Advertisment

ସଙ୍କଟରେ ମୃଦଙ୍ଗବାଦ୍ୟ କାରିଗର

ବୌଦ୍ଧ(ଭାର୍ଜନ କୁମାର ପ୍ରଧାନ): ଲୋକକଳା ଓ ଲୋକସଂସ୍କୃତି ଲୋକବାଦ୍ୟକୁ ବଂଚାଇବାପାଇଁ ସରକାରୀ ସ୍ତରରେ ବିଭିନ୍ନ ଉତ୍ସବ ଆୟୋଜନା ସହ କଳାକାରମାନଙ୍କୁ ପ୍ରୋତ୍ସାହିତ କରାଯାଉଛି । ହେଲେ ଏଥିପାଇଁ ଯେଉଁ ବାଦ୍ୟ ଦରକାର, ସେ ବାଦ୍ୟର କାରିଗରମାନେ ଏବେ ଅବହେଳିତ । କରୋନା ମହାମାରୀ ଛଡେଇ ନେଇଛି ସେମାନଙ୍କ ଜୀବନ ଜୀବିବା। ଲକଡାଉନ ସଟ ଡାଉନ ହେବା ଫଳରେ ସେମାନଙ୍କ ବାଦ୍ୟ ଯନ୍ତ୍ର ବିକ୍ରି ହେଉନ ଥିବାରୁ ଏବେ ଚିନ୍ତ୍ରାରେ ଏହି ମୃଦଙ୍ଗ ବାଦ୍ୟ କାରିଗର। ସେପଟେ ସରକାରୀ […]

author-image
Tapas Behera
ସଙ୍କଟରେ ମୃଦଙ୍ଗବାଦ୍ୟ କାରିଗର

689

ବୌଦ୍ଧ(ଭାର୍ଜନ କୁମାର ପ୍ରଧାନ): ଲୋକକଳା ଓ ଲୋକସଂସ୍କୃତି ଲୋକବାଦ୍ୟକୁ ବଂଚାଇବାପାଇଁ ସରକାରୀ ସ୍ତରରେ ବିଭିନ୍ନ ଉତ୍ସବ ଆୟୋଜନା ସହ କଳାକାରମାନଙ୍କୁ ପ୍ରୋତ୍ସାହିତ କରାଯାଉଛି । ହେଲେ ଏଥିପାଇଁ ଯେଉଁ ବାଦ୍ୟ ଦରକାର, ସେ ବାଦ୍ୟର କାରିଗରମାନେ ଏବେ ଅବହେଳିତ । କରୋନା ମହାମାରୀ ଛଡେଇ ନେଇଛି ସେମାନଙ୍କ ଜୀବନ ଜୀବିବା। ଲକଡାଉନ ସଟ ଡାଉନ ହେବା ଫଳରେ ସେମାନଙ୍କ ବାଦ୍ୟ ଯନ୍ତ୍ର ବିକ୍ରି ହେଉନ ଥିବାରୁ ଏବେ ଚିନ୍ତ୍ରାରେ ଏହି ମୃଦଙ୍ଗ ବାଦ୍ୟ କାରିଗର।

Advertisment

ସେପଟେ ସରକାରୀ ପ୍ରୋତ୍ସାହନ ଅଭାବରୁ ମୃଦଙ୍ଗ କାରୀଗରମାନଙ୍କର  କୌଳିକ ବୃତ୍ତି  ଧିରେଧିରେ ଲୋପ ପାଇବାକୁ ଯାଉଛି । ହେଲେ ବୌଦ୍ଧ ଜିଲ୍ଲା କଂଟାମାଳ ବ୍ଲକ କିଛି ମୃଦଙ୍ଗ କାରିଗରର ପରିବାର ଏଇ ବୃତି ବଂଚାଇ ରଖିଛନ୍ତି । ଢୋଲ, ନିଶାନ, ତାସା, ମୃଦଙ୍ଗ ପରି ବିଭିନ୍ନ କିସମର ବାଦ୍ୟ ପ୍ରସ୍ତୁତି କରୁଛନ୍ତି କାରୀଗରମାନେ । ସକାଳୁ ସଂଞ୍ଜଯାଏ ସପରିବାର ଏଇ କାମରେ ଲାଗିପଡନ୍ତି । ବାହାରୁ ମାଟିରୁ ପ୍ରସ୍ତୁତ ଝାଂଜ ଆଣି ତାଉପରେ ଚମଡାକୁ କାଟି ଏଇ ସବୁ ବାଦ୍ୟଯନ୍ତ ପ୍ରସ୍ତୁତି କରାଯାଏ । ଦିନକୁ ଦିନ ଚମଡା ମିଳୁନଥିବା ବାହାର ବଜାରରୁ ଚମଡା କିଣି ସେମାନେ ବାଦ୍ୟ ଯନ୍ତ ତିଆରି କରୁଛନ୍ତି ।ହେଲେ ଗତ ଦୁଇ ବର୍ଷ କରୋନା ଯୋଗୁଁ ମେଳା ମହୋତ୍ସବ, ନାମ ସଂକୀର୍ତ୍ତନ, ବନ୍ଦ ହେବା ଫଳରେ ଏହି ବାଦ୍ୟ ସବୁ ଆଉ କଳାକାରମାନେ କିଣୁ ନାହାନ୍ତି। ଫଳରେ ଏହା ସବୁ ତିଆରି ହୋଇ ଘରେ ବିକ୍ରି ନ ହୋଇ ପଡିଛି। ଗୋଟିଏ  ବାଦ୍ୟଯନ୍ତ୍ର ତିଆରି କରିବାକୁ ୫ ରୁ ୭ ଦିନ ସମୟ ଲାଗୁଥିବାବେଳେ ପରିଶ୍ରମ ତୁଳନାରେ ଆବଶ୍ୟକ ଅର୍ଥ ମିଳୁନଥିବା କାରୀଗରମାଲେ କହିଛନ୍ତିା ସେହିପରି କୋରନାରେ ମୃଦଙ୍ଗ କାରିଗର ମାନଙ୍କ ବେପାର ବନ୍ଦ ହୋଇଯାଇଛି ।

ମୃଦଙ୍ଗ କାରୀଗରମାନଙ୍କ ପାଇଁ ଲୋକକଳା ,ଲୋକସଂସ୍କୃତି, ଲୋକବାଦ୍ୟ  ବଂଚିପାରିଛି । ହେଲେ ସେହି ବାଦ୍ୟର କାରୀଗରମାନଙ୍କୁ ସେମାନଙ୍କୁ କୌଣସି ପ୍ରେତ୍ସାହନ ସୁବିଧା ସୁଯୋଗ କିମ୍ବା ଆବଶ୍ୟକ କଞ୍ଚାମାଲ ଯୋଗାଇ ଦିଆଯାଉନାହିଁ । ଯାହା ଫଳରେ କେଉଁ ବାପଅଜା ଅମକ୍ଷରୁ କରିଆସୁଥିବା ଏଇ କୌଳିକ ବୃତ୍ତି  ଦିନକି ଦିନ ପ୍ରେତ୍ସାହନ ଅଭାବରୁ ହଜିଯିବାକୁ ବସିଲାଣି।

Advertisment

ଲୋକ ସଂସ୍କୃତିକୁ ବଂଚାଇବା ଉଦେଶ୍ୟରେ କାମ କରୁଥିବା ଏହି ଲୋକ ବାଦ୍ୟ କାରିଗରମାନଙ୍କୁ ସରକାରୀ ସୁବିଧା ସୁଯୋଗ ଦିଆଗଲେ ସେମାନେ ଆଗକୁ ଆହୁରି ଉତ୍ସାହିତ ହେବାସହ ସେମାନଙ୍କ କୌଳିକ ବୃତ୍ତି ବଂଚିପାରନ୍ତା।