Advertisment

ଉଜୁଡି ଗଲାଣି ଶ୍ରୀ ଜଗନ୍ନାଥଙ୍କ ବନ ପ୍ରକଳ୍ପ

ବୌଦ୍ଧ(ଭାର୍ଜନ କୁମାର ପ୍ରଧାନ): ବୃକ୍ଷ ରୋପଣ ନାଁରେ ବୌଦ୍ଧ ବନ ବିଭାଗ ଶ୍ରୀ ଜଗନ୍ନାଥ ବନ ପ୍ରକଳ୍ପ ଯୋଜନାରେ ପ୍ରତିବର୍ଷ କୋଟି କୋଟି ଖର୍ଚ୍ଚ କରାଯାଇଛି। ମହାପ୍ରଭୁଙ୍କ ରଥଯାତ୍ରାରେ ତିନି ରଥ ନିର୍ମାଣ କାର୍ଯ୍ୟ ପାଇଁ ଶ୍ରୀ ମନ୍ଦିର ପ୍ରଶାସନ ଓ ବନ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଜଙ୍ଗଲ ସୃଷ୍ଟି ପାଇଁ କରାଯାଇଛି।ହେଲେ ଜଙ୍ଗଲ ବିଭାଗର ରକ୍ଷଣାବେକ୍ଷଣ ଓ  ସୁରକ୍ଷା ଅଭାବରୁ ଏହିସବୁ ପ୍ରକଳ୍ପ ଏବେ ନଷ୍ଟ ହେବା ସହ ଶ୍ରୀହୀନ ହୋଇପଡ଼ିଛି।କଂଟାମାଲ ରେଞ୍ଜର ଜୁନନୀ […]

ଉଜୁଡି ଗଲାଣି ଶ୍ରୀ ଜଗନ୍ନାଥଙ୍କ ବନ ପ୍ରକଳ୍ପ

6n

Advertisment

ବୌଦ୍ଧ(ଭାର୍ଜନ କୁମାର ପ୍ରଧାନ): ବୃକ୍ଷ ରୋପଣ ନାଁରେ ବୌଦ୍ଧ ବନ ବିଭାଗ ଶ୍ରୀ ଜଗନ୍ନାଥ ବନ ପ୍ରକଳ୍ପ ଯୋଜନାରେ ପ୍ରତିବର୍ଷ କୋଟି କୋଟି ଖର୍ଚ୍ଚ କରାଯାଇଛି। ମହାପ୍ରଭୁଙ୍କ ରଥଯାତ୍ରାରେ ତିନି ରଥ ନିର୍ମାଣ କାର୍ଯ୍ୟ ପାଇଁ ଶ୍ରୀ ମନ୍ଦିର ପ୍ରଶାସନ ଓ ବନ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଜଙ୍ଗଲ ସୃଷ୍ଟି ପାଇଁ କରାଯାଇଛି।ହେଲେ ଜଙ୍ଗଲ ବିଭାଗର ରକ୍ଷଣାବେକ୍ଷଣ ଓ  ସୁରକ୍ଷା ଅଭାବରୁ ଏହିସବୁ ପ୍ରକଳ୍ପ ଏବେ ନଷ୍ଟ ହେବା ସହ ଶ୍ରୀହୀନ ହୋଇପଡ଼ିଛି।କଂଟାମାଲ ରେଞ୍ଜର ଜୁନନୀ ଠାରେ ଜଙ୍ଗଲ ବିଭାଗର ଅବହେଳା ଓ ରକ୍ଷଣାବେକ୍ଷଣ ଦାୟିତ୍ୱ ଅଭାବରୁ ନଷ୍ଟ ହେବାକୁ ବସିଛି।

Advertisment

ପୁରୀ ମହାପ୍ରଭୁଙ୍କ ରଥଯାତ୍ରାରେ ତିନି ରଥ ନିର୍ମାଣ ପାଇଁ ବୌଦ୍ଧ ବନ ବିଭାଗ ପକ୍ଷରୁ ଜଗାଯାଇଥିଲା ଶ୍ରୀ ଜଗନ୍ନାଥ ବନ ପ୍ରକଳ୍ପ ଯୋଜନାରେ ବୃକ୍ଷ ରୋପଣ।ହେଲେ କଂଟାମାଲ ରେଞ୍ଜର ପଲସ।ଗୋରା ପଞ୍ଚାୟତର ଜୁନାନୀ ଗ୍ରାମରେ ବୃକ୍ଷ ରୋପଣ କରାଯାଇଥିବା ଏ ଜଙ୍ଗଲର ଅବସ୍ଥା ଏବେ ଶୀହିନ।

୨୦୧୫-୧୬ମସିହାରେ ଏଠାରେ ବନ ବିଭାଗ ପକ୍ଷରୁ 10  ହେକ୍ଟର ଜମିରେ ୧୬ହଜାର ଗଛ ଲଗାଯାଇଥିଲା।ରଥ ନିର୍ମାଣ ପାଇଁ ଏଠାରେ ଫାଶୀ, ଅର୍ଜୁନ, ଆକାଶିଆ, ଗମ୍ଭାରୀ ପରି ମୂଲ୍ୟବାନ ଗଛ ଲଗାଯାଇଥିଲା। ହେଲେ ଏଠାରେ ୧୦୦ଟି ଗଛ ନାହିଁ।ଏବେ କାଁ ଭାଁ କିଛି ଗଛ ବଞ୍ଚିଛି।କାଠ ଚୋର ମାନେ ଗଛ କାଟି ନେଇଥିବା ବେଳେ ଯେତେକ ବି  ଏ ବର୍ଷର ନିଆଁରେ ପଡିଯାଇଛି।ଗଛ ତ ନୁହେଁ ପଡିଆ ପରି ଲାଗୁଛି।।ହେଲେ ଜଙ୍ଗଲ ବିଭାଗ ଦେଖାରଖା ଅଭାବରୁ ଏପରି ପରିସ୍ଥିତି ଦେଖାଦେଇଛି।ହେଲେ ବୃକ୍ଷ ରୋପଣ ନାଁରେ ଏଠାରେ ଖର୍ଚ୍ଚ କରାଯାଇଛି ଲକ୍ଷାଧିକ ଟଙ୍କା।ଫଳରେ ଜଙ୍ଗଲ ବିଭାଗର  ରକ୍ଷଣାବେକ୍ଷଣ ଅବହେଳାକୁ ସ୍ଥାନୀୟ ଲୋକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।

Advertisment

କେବଳ ଜୁନାନୀ ନୁହେଁ ମନମୁଣ୍ଡା ରେଞ୍ଜର ଡିମିରିଝୁଲି ଗ୍ରାମରେ ଜଗାଯାଇଥିବା ଶ୍ରୀ ଜଗନ୍ନାଥ ବନ ପ୍ରକଳ୍ପର  ସମାନ ଅବସ୍ଥା।୨୦୧୩/୧୪ମସିହାରେ ୧୦ ହେକ୍ଟର ଜମିରେ ୧୬ହଜାର ଗଛ ଲାଗାଯାଇଥିଲା। ହେଲେ ଏଠାରେ ଗଛ ତ ନାହିଁ। ରହିଛି କେବଳ ଗଛ ବୁଦା। ଗତ ଚାରି ବର୍ଷ ହେଲା ବୌଦ୍ଧ ବନ ବିଭାଗ ପୁରୀ ରଥ ନିର୍ମାଣ ପାଇଁ କାଠ ଯୋଗାଇ ଆସୁଛି।ହେଲେ  ଜଙ୍ଗଲ ସବୁର ଏ ଅବସ୍ଥା ଦେଖିଲେ ଲାଗିବ ବନ ବିଭାଗ କେତେ ସଚେତନ ଅଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ ୫୦୦ହେକ୍ଟରରୁ ଅଧିକ ସ୍ଥାନରେ ବୃକ୍ଷ ରୋପଣ କରାଯାଇଛି।ହେଲେ ଏବେଠୁ ଏସବୁର ସୁରକ୍ଷା କରାନ ଗଲେ ଆଗାମି ଦିନରେ ଜଙ୍ଗଲ ସବୁ ପଦା ହୋଇଯିବାର ଆଶଙ୍କା ସୃଷ୍ଟି ହୋଇଛି।ତେବେ ଏ ସମ୍ପର୍କରେ ଆମେ ବୌଦ୍ଧ ଡି ଏଫଓଙ୍କୁ ଏ ସମ୍ପର୍କରେ ପଚାରିବାରୁ  ଘଟଣାର ତଦନ୍ତ କରିବେ ବୋଲି କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe