Advertisment

ପାପ ମନରେ ଘରେ ପଶିଥିଲା ଦଣ୍ଡୁଆ, ରାଜି ନହେବାରୁ ମହିଳାକୁ ହାଣିଲା!

ଜୀବନ ବିକଳରେ ଚିତ୍କାର କରୁଥିଲେ ସୁନୀତା। ହେଲେ ଗାଁର ସାହି ଭାଇ ସୁନୀତାଙ୍କ ଚିତ୍କାର ଶୁଣୁଥିଲେ ମଧ୍ୟ କେହି ପ୍ରତିବାଦ କରିନଥିଲେ। କାରଣ ଘରକୁ ଦଣ୍ଡୁଆ ଯାଇଥିବାରୁ ସୁନୀତାଙ୍କ ଦେହରେ ମାଆ ସବାର ହୋଇଥିବା ସନ୍ଦେହ କରୁଥିଲେ।

ଅଦ୍ୟତନ ହୋଇଛି
Woman

Woman

Advertisment

ପାପ ମନରେ ଘରେ ପଶିଥିଲା ଦଣ୍ଡୁଆ। ମାତ୍ର ମହିଳା ଜଣକ ଧରାଛୁଆଁ ନଦେବାରୁ ତାଙ୍କୁ ପନିକିରେ ଅତି ବୀଭତ୍ସ ଭାବେ ହାଣି ହତ୍ୟା କରିଛି। ହେଲେ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତି ଯାଇଛି ମହିଳାଙ୍କ ୬ ବର୍ଷର ପୁଅ। ଆଜି ସନ୍ଧ୍ୟା ବେଳେ ଏପରି ନୃଶଂସ ଓ ଭୟଙ୍କର ହତ୍ୟାକାଣ୍ଡ ବୌଦ୍ଧ ଜିଲ୍ଲା ବାଉଁଶୁଣୀ ଥାନା ଅଞ୍ଚଳରେ ଘଟିଛି।

Advertisment

ଚାରିସମ୍ଭୁ ଗାଁରୁ ଦଣ୍ଡନାଚ କରିବା ପାଇଁ ପଲସପାଟ ଗ୍ରାମକୁ ଯାଇଥିଲେ ଦଣ୍ଡୁଆ ଦଳ। ସେଥିରେ ଥିଲେ ଉଗ୍ରସେନ ସେଠୀ। ଆଜି ଅପରାହ୍ନରେ ଦଣ୍ଡ ନାଚ ସରିବା ପରେ ଉଗ୍ରସେନ୍‌ ଗାଁରେ ବୁଲୁଥିଲେ। ତେବେ ସନ୍ଧ୍ୟା ବେଳେ ସେ ଗାଁର ସୁନୀତା(ଛଦ୍ମନାମ)ଙ୍କ ଘରେ ପଶି ଯାଇଥିଲା। ସେ ପ୍ରଥମେ ଭିତର ପାର୍ଶ୍ୱରୁ କବାଟ ବନ୍ଦ କରିଦେଇ ଥିଲା। ତା’ପରେ ସୁନୀତାଙ୍କୁ ବଳାତ୍କାର ଉଦ୍ୟମ କରିଥିଲା। ମାତ୍ର ଧରାଛୁଆଁ ଦେଇନଥିଲା ସୁନୀତା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଉଗ୍ରସେନ୍‌ ପନିକରେ ସୁନୀତାଙ୍କୁ ଚୋଟ ପରେ ଚୋଟ ପକାଇଥିଲା।

ଜୀବନ ବିକଳରେ ଚିତ୍କାର କରୁଥିଲେ ସୁନୀତା। ହେଲେ ଗାଁର ସାହି ଭାଇ ସୁନୀତାଙ୍କ ଚିତ୍କାର ଶୁଣୁଥିଲେ ମଧ୍ୟ କେହି ପ୍ରତିବାଦ କରିନଥିଲେ। କାରଣ ଘରକୁ ଦଣ୍ଡୁଆ ଯାଇଥିବାରୁ ସୁନୀତାଙ୍କ ଦେହରେ ମାଆ ସବାର ହୋଇଥିବା ସନ୍ଦେହ କରୁଥିଲେ। ଧୀରେ ଧୀରେ ଚିତ୍କାର ବଢ଼ିଲା। ଆଉ ମାଆର ରକ୍ତାକ୍ତ ଅବସ୍ଥା ଦେଖି ଘର ଭିତରେ ଥିବା ସୁନୀତାଙ୍କ ୬ ବର୍ଷ ପୁଅ ପଛ ପାର୍ଶ୍ୱ କବାଟ ଖୋଲି ବାହାରକୁ ଚାଲି ଆସିଥିଲା।

Advertisment

ସେପଟେ ଗାଁ ଲୋକେ ଝରକାରେ ସୁନୀତାଙ୍କୁ ରକ୍ତାକ୍ତ ଅବସ୍ଥାରେ ଦେଖିବାକୁ ପାଇଥିଲେ। ତା’ପରେ ଗାଁ ଲୋକେ ଘରେ ପଶି ଉଗ୍ରସେନକୁ କାବୁ କରି ବହେ ଛେଚିଥିଲେ। ଯିଏ ଯେମିତି ପାରିଲା, କାଇଦା କରି ସେମିତି ଛେଚିଲା। ଗାଁ ଲୋକେ ତାକୁ ପ୍ରବଳ ପିଟିଥିଲେ। ଫଳରେ ରକ୍ତାକ୍ତ ହୋଇଥିଲେ ଉଗ୍ରସେନ୍‌। ବାଉଁଶୁଣୀ ପୁଲିସ ଗାଁରେ ପହଞ୍ଚି ଉଗ୍ରସେନକୁ ଉଦ୍ଧାର କରି ମେଡ଼ିକାଲ୍‌ରେ ଭର୍ତ୍ତି କରିଛି। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି। ଅନ୍ୟପକ୍ଷରେ ସୁନୀତାଙ୍କର ମୃତ୍ୟୁ ଘଟିଛି। ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଚଳାଇଛି।

ରିପୋର୍ଟ-ବୌଦ୍ଧରୁ ଦୀପକ ଅଦର

Murder Crime Crime Story
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe