ୩୦ ଗୋଟି ଗାଈ ଥିବାବେଳେ ତାଙ୍କୁ ଗୁହାଳ ନମିଳିବାରୁ ଏପରି ଅଭିନବ ଉପାୟରେ ସେ ପ୍ରତିବାଦ କରିଥିଲେ।

ବର୍ତ୍ତମାନ ଶୀତଦିନ ଆସିଯାଇଥିବାରୁ ଥଣ୍ଡା କାକରରେ ପଡ଼ିରହି ଗାଈଗୋରୁଙ୍କର ସ୍ୱାସ୍ଥ୍ୟ ଖରାପ ହେବାର ସମ୍ଭାବନା ରହିଛି। ତେଣୁ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ ପାଇଁ ଶ୍ରୀ ମହାକୁଡ଼ ପରିବାର ଅନ୍ୟ ସଦସ୍ୟ ରୋହିତ ମହାକୁଡ଼ ସମେତ ସାଧୁ ଖମାରୀ, ସୁରେନ୍ଦ୍ର ସିଂ, ଦିଲ୍ଲୀପ କର୍ମୀ, ଅଜୟ ଥାଟୀ, ଶ୍ରିହରୀ ପ୍ରଧାନ, ସୁରୁ ଗରିଆ ପ୍ରମୁଖ ଧାରଣାରେ ବସିଥିଲେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe