/odisha-reporter/media/post_attachments/uploadimage/library/16_9/16_9_0/Murder_1681209735.jpg)
Murder
ସାମାନ୍ୟ କଥାରୁ ହୋଇଥିଲା ପାଟିତୁଣ୍ଡ। ଏଥିରେ ଉତ୍କ୍ଷିପ୍ତ ହୋଇ ଶଳାକୁ ଟାଙ୍ଗିଆରେ ହାଣି ମାରିଦେଲା ଭିଣୋଇ! ଏପରି ବୀଭତ୍ସ ଓ ହୃଦୟ ବିଦାରକ ଘଟଣା ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅଞ୍ଚଳରେ ଘଟିଛି। ହତ୍ୟା କରିବା ପରେ ଭିଣୋଇ ଓ ତାଙ୍କ ପରିବାର ଘର ଛାଡ଼ି କେଉଁଆଡ଼େ ପଳାଇଯାଇଛନ୍ତି।
ମନମୁଣ୍ଡା ଥାନା ଲଏଡା ଗାଁର ଶ୍ରୀକାନ୍ତ ସେଠୀ ଓ ତାଙ୍କ ମାଆ ଆଜି ସକାଳେ ନିଜ ଭଉଣୀଙ୍କ ଘରକୁ ଯାଇଥିଲେ। ଭଉଣୀଙ୍କ ଦେହ ଖରାପ ଥିବା ଦେଖି ଭିଣୋଇଙ୍କ ଉପରେ ବିରକ୍ତ ହୋଇଥିଲେ। ଏହାକୁ ନେଇ ଶଳା ଓ ଭିଣୋଇଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ପରେ ଗଣ୍ଡଗୋଳ ଉଗ୍ରରୂପ ଧାରଣ କରିଥିଲା। ଉଭୟ ହାତାହାତି ହୋଇଥିଲେ। ଏଥିରେ ଉତ୍କ୍ଷିପ୍ତ ହୋଇ ଶ୍ରୀକାନ୍ତଙ୍କ ବେକରେ ଟାଙ୍ଗିଆରେ ଗୋଟିଏ ଚୋଟ ପକାଇଥିଲେ ତାଙ୍କ ଭିଣୋଇ। ସେହିଠାରେ ତଳେ ପଡ଼ିଯାଇଥିଲେ ଶ୍ରୀକାନ୍ତ। ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।
ଖବର ପାଇ ମନ ମୁଣ୍ଡା ଥାନା ପୁଲିସ ଗାଁରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି। ଅନ୍ୟପଟେ ଘଟଣା ଘଟାଇ ଥିବା ଭିଣୋଇ ଓ ତାଙ୍କ ପରିବାର ଲୋକେ ଗାଁରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି। ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ଆଖପାଖ ଅଞ୍ଚଳରେ ଚଢ଼ଉ ଜାରି ରଖିଛି। ବର୍ତ୍ତମାନ ସୁଦ୍ଧା ଅଭିଯୁକ୍ତଙ୍କ ପତ୍ତା ପାଇନାହିଁ।
ରିପୋର୍ଟ-ବୌଦ୍ଧରୁ ଦୀପକ ଅଦର
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
