ହଜିଯିବାକୁ ବସିଲାଣି ବାଡି ଖେଳ

ବୌଦ୍ଧ(ଓଡ଼ିଶା ରିପୋର୍ଟର): ଆଧୁନିକତାର ଚାକଚକ୍ୟ ଭିତରେ ହଜିଯିବାକୁ ବସିଲାଣି ବାଡି ଖେଳ। କିନ୍ତୁ ଏବେବି ବୌଦ୍ଧ ଜିଲ୍ଲାର ବିଭିନ୍ନ ଗାଁ ଗହଳିରେ ଦେଖିବାକୁ ମିଳୁଛି ଏହି ଖେଳ। ଏହାର ଝଲକ୍ କୁମାର ପୂର୍ଣ୍ଣିମାରେ ଦେଖିବାକୁ ମିଳିଛି। ଯାଦବ ସମାଜର ଲୋକେ ବାଡି ଖେଳ ଖେଳୁଥିବା ଦେଖିବାକୁ ମିଳିଛି।

ବାଡିକୁ ବାଡି ଦ୍ୱାରା ବଜାଇ ଢୋଲ ମହୁରୀର ତାଳେ ତାଳେ ଏହି ଖେଳ ଖେଳାଯାଏ। ଦ୍ୱାପର ଯୁଗରେ ଶ୍ରୀକୃଷ୍ଣ ମଧ୍ୟ ଗାଈ ଚରାଇବା ସମୟରେ ଏହି ଖେଳ ଖେଳୁଥିବା ପୁରାଣରେ ବର୍ଣ୍ଣିତ ଅଛି। ଦିନକୁ ଦିନ ଏହି ଖେଳ ହଜିଯିବାକୁ ବସିଥିବା ବେଳେ କୁମାର ପୂର୍ଣ୍ଣିମା ଅବସରରେ ଖଟଖଟିଆଠାରେ ଯାଦବ ସମାଜ ପକ୍ଷରୁ ମା’ ସମଲେଇଙ୍କ ମନ୍ଦିରରେ ବାଡିଖେଳ ଖେଳାଯାଏ। ଏହି ଖେଳ ଦେଖିବାକୁ ଆଖପାଖ ଅଞ୍ଚଳରୁ ଅନେକ ଲୋକଙ୍କ ସମାଗମ ହୋଇଥାଏ।

ଯାଦବ ସମାଜ ସଭାପତି ପୃଥ୍ୱୀରାଜ ଗରିଆ କହିଛନ୍ତି-“ଦ୍ୱାପର ଯୁଗରେ ଶ୍ରୀକୃଷ୍ଣ ଭଗବାନ ବାଡି ଖେଳ ଖେଥିଲେ। ଆଜି ସେହି ବାଡ଼ି ଖେଳକୁ ଆମ ପର୍ବ ପର୍ବାଣୀରେ ଖେଳୁଛୁ। ଆଜି କୁମାର ପୂର୍ଣ୍ଣିମା ଥିବାରୁ ମା’ ସମଲେଶ୍ୱରୀଙ୍କୁ ପୂଜା କରି ବାଡ଼ି ଖେଳ କରି ଗାଁ ପରିକ୍ରମା କରୁଛୁ।”

ବାଡିଖେଳ ହେଉଛି ଯାଦବ ମାନଙ୍କର ଏକ ମୁଖ୍ୟ ଖେଳ। ଭଗବାନ ଶ୍ରୀକୃଷ୍ଣ ଏହି ଖେଳ ଖେଳୁଥିବାରୁ ଯାଦବମାନେ ମଧ୍ୟ ମନେପକାଇ ଏହି ପାରମ୍ପରିକ ଖେଳକୁ ଖେଳିଥାନ୍ତି। ଛୁଆଠାରୁ ବୁଢା ସମସ୍ତେ ଏଇ ଖେଳରେ ଝୁମିଥାନ୍ତି।

