Advertisment

ଆଲୋଚନାକୁ ଯାଇଥିବା ଲୋକଙ୍କ ସହ ଉପଜିଲ୍ଲାପାଳଙ୍କ ଉଚ୍ଚବାଚ

ସାଧାରଣ ଲୋକଙ୍କୁ ନିଜ ଗାଦିର ପାୱାର ଦେଖାଇଲେ ଉପଜିଲ୍ଲାପାଳ । ଠେଲାପେଲା କରିବା ସହ ଧମକଚମକ ବି ଦେଲେ। ନାଲି ଆଖି ଦେଖାଇ ତୁମ ପରି ଲୋକଙ୍କୁ ଦେଖିନେବି ବୋଲି ବି ଖୁଲମଖୁଲା କହିଲେ।

ଅଦ୍ୟତନ ହୋଇଛି
Tension

Tension

Advertisment

ସାଧାରଣ ଲୋକଙ୍କୁ ନାଲି ଆଖି ଦେଖାଇ ଉଚ୍ଚବାଚ କଲେ ଉପଜିଲ୍ଲାପାଳ । ଜଣେ ଉଚ୍ଚପଦସ୍ଥ ପ୍ରଶାସନିକ ଅଧିକାରୀ ହୋଇ ସର୍ବସମ୍ମୁଖରେ ସାଧାରଣ ଲୋକଙ୍କୁ ନିଜ ପଦର ପାୱାର ଦେଖାଇଛନ୍ତି ବୌଦ୍ଧ ଜିଲ୍ଲା ଉପଜିଲ୍ଲାପାଳ ରବୀନ୍ଦ୍ର ନାଥ କଅଁର । ଉପଜିଲ୍ଲାପାଳଙ୍କ ଏପରି କାର୍ଯ୍ୟରେ ଅପମାନିତ ବୋଧ କରିଥିବା ସ୍ଥାନୀୟ ଲୋକେ ନ୍ୟାୟ ପାଇଁ ମାନବାଧିକାର କମିଶନରଙ୍କଠାରୁ ଆରମ୍ଭ କରି ରାଷ୍ଟ୍ରପତିଙ୍କ ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି।

Advertisment

ବୌଦ୍ଧ ଜିଲ୍ଲା ମନମୁଣ୍ଡ ବିଛିନାପାଟି ରେଲୱେ ଓଭର୍ ବ୍ରିଜ୍ ନିର୍ମାଣ ନିମନ୍ତେ ୫ ଖଣ୍ଡ ପଞ୍ଚାୟତବାସୀ ଦୀର୍ଘ ଦିନ ହେଲା ଦାବି କରି ଆସୁଛନ୍ତି। ଏହା ପ୍ରତିବାଦରେ ସେମାନେ ଗତକାଲି ବନ୍ଦ ଡାକରା ଦେଇଥିଲେ। ମାତ୍ର ଘଟଣାର ସମାଧାନ ପାଇଁ ଗତକାଲି ଜିଲ୍ଲାପାଳ ସ୍ଥାନୀୟ ଲୋକଙ୍କୁ ଡାକିଥିଲେ। ଏହା ପୂର୍ବରୁ ଉପଜିଲ୍ଲାପାଳଙ୍କୁ ଘଟଣାସ୍ଥଳ ପରିଦର୍ଶନ କରିବାକୁ କହିଥିଲେ ଜିଲ୍ଲାପାଳ।

Tension Situationଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଉପଜିଲ୍ଲାପାଳ ଆଲୋଚନା ପାଇଁ ଆସିଥିବା ସାଧାରଣ ଲୋକଙ୍କ ସହ ଉଚ୍ଚବାଚ କରୁଛନ୍ତି।
Advertisment

ଗତକାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସମେତ ସ୍ଥାନୀୟ ଅଞ୍ଚଳବାସୀ ବି ଯୋଗ ଦେଇଥିଲେ। ବୈଠକରେ କୌଣସି ମିମାଂସା ହୋଇ ପାରି ନ ଥିବା ବେଳେ ସ୍ଥାନୀୟ ଲୋକେ ଉଠି ପଳାଇ ଆସୁଥିଲେ। ଉକ୍ତ ସମୟରେ ଏକ ଖାତାରେ ଦସ୍ତଖତ ଦେବାକୁ ଉପଜିଲ୍ଲାପାଳ କହିବାରୁ ସେମାନେ ଚିହିଙ୍କି ଉଠିଥିଲେ। ଏପରିକି ଆମେ ଦସ୍ତଖତ କରିବୁନି, ତୁମେ ଲାଞ୍ଚ ଖାଇ କଥା ବଦଳାଇ ଦେଉଛ ବୋଲି ଅଭିଯୋଗ କରିଥିଲେ।

ଫଳରେ ଘଟଣାର ସମାଧାନ ପାଇଁ ଯାଇଥିବା ସରପଞ୍ଚ, ସରପଞ୍ଚଙ୍କ ପ୍ରତିନିଧି ତଥା ବୁଦ୍ଧିଜୀବୀଙ୍କ ସହ ଉପଜିଲ୍ଲାପାଳଙ୍କର ଉଚ୍ଚବାଚ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ଉପଜିଲ୍ଲାପାଳଙ୍କର ସରପଞ୍ଚଙ୍କ ପ୍ରତିନିଧି ରମେଶ ପ୍ରସାଦ ମିଶ୍ରଙ୍କ ସହ କଥା କଟାକଟି ହୋଇଥିଲା। 

ଉପଜିଲ୍ଲାପାଳଙ୍କ ଏପରି ଆଚରଣ ପ୍ରତିବାଦରେ ନ୍ୟାୟ ପାଇଁ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ କରିବୁ। ଏପରିକି ଆମେ ନ୍ୟାୟ ପାଇଁ ଗଭର୍ଣ୍ଣର, ରାଷ୍ଟ୍ରପତିଙ୍କ ଦ୍ୱାରସ୍ଥ ହେବୁ, ହାଇକୋର୍ଟ ଯିବୁ ବୋଲି ବି କହିଛନ୍ତି ରମେଶ ପ୍ରସାଦ ମିଶ୍ର।

ଅପରପକ୍ଷେ, ଏପରି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଉପଜିଲ୍ଲାପାଳ। ଲୋକେମାନେ ଆଣୁଥିବା ଅଭିଯୋଗର କିଛି ପ୍ରମାଣ ନାହିଁ ବୋଲି ସେମାନେ କହିଛନ୍ତି। ଏନେଇ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା ମିଳିପାରିନି।

Boudh Tension Situation
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe