Advertisment

ପୁରୁଷଶୂନ୍ୟ ହେଉଛି ମାଧପୁର, ସଧବା ହେଉଛି ବିଧବା!

ବୌଦ୍ଧ (ଭାର୍ଜନ କୁମାର ପ୍ରଧାନ): ମଦଜନିତ ମୃତ୍ୟୁ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ମଦ ଶରୀର ପାଇଁ କେତେ ହାନିକାରକ, ତାହା ସମସ୍ତଙ୍କୁ ଜଣା। ଯିଏ ଥରେ ମଦ ପିଇବା ଆରମ୍ଭ କରିଦିଏ, ସେ ଏହାକୁ ଅଭ୍ୟାସରେ ପରିଣତ କରିଦିଏ। ଆଉ ଏହି ଅଭ୍ୟାସ ଦିନେ ନା ଦିନେ ମଣିଷକୁ ମୃତ୍ୟୁ ମୁଖକୁ ଠେଲି ଦିଏ। ଏହି ମଦ ପାଇଁ ଆଜି ଗୋଟିଏ ଗାଁ ପୁରୁଷ ଶୂନ୍ୟ ହେବାକୁ ବସିଲାଣି। ଆମେ କହୁଛୁ ବୌଦ୍ଧ ଜିଲ୍ଲା ମାଧପୁର […]

ପୁରୁଷଶୂନ୍ୟ ହେଉଛି ମାଧପୁର, ସଧବା ହେଉଛି ବିଧବା!

madhapur

Advertisment

ବୌଦ୍ଧ (ଭାର୍ଜନ କୁମାର ପ୍ରଧାନ): ମଦଜନିତ ମୃତ୍ୟୁ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ମଦ ଶରୀର ପାଇଁ କେତେ ହାନିକାରକ, ତାହା ସମସ୍ତଙ୍କୁ ଜଣା। ଯିଏ ଥରେ ମଦ ପିଇବା ଆରମ୍ଭ କରିଦିଏ, ସେ ଏହାକୁ ଅଭ୍ୟାସରେ ପରିଣତ କରିଦିଏ। ଆଉ ଏହି ଅଭ୍ୟାସ ଦିନେ ନା ଦିନେ ମଣିଷକୁ ମୃତ୍ୟୁ ମୁଖକୁ ଠେଲି ଦିଏ। ଏହି ମଦ ପାଇଁ ଆଜି ଗୋଟିଏ ଗାଁ ପୁରୁଷ ଶୂନ୍ୟ ହେବାକୁ ବସିଲାଣି। ଆମେ କହୁଛୁ ବୌଦ୍ଧ ଜିଲ୍ଲା ମାଧପୁର ଗାଁ କଥା। ମଦ ଗାଁରେ ଅନେକ ଲୋକଙ୍କର ଜୀବନ ନେଇସାରିଲାଣି। ଯାହା ଫଳରେ ଏହି ଗାଁ ଏବେ ବିଧବାଙ୍କ ଗାଁ ହେବାକୁ ଯାଉଛି।

Advertisment

ବୌଦ୍ଧ ଜିଲ୍ଲାର ସଦରମହକୁମା ୫୭ ନମ୍ବର ଜାତୀୟ ରାଜପଥରେ ୫୫ କିମି ଯିବା ପରେ ମାଧପୁର ଗ୍ରାମ ପଡ଼େ। ଗ୍ରାମରେ ମଦ୍ୟପଙ୍କ ସଂଖ୍ୟା ଲଗାତାର ବୃଦ୍ଧି ପାଇବାରେ ଲାଗିଛି। ଆଉ ମଦ୍ୟପଙ୍କ ଜୀବନହାନୀ ଯୋଗୁ ଏବେ ଏଠାରେ ବିଧବା ସଂଖ୍ୟା ବଢ଼ିଚାଲିଛି। ଏଠାରେ ୭୦ ଭାଗ ମହିଳାଙ୍କର ସ୍ୱାମୀ ମଦ ଯୋଗୁ ପ୍ରାଣ ହରାଇଛନ୍ତି। ଅର୍ଥାତ୍ ସେମାନେ ଏବେ ବିଧବା ଜୀବନ କାଟୁଛନ୍ତି। ମଦ ମୃତ୍ୟୁ ଯୋଗୁ ଏହି ଗାଁ ଦିନକୁ ଦିନ ଏବେ ପୁରୁଷ ଶୂନ୍ୟ ହେବାରେ ଲାଗିଛି।

ଗୋଟିଏ ପଟେ ମା' ତା'ର ପୁଅକୁ ହରାଉଛି ତ ଆଉ କିଏ ନବବିବାହିତା ତା'ର ସ୍ୱାମୀକୁ ହରାଉଛି। ଏହି ମଦ ପାଇଁ ଅଧିକାଂଶ ସମୟରେ ଗାଁରେ କଳହ ଓ ମହିଳାଙ୍କ ଉପରେ ନାହିଁ ନଥିବା ହିଂସା ହେଉଥିବା ଅଭିଯୋଗ ଆସିଛି। କମଳା ପ୍ରଧାନ ନାମକ ଗାଁ'ର ଜଣେ ମହିଳାଙ୍କ ସ୍ୱାମୀ ମଦ୍ୟପାନ ଯୋଗୁ ଦୀର୍ଘ ୧୨ ହେଲା ପ୍ରାଣ ହରାଇ ସାରିଲେଣି। ଏଭଳି ସ୍ଥିତିରେ କମଳାଙ୍କ ପକ୍ଷେ ଏବେ ନିଜ ପରିବାରର ଭରଣପୋଷଣ କରିବା କଷ୍ଟକର ହୋଇପଡ଼ିଛି। ଗାଁରେ କମଳାଙ୍କ ଭଳି ଆହୁରୀ ଅନେକ ମହିଳା ଅଛନ୍ତି, ଯାହାଙ୍କର ସ୍ୱାମୀ ମଦ ପିଇବା କାରଣରୁ ମୃତ୍ୟୁବରଣ କରିଛନ୍ତି। ଯାହା ଫଳରେ ମହିଳାମାନେ ଏବେ ବିଧବା ଜୀବନ କାଟୁଛନ୍ତି। କିଛି ମହିଳା ପରିବାର ପୋଷିବା ପାଇଁ ଛୋଟିଆ ଦୋକାନ ଟିଏ କରିବାକୁ ବାଧ୍ୟ ହୋଇଛନ୍ତି।

Advertisment

ତେବେ ଗାଁରେ ମଦ ବିକ୍ରି ବୃଦ୍ଧି ପାଉଥିବାରୁ ପୁରୁଷଙ୍କ ମୃତ୍ୟୁ ହେଉଥିବା ଗାଁର ମହିଳାମାନେ ଅଭିଯୋଗ କରିଛନ୍ତି। କମ୍ ବୟସରେ ପୁରୁଷମାନଙ୍କର ଏଭିଳି ମୃତ୍ୟୁ ପରେ ମହିଳା ମାନେ ଜଳଖିଆ ଦୋକାନ କିମ୍ବା ମୂଲ ଲାଗି ନିଜର ପରିବାର ଚଳାଉଛନ୍ତି। ଏବେ ଗାଁର ମହିଳା ମାନେ ମଦ ବିକ୍ରି ଉପରେ ରୋକ୍ ଲଗାଇବା ପାଇଁ ଏକଜୁଟ୍ ହୋଇଛନ୍ତି।

କେବଳ ମଦ ଯେ ପୁରୁଷଙ୍କର ଜୀବନ ନେଉଛି ତାହା ନୁହେଁ। କିଛି ଲୋକେ ଖଜୁରୀ ରସ ପିଇ ମୃତ୍ୟୁବରଣ କରୁଛନ୍ତି। ଏନେଇ ସ୍ଥାନୀୟ ଆଡେନିଗଡ଼ ସରପଞ୍ଚ କହିଛନ୍ତି ଯେ ଗାଁରେ ଏବେ ମଦଭାଟି ବନ୍ଦ କରାଯାଇଛି ଓ ମଦ ନପିଇବା ପାଇଁ ଲୋକଙ୍କୁ ସଚେତନ କରାଯିବା ସହ ବିଧବା ମହିଳାଙ୍କୁ ସରକାରଙ୍କ ତରଫରୁ ଭତ୍ତା ଦେବା ବ୍ୟବସ୍ଥା କରାଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe