Advertisment

କନେକ୍ସନ ନଥାଉ, ୫୮,୦୦୦ ଟଙ୍କା ବିଜୁଳି ବିଲ୍ ଦିଅ !

ବୌଦ୍ଧ (ଭାର୍ଜନ କୁମାର ପ୍ରଧାନ): ଚାଷୀମାନେ କିପରି ସୁବିଧାରେ ଜମିରେ ଜଳସେଚନ ସୁବିଧା ପାଇବେ ଏଥିପାଇଁ ବିଜୁ କୃଷକ ଯୋଜନାରେ  ଡିପ ବୋର ୱେଲ(ଗଭୀର ନଳକୂପ) ଖନନ କରିଥିଲେ। ଏହାପରେ ବିଦ୍ୟୁତ ବିଭାଗ ପକ୍ଷରୁ ଖମ୍ବପୋତା ସହ, ତାର ମଧ୍ୟ ଟଣା ହୋଇଛି। କିନ୍ତୁ ବିଦ୍ୟୁତ ସଂଯୋଗ ହୋଇନି । ହେଲେ ଚାଷୀଙ୍କ ପାଖକୁ ଆସିଛି ଲକ୍ଷାଧିକ ଟଙ୍କାର ବିଲ । ଯାହାକୁ ଦେଖି ଚାଷୀ ମୁଣ୍ଡରେ ଚଡକ ପଡିଛି। ଏପରି ସମସ୍ୟା ହୋଇଛି ବୌଦ୍ଧ ସଦର […]

କନେକ୍ସନ ନଥାଉ, ୫୮,୦୦୦ ଟଙ୍କା ବିଜୁଳି ବିଲ୍ ଦିଅ !

5bn

Advertisment

ବୌଦ୍ଧ (ଭାର୍ଜନ କୁମାର ପ୍ରଧାନ): ଚାଷୀମାନେ କିପରି ସୁବିଧାରେ ଜମିରେ ଜଳସେଚନ ସୁବିଧା ପାଇବେ ଏଥିପାଇଁ ବିଜୁ କୃଷକ ଯୋଜନାରେ  ଡିପ ବୋର ୱେଲ(ଗଭୀର ନଳକୂପ) ଖନନ କରିଥିଲେ। ଏହାପରେ ବିଦ୍ୟୁତ ବିଭାଗ ପକ୍ଷରୁ ଖମ୍ବପୋତା ସହ, ତାର ମଧ୍ୟ ଟଣା ହୋଇଛି। କିନ୍ତୁ ବିଦ୍ୟୁତ ସଂଯୋଗ ହୋଇନି । ହେଲେ ଚାଷୀଙ୍କ ପାଖକୁ ଆସିଛି ଲକ୍ଷାଧିକ ଟଙ୍କାର ବିଲ । ଯାହାକୁ ଦେଖି ଚାଷୀ ମୁଣ୍ଡରେ ଚଡକ ପଡିଛି। ଏପରି ସମସ୍ୟା ହୋଇଛି ବୌଦ୍ଧ ସଦର ବ୍ଲକ ବ୍ରାହ୍ମଣୀପାଲି ପଞ୍ଚାୟତରୁ।

Advertisment

ବୌଦ୍ଧ ଉଠାଜଳସେଚନ ବିଭାଗ ପକ୍ଷରୁ 2014-15 ମସିହାରେ ଜମିକୁ ଜଳସେଚନ କରିବା ପାଇଁ ଗଭୀର କୂଅ ଖନନ କରାଯାଇଥିଲା । ହେଲେ ମୋଟର ବସିନି କି ବିଦ୍ୟୁତ ମଧ୍ୟ ସଂଯୋଗ ହେଇନି । ହେଲେ ୧୨ଜଣ ଚାଷୀଙ୍କ ନାଁରେ ଆସିଛି ଲକ୍ଷାଧିକ ଟଙ୍କାର ବିଲ  ତାକୁ ନେଇ ଚିନ୍ତାରେ ଚାଷୀ।

୨୦୧୪-୧୫ ମସିହାରେ ମରୁଡ଼ି ସମସ୍ୟା ଦୂର କରିବା ପାଇଁ କାଶଲପୁର ଗ୍ରାମର ୮ ଜଣ ଓ ବ୍ରହାଣିପାଲି ଗ୍ରାମର ୪ଜଣ ଚାଷୀ ଋଣ କରିକରି ଗଭୀରକୂପ ଖନନ ପାଇଁ ଆବେଦନ କରିଥିଲେ । କୂଅ ମଧ୍ୟ ଖୋଳା ହେଲା। ହେଲେ ଉଠା ଜଳସେଚନ ବିଭାଗର ଖାମଖିଆଲି ମନଭାଵ ଯୋଗୁଁ ମୋଟର ବସି ପାରିଲା ନାହିଁ।  ବାରମ୍ବାର ଅଫିସ ଦୌଡି ଦୌଡି ନୟାନ୍ତ ହୋଇଥିଲେ ସୁଦ୍ଧା ଚାଷୀଙ୍କ କିଛି ସୁଫଳ ହେଇ ପାରିଲା ନାହିଁ।

Advertisment

କାଶଲପୁର ଗ୍ରାମର ଚାଷୀ ରମେଶ ପ୍ରସାଦ ଦାଶ। କୂଅ ଖୋଳି ଆଶା କରିଥିଲେ ଚାଷ କରିବେ। ହେଲେ କୂଅ ଖୋଳିଥିଲେ ବି ମୋଟର ଲାଗିନି। ହେଲେ ଛଅ ବର୍ଷ ପରେ ଆସିଛି ୫୮ହଜାର ଟଙ୍କାର ବିଦ୍ୟୁତ ବିଲ। ରମେଶଙ୍କ ପରି ୧୨ଜଣ ଚାଷୀଙ୍କ ସମାନ ଅବସ୍ଥା।  କିଏ ୫ଏକର ଚାଷ ପାଇଁ ତ କିଏ ୧୦ଏକର ଚାଷଜମିରେ ଜଳସେଚନ ସୁବିଧା ପାଇଁ ଆବେଦନ କରିଥିଲେ । ହେଲେ  କେହି ଶୁଣି ନ ଥଲେ । ବର୍ତ୍ତମାନ ୬ବର୍ଷ ପରେ ଲକ୍ଷାଧିକ ଟଙ୍କାର ବିଦ୍ୟୁତ ବିଲ ଆସିବାରୁ ଚାଷୀଙ୍କ ମୁଣ୍ଡରେ ଚଡକ ପଡିଛି ।

କରୋନା ପାଇଁ ଦୀର୍ଘ ଦୁଇବର୍ଷ ହେଲା  ଲକଡାଉନ ସଡ଼ଡାଉନ ହେବା ଫଳରେ ଚାଷୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଏବେ ପୁଣି ଚାଷୀମାନଙ୍କ ନାମରେ କାହାର ୫୮ହଜାର ଟଙ୍କା ତ’ କାହାର ୪୦ହାଜର ଟଙ୍କ।ର ବିଦ୍ୟୁତ ବିଲ ଆସିଛି । ଅନ୍ୟପକ୍ଷରେ ଏନେଇ  ଉଠାଜଳସେଚନ ବିଭାଗ ନିର୍ବାହୀ ଅଧିକାରୀଙ୍କୁ ପଚାରିବାରୁ ତାଙ୍କର ୨୦ ହଜାର ଟଙ୍କା ଡିପୋଜିଟ ହୋଇନାହିଁ, ତେଣୁ ମଟର ଲାଗିନାହିଁ ବୋଲି କହିଛନ୍ତି। ତେବେ ଏଠାରେ ପ୍ରଶ୍ନ ତେବେ ବିଦ୍ୟୁତ ବିଲ ଆସିଲା କେମିତି? ।ଏ ନେଇ ବିଦ୍ୟୁତ ବିଭାଗର ନିର୍ବାହୀ ଯନ୍ତ୍ରୀ ଙ୍କୁ ପଚାରିବାରୁ ଯଦି ସେମିତି ହୋଇଛି ଉଠା ଜଳସେଚନ ବିଭାଗ ଚାଷୀମାନେ ଖଣ୍ଡେ ଆବେଦନ କଲେ ଆମେ ତଦନ୍ତକରି ବିଦ୍ୟୁତ ବିଲ ନେବୁ ନାହିଁ ବୋଲି କହିଛନ୍ତି।

ସରକାର ଗରିବ ଚାଷୀଙ୍କ ପାଇଁ ଅନେକ ଯୋଜନା କରୁଥିଲେ ସୁଦ୍ଧା ବାସ୍ତବରେ ଏହା କାର୍ଯ୍ୟକାରୀ ହେଉଛି ତାହା ଏଥିରୁ ସ୍ପଷ୍ଟ ଅନୁମେୟ। ତେବେ ଖୁବଶୀଘ୍ର ଚାଷୀଙ୍କ ଜମିରେ ମୋଟର ଲଗାଇବା ସହ ଜଳ ସେଚନ ସୁବିଧା କରିବାକୁ ଚାଷୀମାନେ ଦାବି କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe