ବୌଦ୍ଧ( ଓଡ଼ିଶା ରିପୋର୍ଟର) ମିଳିଲାନି ମହାପ୍ରୟାଣ ଗାଡି। ରାତି ତମାମ ମେଡ଼ିକାଲରେ ପଡ଼ିରହିଲା ଶବ। କେତେ ଗୁହାରି ପରେ ବି କେହିଁ ନ ଶୁଣିବାରୁ ସକାଳୁ ଅଟୋ ଭଡ଼ା କରି ଘରକୁ ଆଣିଲେ ଶବ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ । ଗତକାଲି ହରଭଙ୍ଗା ବ୍ଲକ ବିଶିପାଲି ଗ୍ରାମର ଚୈତନ୍ୟ ଦାଶଙ୍କ ଶ୍ୱାସକ୍ରିୟାରେ କଷ୍ଟ ହେବାରୁ ବୌଦ୍ଧ ଡାକ୍ତଖାନାରେ ଭର୍ତ୍ତି କରାଯାଇଥିଲା।
ରାତି ୯ଟା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା । ଟିକେଟ କାଉଣ୍ଟରରେ ଯାଇ ଜଣାଇଲା ପରେ ସେ ମହାପ୍ରୟାଣ ଗାଡି ଚାଳକଙ୍କୁ ଫୋନରେ ଯୋଗାଯୋଗ କରିଥିଲେ । ତେବେ ଗାଡ଼ି ଖରାପ ଥିବା ଚାଳକ କହି ଘରକୁ ପଳାଇଥିବା ମୃତକଙ୍କ ପୁଅ ଅଭିଯୋଗ କରିଛନ୍ତି । ନିରୁପାୟ ହୋଇ ମୃତକଙ୍କ ପୁଅ ମେଡିକାଲରୁ ଅଧାକିଲୋମିଟର ଶବ ବୋହିବା ପରେ ଏକ ଅଟୋ ଯୋଗେ ଶବ ଗାଁକୁ ଆଣିଥିଲେ । ଏ ନେଇ ସିଡିଏମଓଙ୍କୁ ପଚାରିବାରୁ ମହାପ୍ରୟାଣ ଗାଡ଼ି କୋଭିଡ ଡ୍ୟୁଟିରେ ଯାଇଥିଲା ବୋଲି କହିଛନ୍ତି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ମିଳିଲାନି ଏନ୍ଏସି ମାନ୍ୟତା: ଲୋଇସିଂହା ଓ ପୁରୁଣାକଟକରେ ୧୨ ଘଣ୍ଟିଆ ବନ୍ଦ
୨୦ଟି ଜିଲ୍ଲାରେ ୩୪ଟି ନୂଆ ଏନ୍ଏସି ଗଠନ କରିବାକୁ ଘୋଷଣା କରିଛନ୍ତି ସରକାର।
Crime
ପୂର୍ବତନ ସିଡ଼ିପିଓଙ୍କୁ ଜେଲ ଓ ଜରିମାନା
ସିଡ଼ିପିଓ ଯଶୋବନ୍ତୀ ବେହେରା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଥିଲେ। ଭିଜିଲାନ୍ସ ଟିମ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।
Crime
ମହିଳା କନେଷ୍ଟବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ସ୍ୱାମୀ ଅଟକ
ପାରିବାରିକ କଳହରୁ ସେ ବେକରେ ରସି ଲଗାଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।
Crime
ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ସବ୍-ଇନ୍ସପେକ୍ଟର
ଜବତ ଗାଡ଼ିକୁ ଛାଡ଼ିବା ପାଇଁ କୋର୍ଟ ଅନୁମତି ଦେଇଥିବା ସତ୍ତ୍ୱେ ସେ ଲାଞ୍ଚ ମାଗିଥିଲେ।