Advertisment

ବଜ୍ରପାତରେ ଚାଲିଗଲା ଜଣଙ୍କର ଜୀବନ

ବୌଦ୍ଧ (ଭାର୍ଜନ କୁମାର ପ୍ରଧାନ): ଆକାଶରୁ ଖସିଲା ମୃତ୍ୟୁ । ନେଇଗଲା ଗୋଟିଏ ଜୀବନ। ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ସିମିଳିପଦର ପଞ୍ଚାୟତର ଲୋକାପଡା ଗାଁରେ ବଜ୍ରାଘାତରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ୫୫ ବର୍ଷୀୟ ଶକ୍ତି ପ୍ରସାଦ ବିଶ୍ୱାଳ। ଶକ୍ତି ପ୍ରସାଦ ରବିବାର ନିଜ ନିଜ ଜମିରେ ଏକ ପୋଖରୀ କାମ ଦେଖିବାକୁ ଯାଇଥିଲେ । ଏହି ସମୟରେ ଜୋରରେ ବଜ୍ରାଘାତ ମାରିଥିଲା ଯେଉଁଥିରେ ତାଙ୍କର ମୃତ୍ୟୁ ହୋଇଛି। ଅଚେତ ଅବସ୍ଥାରେ ତାଙ୍କୁ ସୋନପୁର […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ଶୁଦ୍ଧି କର୍ମ ବେଳେ ଆକାଶରୁ ଖସିଲା ମୃତ୍ୟୁ, ଚାଲିଗଲା ଯୁବକଙ୍କ ଜୀବନ

lightning

ବୌଦ୍ଧ (ଭାର୍ଜନ କୁମାର ପ୍ରଧାନ): ଆକାଶରୁ ଖସିଲା ମୃତ୍ୟୁ । ନେଇଗଲା ଗୋଟିଏ ଜୀବନ। ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ସିମିଳିପଦର ପଞ୍ଚାୟତର ଲୋକାପଡା ଗାଁରେ ବଜ୍ରାଘାତରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ୫୫ ବର୍ଷୀୟ ଶକ୍ତି ପ୍ରସାଦ ବିଶ୍ୱାଳ।

Advertisment

ଶକ୍ତି ପ୍ରସାଦ ରବିବାର ନିଜ ନିଜ ଜମିରେ ଏକ ପୋଖରୀ କାମ ଦେଖିବାକୁ ଯାଇଥିଲେ । ଏହି ସମୟରେ ଜୋରରେ ବଜ୍ରାଘାତ ମାରିଥିଲା ଯେଉଁଥିରେ ତାଙ୍କର ମୃତ୍ୟୁ ହୋଇଛି। ଅଚେତ ଅବସ୍ଥାରେ ତାଙ୍କୁ ସୋନପୁର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

ଲୋକାପଡା ଗାଁର ସେ ଗୌନ୍ତିଆ ଥିଲେ। ସେହିପରି ଲୋକାପଡା ସେବା ସମବାୟ ସମିତିର ପୂର୍ବତନ ସଭାପତି ଥିଲେ। ତାଙ୍କ ମୃତ୍ୟୁରେ ଗାଁରେ ଶୋକ ଛେଳି ଯାଇଛି।

Advertisment