Ordigital Desk
• Published: Thursday, 05 October 2017
• Updated: 05 October 2017, 06:53 PM IST

Sports

Latest News

ବୌଦ୍ଧ(ଓଡ଼ିଶା ରିପୋର୍ଟର): ଆଧୁନିକତାର ଚାକଚକ୍ୟ ଭିତରେ ହଜିଯିବାକୁ ବସିଲାଣି ବାଡି ଖେଳ। କିନ୍ତୁ ଏବେବି ବୌଦ୍ଧ ଜିଲ୍ଲାର ବିଭିନ୍ନ ଗାଁ ଗହଳିରେ ଦେଖିବାକୁ ମିଳୁଛି ଏହି ଖେଳ। ଏହାର ଝଲକ୍ କୁମାର ପୂର୍ଣ୍ଣିମାରେ ଦେଖିବାକୁ ମିଳିଛି। ଯାଦବ ସମାଜର ଲୋକେ ବାଡି ଖେଳ ଖେଳୁଥିବା ଦେଖିବାକୁ ମିଳିଛି।

ବାଡିକୁ ବାଡି ଦ୍ୱାରା ବଜାଇ ଢୋଲ ମହୁରୀର ତାଳେ ତାଳେ ଏହି ଖେଳ ଖେଳାଯାଏ। ଦ୍ୱାପର ଯୁଗରେ ଶ୍ରୀକୃଷ୍ଣ ମଧ୍ୟ ଗାଈ ଚରାଇବା ସମୟରେ ଏହି ଖେଳ ଖେଳୁଥିବା ପୁରାଣରେ ବର୍ଣ୍ଣିତ ଅଛି। ଦିନକୁ ଦିନ ଏହି ଖେଳ ହଜିଯିବାକୁ ବସିଥିବା ବେଳେ କୁମାର ପୂର୍ଣ୍ଣିମା ଅବସରରେ ଖଟଖଟିଆଠାରେ ଯାଦବ ସମାଜ ପକ୍ଷରୁ ମା’ ସମଲେଇଙ୍କ ମନ୍ଦିରରେ ବାଡିଖେଳ ଖେଳାଯାଏ। ଏହି ଖେଳ ଦେଖିବାକୁ ଆଖପାଖ ଅଞ୍ଚଳରୁ ଅନେକ ଲୋକଙ୍କ ସମାଗମ ହୋଇଥାଏ।

ଯାଦବ ସମାଜ ସଭାପତି ପୃଥ୍ୱୀରାଜ ଗରିଆ କହିଛନ୍ତି-“ଦ୍ୱାପର ଯୁଗରେ ଶ୍ରୀକୃଷ୍ଣ ଭଗବାନ ବାଡି ଖେଳ ଖେଥିଲେ। ଆଜି ସେହି ବାଡ଼ି ଖେଳକୁ ଆମ ପର୍ବ ପର୍ବାଣୀରେ ଖେଳୁଛୁ। ଆଜି କୁମାର ପୂର୍ଣ୍ଣିମା ଥିବାରୁ ମା’ ସମଲେଶ୍ୱରୀଙ୍କୁ ପୂଜା କରି ବାଡ଼ି ଖେଳ କରି ଗାଁ ପରିକ୍ରମା କରୁଛୁ।”

ବାଡିଖେଳ ହେଉଛି ଯାଦବ ମାନଙ୍କର ଏକ ମୁଖ୍ୟ ଖେଳ। ଭଗବାନ ଶ୍ରୀକୃଷ୍ଣ ଏହି ଖେଳ ଖେଳୁଥିବାରୁ ଯାଦବମାନେ ମଧ୍ୟ ମନେପକାଇ ଏହି ପାରମ୍ପରିକ ଖେଳକୁ ଖେଳିଥାନ୍ତି। ଛୁଆଠାରୁ ବୁଢା ସମସ୍ତେ ଏଇ ଖେଳରେ ଝୁମିଥାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos