Advertisment

ଟାଟାଏସିକୁ ଧକ୍କା ଦେଲା ଟ୍ରକ, ଡ୍ରାଇଭର ମୃତ

ଅଲେଖ ଟାଟାଏସି ନେଇ କୌଣସି କାମରେ ମାଧପୁର ଯାଇ ଫେରୁଥିବା ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ ଭାରସାମ୍ୟ ହରାଇ ତାଙ୍କ ଗାଡ଼ିକୁ ଧକ୍କା ଦେଇଥିଲା।

Accident

Accident

Advertisment

ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଅନ୍ତର୍ଗତ ମାଧପୁର ଛକ ନିକଟରେ ଏକ ଟ୍ରକ୍ ଏକ ଟାଟାଏସିକୁ ପିଟି ଦେବାରୁ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। ମୃତ ଟାଟାଏସି ଡ୍ରାଇଭରଙ୍କ ନାଁ ଅଲେଖ ବେହେରା। ତାଙ୍କ ଘର ଆଡ଼େଣିଗଡ଼ ଗାଁରେ।

Advertisment

ଅଲେଖ ଟାଟାଏସି ନେଇ କୌଣସି କାମରେ ମାଧପୁର ଯାଇ ଫେରୁଥିବା ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ ଭାରସାମ୍ୟ ହରାଇ ତାଙ୍କ ଗାଡ଼ିକୁ ଧକ୍କା ଦେଇଥିଲା। ଅଲେଖଙ୍କୁ ଗୁରୁତର ଅବସ୍ଥାରେ ଆଡ଼େଣିଗଡ଼ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

ଅଲେଖଙ୍କ ମୃତ୍ୟୁ ପରେ ତାଙ୍କ ପରିବାରକୁ କ୍ଷତିପୂରଣ ଦେବା ଦାବିରେ ସ୍ଥାନୀୟ ଲୋକେ ୫୭ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଥିଲେ। ପୁଲିସ୍ ପହଞ୍ଚି ସେମାନଙ୍କୁ ବୁଝାସୁଝା କରିଥିଲା।

Advertisment
Accident Roadaccident Road Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe