ସ୍ୱାମୀ ଯାଇଥିଲେ ରାଲିକୁ, ଘରେ ପଶି ମହିଳାଙ୍କୁ ଉଠାଇ ନେଲେ ଶିକ୍ଷକ!

ପ୍ରତିମାଙ୍କୁ ୧୮ ଦିନ କାଳ କୋଠରୀରେ ରଖିଥିଲା। ଘରୁ ବାହାରିବାକୁ ଦେଉନଥିଲା। ଦିନେ କୌଶଳ କରି ସ୍ଥାନୀୟ ଅଞ୍ଚଳର ଲୋକଙ୍କ ସହାୟତାରେ ଘରୁ ବାହାରିଥିଲେ ପ୍ରତିମା। ଫୋନ୍‌ କରି ପୂରା ଘଟଣା ସ୍ୱାମୀଙ୍କୁ କହିଥିଲେ।

Boudh PhotoOR

ପୀଡ଼ିତା ଥାନାକୁ ଅଭିଯୋଗ କରିବା ପାଇଁ ଯାଉଛନ୍ତି

Manoranjan Sial
  • Published: Thursday, 18 May 2023
  • Updated: 18 May 2023, 06:51 PM IST

Sports

Latest News

ସ୍ୱାମୀ ଯାଇଥିଲେ ରାଲିକୁ। ଏହାର ସୁଯୋଗ ନେଇ ବିଳମ୍ୱିତ ରାତିରେ ଘରେ ପଶି ମହିଳାଙ୍କୁ ଉଠାଇନେଲେ ଶିକ୍ଷକ! ୧୮ ଦିନ କାଳ ଗୋଟିଏ ଘରେ ରଖି ମହିଳାଙ୍କ ସହ ଶିକ୍ଷକ ଜଣକ ବଳପୂର୍ବକ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ଆସିଛି ବୌଦ୍ଧ ଜିଲ୍ଲାରୁ। ପୀଡ଼ିତା ଏନେଇ ଅଭିଯୋଗ କରିବା ପରେ ପୁଲିସ୍‌ ମାମଲା ରୁଜୁ କରି ଚୁପ୍‌ ବସିଛି। ପୁଲିସ୍‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବାରୁ ପୀଡ଼ିତା ଜଣଙ୍କ ପୁଣି ଥରେ ବୌଦ୍ଧ ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇ ନ୍ୟାୟ ମାଗିଛନ୍ତି। 

ବୌଦ୍ଧ ଆଦର୍ଶ ଥାନା ଅଞ୍ଚଳର ପ୍ରତିମା(ଛଦ୍ମନାମ)ଙ୍କ ସ୍ୱାମୀ ଭୁବନେଶ୍ୱରରେ ହୋଇଥିବା ରାଲିରେ ଯୋଗଦେବା ପାଇଁ ଯାଇଥିଲେ। ଘରେ ଏକାକୀ ଥିଲେ ପ୍ରତିମା। ଘଟଣା ଦିନ ବିଳମ୍ୱିତ ରାତିରେ ହଠାତ୍‌ ପ୍ରତିମାଙ୍କ ଘରର କବାଟ ଠକ୍‌ ଠକ୍‌ କରିଥିଲା ଶିକ୍ଷକ ଭାବେ ଚାକିରି କରୁଥିବା ଗୋବର୍ଦ୍ଧନ ଜେନା। ସ୍ୱାମୀ ଘରକୁ ଫେରିଲେ ବୋଲି ଭାବି କବାଟ ଖୋଲିଥିଲେ ପ୍ରତିମା।

Also Read

ହେଲେ ଖୋଲିବା ମାତ୍ରେ ଗୋବର୍ଦ୍ଧନ ଧମକ ଚମକ ଦେଇ ପ୍ରତିମାଙ୍କୁ ଜବରଦସ୍ତି ଉଠାଇ ନେଇଥିଲେ। ସେଠାରୁ ପ୍ରତିମାଙ୍କୁ ଗୋଟିଏ କାର୍‌ରେ କଟକ ଜିଲ୍ଲା ରାହାମାକୁ ଗୋବର୍ଦ୍ଧନ ଆଣିଥିଲେ। ସେଠାରେ ତାଙ୍କୁ ୧୮ ଦିନ କାଳ ଗୋଟିଏ ଭଡ଼ା ଘରେ ରଖିଥିଲା। ତାଙ୍କଠାରୁ ମୋବାଇଲ ଛଡ଼ାଇ ନେଇଥିଲା। ପରେ ତାଙ୍କ ସହିତ ଗୋବର୍ଦ୍ଧନ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଛି। ପୀଡ଼ିତାଙ୍କ କହିବା ଅନୁସାରେ ତାଙ୍କ ସହିତ ଗୋବର୍ଦ୍ଧନ ବାରମ୍ୱାର ଶାରୀରିକ ସମ୍ପର୍କ ରଖିଥିଲା।

ପ୍ରତିମାଙ୍କୁ ୧୮ ଦିନ କାଳ ଉକ୍ତ ଘରେ ଗୋବର୍ଦ୍ଧନ ଚାବି ପକାଇ ରଖିଥିଲା। ଘରୁ ବାହାରିବାକୁ ଦେଉନଥିଲା। ଦିନେ କୌଶଳକ୍ରମେ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ସହାୟତାରେ ଘରୁ ଖସିବାକୁ ସକ୍ଷମ ହୋଇଥିଲେ ପ୍ରତିମା। ଏହାପରେ ଫୋନ୍‌ କରି ପୂରା ଘଟଣା ସ୍ୱାମୀଙ୍କୁ କହିଥିଲେ। ଗତ ୭ ତାରିଖରେ ଘରେ ପହଞ୍ଚି ଏନେଇ ବୌଦ୍ଧ ଆଦର୍ଶନ ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ମାତ୍ର ପୁଲିସ୍‌ ଏତଲା ଗ୍ରହଣ କରିନଥିଲା। ପରେ ପ୍ରତିମା ବୌଦ୍ଧ ଏସ୍‌ପିଙ୍କ ଅଫିସ୍‌ ଦ୍ୱାରସ୍ଥ ହୋଇଥିଲେ। ଏସ୍‌ପିଙ୍କ ନିର୍ଦ୍ଦେଶରେ ଗତ ୯ ତାରିଖରେ ବୌଦ୍ଧ ଥାନା ପୁଲିସ୍‌ ଅଭିଯୁକ୍ତ ଶିକ୍ଷକ ଗୋବର୍ଦ୍ଧନ ବିରୋଧରେ ମାମଲା ରୁଜୁ କରିଥିଲା। ଏପରି କି ପୀଡ଼ିତାଙ୍କ ଡାକ୍ତରୀମାଇନା କରିବା ସହିତ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ବୟାନ୍‌ ରେକର୍ଡ କରାଯାଇଥିଲା।

ପୀଡ଼ିତାଙ୍କ କହିବା ଅନୁସାରେ ଆଜି ପର୍ଯ୍ୟନ୍ତ ଗୋବର୍ଦ୍ଧନ ବିରୋଧରେ ପୁଲିସ୍‌ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ। ସେ ଖୁଲାମଖୁଲା ବୁଲୁଛି। ଏଥିସହ ତାଙ୍କୁ ଧମକଚମକ ଦେଉଥିବା ପୀଡ଼ିତା ଜଣଙ୍କ ଅଭିଯୋଗ କରିଛନ୍ତି। ତେଣୁ ନ୍ୟାୟ ପାଇଁ ବୁଧବାର ପୀଡ଼ିତା ଆଉ ଥରେ ଏସ୍‌ପି ଅଫିସ୍‌ ଦ୍ୱାରସ୍ଥ ହୋଇଥିଲେ। ହେଲେ ଏସ୍‌ପି ନଥିବାରୁ ନିରାଶ ହୋଇ ଫେରିଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ ପୀଡ଼ିତାଙ୍କ ଅଭିଯୋଗ ନେଇ ଶିକ୍ଷକଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

ରିପୋର୍ଟ-ବୌଦ୍ଧରୁ ଦୀପକ ଅଦର

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story