ମିଳିଲାନି ମହାପ୍ରୟାଣ ଗାଡି, ଅଟୋରେ ଆଣିଲେ ଶବ

ବୌଦ୍ଧ( ଓଡ଼ିଶା ରିପୋର୍ଟର)  ମିଳିଲାନି ମହାପ୍ରୟାଣ ଗାଡି। ରାତି ତମାମ ମେଡ଼ିକାଲରେ ପଡ଼ିରହିଲା ଶବ। କେତେ ଗୁହାରି ପରେ ବି କେହିଁ ନ ଶୁଣିବାରୁ ସକାଳୁ ଅଟୋ ଭଡ଼ା କରି ଘରକୁ ଆଣିଲେ ଶବ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ।  ଗତକାଲି ହରଭଙ୍ଗା ବ୍ଲକ ବିଶିପାଲି ଗ୍ରାମର ଚୈତନ୍ୟ ଦାଶଙ୍କ ଶ୍ୱାସକ୍ରିୟାରେ  କଷ୍ଟ ହେବାରୁ  ବୌଦ୍ଧ ଡାକ୍ତଖାନାରେ ଭର୍ତ୍ତି କରାଯାଇଥିଲା। ରାତି ୯ଟା ବେଳେ ତାଙ୍କର […]

gbn

Tapas Behera
  • Published: Sunday, 09 May 2021
  • , Updated: 09 May 2021, 04:27 PM IST

ବୌଦ୍ଧ( ଓଡ଼ିଶା ରିପୋର୍ଟର)  ମିଳିଲାନି ମହାପ୍ରୟାଣ ଗାଡି। ରାତି ତମାମ ମେଡ଼ିକାଲରେ ପଡ଼ିରହିଲା ଶବ। କେତେ ଗୁହାରି ପରେ ବି କେହିଁ ନ ଶୁଣିବାରୁ ସକାଳୁ ଅଟୋ ଭଡ଼ା କରି ଘରକୁ ଆଣିଲେ ଶବ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ।  ଗତକାଲି ହରଭଙ୍ଗା ବ୍ଲକ ବିଶିପାଲି ଗ୍ରାମର ଚୈତନ୍ୟ ଦାଶଙ୍କ ଶ୍ୱାସକ୍ରିୟାରେ  କଷ୍ଟ ହେବାରୁ  ବୌଦ୍ଧ ଡାକ୍ତଖାନାରେ ଭର୍ତ୍ତି କରାଯାଇଥିଲା।

ରାତି ୯ଟା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା । ଟିକେଟ କାଉଣ୍ଟରରେ ଯାଇ ଜଣାଇଲା ପରେ ସେ ମହାପ୍ରୟାଣ ଗାଡି ଚାଳକଙ୍କୁ ଫୋନରେ ଯୋଗାଯୋଗ  କରିଥିଲେ । ତେବେ ଗାଡ଼ି ଖରାପ ଥିବା  ଚାଳକ କହି  ଘରକୁ ପଳାଇଥିବା ମୃତକଙ୍କ ପୁଅ ଅଭିଯୋଗ କରିଛନ୍ତି । ନିରୁପାୟ ହୋଇ ମୃତକଙ୍କ ପୁଅ ମେଡିକାଲରୁ ଅଧାକିଲୋମିଟର ଶବ ବୋହିବା  ପରେ ଏକ ଅଟୋ ଯୋଗେ ଶବ ଗାଁକୁ ଆଣିଥିଲେ । ଏ ନେଇ ସିଡିଏମଓଙ୍କୁ ପଚାରିବାରୁ ମହାପ୍ରୟାଣ ଗାଡ଼ି କୋଭିଡ ଡ୍ୟୁଟିରେ  ଯାଇଥିଲା ବୋଲି କହିଛନ୍ତି ।

Related story