Advertisment

ବିବାହିତ ହୋଇ ବି ପ୍ରେମରେ ମାତିଥିଲେ, ଶେଷରେ ପ୍ରେମିକା ସହ ଝୁଲି ପଡ଼ିଲେ

ଘରେ ଆରମ୍ଭ ହେଲା ମହାଭାରତ। ଘରେ ପତ୍ନୀ, ଛୁଆ ତଥା ପରିବାର ଲୋକଙ୍କ ସହ ପ୍ରେମିକାଙ୍କୁ ସମ୍ଭାଳିବା ମୁସ୍କିଲ ହେଲା। ଶେଷରେ ପ୍ରେମିକା ସହ ଗଛରେ ଝୁଲି ଜୀବନ ହାରିଲେ ବିବାହିତ ପୁରୁଷ।

ଅଦ୍ୟତନ ହୋଇଛି
Love Birds

Love Birds

Advertisment

୨ଟି ଡଙ୍ଗାରେ ଗୋଡ଼ ଦେଇ ଜୀବନ ହାରିଲେ ବିବାହିତ ଯୁବକ । ନିଜେ ବିବାହିତ ଥାଇ ବି ଯୁବତୀଙ୍କ ପ୍ରେମରେ ଏପରି ପାଗଳ ହେଲେ ଯେ ତାଙ୍କୁ ଛାଡ଼ି ଦଣ୍ଡେ ରହି ପାରିଲେନି ।  ହାତ ଧରି ପ୍ରେମିକାଙ୍କୁ ଘରକୁ ଆଣିଲେ। ଏହାକୁ ନେଇ ଘରେ ଆରମ୍ଭ ହେଲା ମହାଭାରତ। ଘରେ ପତ୍ନୀ, ଛୁଆ ତଥା ପରିବାର ଲୋକଙ୍କ ସହ ପ୍ରେମିକାଙ୍କୁ ସମ୍ଭାଳିବା ମୁସ୍କିଲ ହେଲା। ଶେଷରେ ପ୍ରେମିକା ସହ ଗଛରେ ଝୁଲି ଜୀବନ ହାରିଲେ ବିବାହିତ ପୁରୁଷ।

Advertisment

ଏପରି ଏକ ଘଟଣା ବୌଦ୍ଧ ଜିଲ୍ଲା ବଘିଆପଡା ଫାଣ୍ଡି ଅଧିନରେ ଘଟିଛି। ବୌଦ୍ଧ ଥାନା ବଘିଆପଡା ଫାଣ୍ଡି ଗୌଡ଼ଦେଇ ଇଂଜିନିୟରିଂ କଲେଜ ପଛ ପାଖ ଜଙ୍ଗଲରୁ ଏକ ଗଛରେ ଉଭୟଙ୍କ ଝୁଲନ୍ତା ମୃତଦେହ ଠାବ ହୋଇଛି। ମୃତକ ବୌଦ୍ଧ ବ୍ଲକ ଜାମୁପାଲି ଗାଁର ଅଜିତ ଭୋଇ ହୋଇଥିବା ବେଳେ ଯୁବତୀଜଣକ ବାହାର ରାଜ୍ୟର ବୋଲି ଜଣାପଡ଼ିଛି।

ବୌଦ୍ଧ ବ୍ଲକ ଜାମୁପାଲି ଗାଁର ଅଜିତ ଭୋଇ କିଛି ବର୍ଷ ପୂର୍ବେ ତାମିଲନାଡୁ କାମ କରିବାକୁ ଯାଇଥିଲେ । ସେଠାରେ ତାଙ୍କର ଜଣେ ଯୁବତୀଙ୍କ ସହିତ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ପରେ ଯୁବତୀଙ୍କୁ ସେ ନିଜ ଗାଁ ଜାମୁପାଲିସ୍ଥିତ ଘରକୁ ଆଣି ରଖିଥିଲେ ।

Advertisment

ଅଜିତ ପୂର୍ବରୁ ବିବାହିତ ଥିବାରୁ ଘରର ସମସ୍ତ ପରିବାରବର୍ଗ ଏହାକୁ ସ୍ୱୀକାର କରିନଥିଲେ । ଯାହାକୁ ନେଇ କିଛି ଦିନ ହେବ ଘରେ ବାଦ ବିବାଦ ଲାଗି ରହୁଥିଲା। ଯାହା ଫଳରେ ପରିବାର ଲୋକେ ତାଙ୍କୁ ଘରୁ ଚାଲି ଯିବାକୁ କହୁଥିଲେ। ଗୋଟିଏ ପଟେ ନିଜ ପରିବାରକୁ ତଥା ଅନ୍ୟ ପଟେ ନିଜ ପ୍ରେମିକାଙ୍କୁ ଛାଡ଼ିବାକୁ ଚାହୁଁ ନ ଥିଲେ ଅଜିତ। ଶେଷରେ  ଅନ୍ୟ କିଛି ଉପାୟ ନ ପାଇ କିଛି ଦିନ ହେଲା ଘରୁ ଚାଲି ଯାଇଥିଲେ ଉଭୟ ଅଜିତ ଓ ତାଙ୍କ ବାନ୍ଧବୀ ।

ଆଜି ସକାଳେ ଗାଁ ଲୋକେ ନିକଟସ୍ଥ ଜଙ୍ଗଲକୁ ଯାଇଥିବା ବେଳେ ସେଠାରେ ଏକ ଗଛରେ ଉଭୟଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ପାଇଥିଲେ। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହଦ୍ୱୟକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଏହା ପଛର କାରଣ ସ୍ପଷ୍ଟ ହୋଇନି ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe