Advertisment

ପୁଲିସ୍‌ ବିରୋଧରେ ସାଂଘାତିକ ଅଭିଯୋଗ, ବନ କର୍ମଚାରୀଙ୍କୁ କରିଥିଲେ ଗୁଳି!

ପୁଲିସ୍‌ କର୍ମଚାରୀମାନେ ମାରିଥିବା ଗୁଳି ଗାଡ଼ିରେ ବସିଥିବା ଦୁଇ ଜଣ ବନ କର୍ମଚାରୀଙ୍କ ଦେହରେ ବାଜିଥିଲା। ଯାହାଫଳରେ ସେମାନେ ଗୁରୁତର ହୋଇଥିଲେ। ଜୀବନ ବିକଳରେ ବନ କର୍ମଚାରୀମାନେ ଗାଡ଼ି ଧରି ପଳାଇ ଯାଇଥିଲେ।

ଅଦ୍ୟତନ ହୋଇଛି
Boudh

Boudh

Advertisment

ପ୍ରତିଷ୍ଠା ଦିବସରେ ପୁଲିସ୍‌ ବିରୋଧରେ ଆସିଛି ସାଂଘାତିକ ଅଭିଯୋଗ। ପାଟ୍ରୋଲିଂ କରୁଥିବା ବନ କର୍ମଚାରୀଙ୍କ ଉପରେ ଗୁଳି ଚଳାଇବା ପରି ସଙ୍ଗୀନ ଅଭିଯୋଗ ଆସିଛି। ଏପରି ଅଭିଯୋଗ ବୌଦ୍ଧ ଜିଲ୍ଲାରୁ ଆସିଛି। ପୁଲିସ ଗୁଳିରେ ଆହତ ହୋଇଥିବା ଦୁଇ ବନ କର୍ମଚାରୀଙ୍କ ମଧ୍ୟରୁ ଜଣେ ଏନେଇ ବୌଦ୍ଧ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ତାଙ୍କ ନାଁ ନବ କିଶୋର ସାହୁ। ତେବେ ତାଙ୍କ ଅଭିଯୋକ ନେଇ ପୁଲିସର ପ୍ରତିକ୍ରିୟା ମିଳିପାରିନାହିଁ।

Advertisment

ଅଭିଯୋଗ ଅନୁଯାୟୀ, ମାର୍ଚ୍ଚ ୨୯ ତାରିଖ ରାତିରେ ବୌଦ୍ଧ ବନବିଭାଗ ପକ୍ଷରୁ ବଘିଆପଡ଼ା ଅଞ୍ଚଳରେ ପାଟ୍ରୋଲିଂ କରାଯାଉଥିଲା। ଠିକ୍‌ ସେହି ସମୟରେ ଖଲିଆପାଲି ଛକ ନିକଟରେ ଦୁଇଟି ବାଇକରେ ୪ ଜଣ ପୁଲିସ୍ କର୍ମଚାରୀ ଆସି ବନ ବିଭାଗର ପାଟ୍ରୋଲିଂ ଗାଡ଼ିକୁ ଅଟକାଇ ଥିଲେ। ପରେ ଅତର୍କିତ ଭାବେ ବନ ବିଭାଗ ଗାଡ଼ି ଉପରକୁ ୩ରୁ ୪ ରାଉଣ୍ଡ ଗୁଳି ଚାଲାଇ ଥିଲେ। ସେଥିରୁ ଦୁଇଟି ଗୁଳି ଗାଡ଼ିରେ ବାଜିଥିଲା। ସେହିପରି ନବ କିଶୋର ସାହୁଙ୍କ ପିଠିରେ ଗୁଳି ବାଜିଥିବା ବେଳେ ଅନ୍ୟ ଜଣେ ବନ କର୍ମଚାରୀ ନୀଳାଚଳ ପ୍ରଧାନଙ୍କ ହାତରେ ଗୁଳି ବାଜିଥିଲା। ଏହାପରେ ଜୀବନ ବିକଳରେ ବନ କର୍ମଚାରୀମାନେ ଗାଡ଼ି ଧରି ପଳାଇ ଯାଇଥିଲେ।

ନବ କିଶୋର ସାହୁ ଓ ନୀଳାଚଳ ପ୍ରଧାନଙ୍କୁ ବୌଦ୍ଧ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ନୀଳାଚଳଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପ୍ରଥମେ ବୁର୍ଲା ଓ ପରେ ଭୁବନେଶ୍ୱରରେ ଏକ ଘରୋଇ ମେଡ଼ିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି। ଏବେ ସେଠାରେ ତାଙ୍କର ଚିକିତ୍ସା ଚାଲିଛି।

Advertisment

ସୂଚନାଯୋଗ୍ୟ, ସେଦିନ ବନବିଭାଗର ପାଟ୍ରୋଲିଂ ଗାଡ଼ିରେ ଜଣେ ଏସିଏଫ୍‌, ୩ ଜଣ ଫରେଷ୍ଟର ଓ ୩ ଜଣ ୱାଚର ମଧ୍ୟ ଥିଲେ।

ରିପୋର୍ଟ-ବୌଦ୍ଧରୁ ଦୀପକ ଅଦର

Odisha Police Crime Story Odisha Forest Dept Boudh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe