Advertisment

ଫିନାଇଲ ତିଆରି କରି ମହିଳା ହୋଇଛନ୍ତି ସ୍ୱାବଲମ୍ବୀ

ବୌଦ୍ଧ(ଭାର୍ଜନ କୁମାର ପ୍ରଧାନ): ଆଜିକାଲି ମହିଳାମାନେ କୌଣସି ଗୁଣରେ କମ ନୁହଁନ୍ତି। ବୌଦ୍ଧ ଜିଲ୍ଲାର ସୁନାଝରି ଗ୍ରାମରେ ଥିବା ମା ଭୈରବୀ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ମାନେ ନିଜେ  ଫିନାଇଲ ତିଆରି କରି ଭଲ ଦୁଇ ପାଇସା ରୋଜଗାର କରିବା ସହିତ ଆତ୍ମନିର୍ଭରଶୀଳ ହୋଇ ପାରିଛନ୍ତି । ବୌଦ୍ଧ ଜିଲ୍ଲାର ଆମ୍ବଝରି ପଂଚାୟତ ଅନ୍ତର୍ଗତ ଉପାନ୍ତ ଅଞ୍ଚଳରେ ଥିବା ସୁନାଝରି ଗ୍ରାମ ହେଉଛି ଏକ  ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ। ଏଠାରେ  ମହିଳାମାନେ ନିଜସ୍ୱ ଉଦ୍ୟମରେ ପ୍ରଥମେ […]

ଅଦ୍ୟତନ ହୋଇଛି
ଫିନାଇଲ ତିଆରି କରି ମହିଳା ହୋଇଛନ୍ତି ସ୍ୱାବଲମ୍ବୀ

hbn

Advertisment

ବୌଦ୍ଧ(ଭାର୍ଜନ କୁମାର ପ୍ରଧାନ): ଆଜିକାଲି ମହିଳାମାନେ କୌଣସି ଗୁଣରେ କମ ନୁହଁନ୍ତି। ବୌଦ୍ଧ ଜିଲ୍ଲାର ସୁନାଝରି ଗ୍ରାମରେ ଥିବା ମା ଭୈରବୀ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ମାନେ ନିଜେ  ଫିନାଇଲ ତିଆରି କରି ଭଲ ଦୁଇ ପାଇସା ରୋଜଗାର କରିବା ସହିତ ଆତ୍ମନିର୍ଭରଶୀଳ ହୋଇ ପାରିଛନ୍ତି ।

Advertisment

ବୌଦ୍ଧ ଜିଲ୍ଲାର ଆମ୍ବଝରି ପଂଚାୟତ ଅନ୍ତର୍ଗତ ଉପାନ୍ତ ଅଞ୍ଚଳରେ ଥିବା ସୁନାଝରି ଗ୍ରାମ ହେଉଛି ଏକ  ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ। ଏଠାରେ  ମହିଳାମାନେ ନିଜସ୍ୱ ଉଦ୍ୟମରେ ପ୍ରଥମେ ନିଜ ନିଜ ମଧ୍ୟରେ ୫ହଜାର ଟଙ୍କା ଲଗାଇ ସଙ୍ଗଠନ ଆରମ୍ଭ କରିଥିଲେ। ପରେ ସେମାନେ ଫିନାଇଲ ତିଆରି କରି ସ୍କୁଲ କଲେଜ, ବଜାର, ଏବଂ ବୌଦ୍ଧର ବିଭିନ୍ନ ମେଳା ମହୋତ୍ସବ ଓ ତାସହିତ ଭୁବନେଶ୍ୱର ଆଦିବାସୀ ମେଳାରେ ମଧ୍ୟ ବିକ୍ରୟ କରି ୨୦ହଜାର ଟଙ୍କା ପର୍ଯ୍ୟନ୍ତ ଲାଭ ପାଇଛନ୍ତି ।

ଫିନାଇଲ ପ୍ରସ୍ତୁତ କରି ୧୨ଜଣ ମହିଳା ରୋଜଗାକ୍ଷମ ହେବା ସହିତ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି । ଏହା ଦ୍ୱାରା ନିଜ ନିଜର ପିଲା ଛୁଆ ମାନଙ୍କୁ ପାଠ ପଢ଼ାଇବା ସହିତ ପରିବାର ପ୍ରତି ପୋଷଣ କରିବାରେ ସଫଳ ହୋଇଛନ୍ତି । ନାବାଡ଼ ସହାୟତାରେ ତାଲିମ ନେଇ ମହିଳାମାନେ ଫିନାଇଲ ତିଆରି ଶିଖିଥିଲେ।  ଦିନକୁ୨୦୦ରୁ ୩୦୦ ବୋତଲ ଫନାଇଲ ତିଆରି କରୁଥିବା ବେଳେ୧୦୦ଵୋତଲକୁ ୩ଘଣ୍ଟା ସମୟ ଲାଗିଥାଏ ବୋଲି କହିଛନ୍ତି ମହିଳା । ଆଗକୁ ମଧ୍ୟ ଅଧିକ ଫିନାଇଲ ତିଆରି କରି ଜିଲ୍ଲା ତଥା ଜିଲ୍ଲା ବାହାରକୁ ରପ୍ତାନୀ କରି ଅଧିକ ଲାଭବାନ ହେବାକୁ ଲକ୍ଷ ରଖିଛନ୍ତିଏଇ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe