ଅନିର୍ଦ୍ଦିଷ୍ଟ କାଳ ପାଇଁ ବୌଦ୍ଧ ବନ୍ଦ

ବୌଦ୍ଧ (ଭାର୍ଜନ ପ୍ରଧାନ): ଆଜି ବୌଦ୍ଧ ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି। ୪ ଦଫା ଦାବିରେ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ଡାକରା ଦିଆଯାଇଛି। ସକାଳୁ ସକାଳୁ ବିଜେପି କର୍ମୀମାନେ ପିକେଟିଂ କରି ଗାଡ଼ି ଚଳାଚଳ ଓ ଦୋକାନ ବଜାର ବନ୍ଦ କରିଛନ୍ତି। ଅନ୍ୟପକ୍ଷରେ ବନ୍ଦକୁ ଦେଖି ମନମୁଣ୍ଡା ପୁଲିସ୍‌ ବିଜେପି ଯୁବମୋର୍ଚ୍ଚାର ସଭାପତିଙ୍କ ସମେତ ଦୁଇ ଜଣଙ୍କୁ ଥାନାରେ ଅଟକ ରଖିଛି। ଜିଲ୍ଲା ଭିତ୍ତିକ ଷ୍ଟାଫ୍‌ ନର୍ସ ପଦବୀ ନିଯୁକ୍ତି, […]

boudha

Rakesh Mallick
  • Published: Monday, 04 February 2019
  • , Updated: 04 February 2019, 09:49 AM IST

ବୌଦ୍ଧ (ଭାର୍ଜନ ପ୍ରଧାନ): ଆଜି ବୌଦ୍ଧ ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି। ୪ ଦଫା ଦାବିରେ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ଡାକରା ଦିଆଯାଇଛି। ସକାଳୁ ସକାଳୁ ବିଜେପି କର୍ମୀମାନେ ପିକେଟିଂ କରି ଗାଡ଼ି ଚଳାଚଳ ଓ ଦୋକାନ ବଜାର ବନ୍ଦ କରିଛନ୍ତି।

ଅନ୍ୟପକ୍ଷରେ ବନ୍ଦକୁ ଦେଖି ମନମୁଣ୍ଡା ପୁଲିସ୍‌ ବିଜେପି ଯୁବମୋର୍ଚ୍ଚାର ସଭାପତିଙ୍କ ସମେତ ଦୁଇ ଜଣଙ୍କୁ ଥାନାରେ ଅଟକ ରଖିଛି।

ଜିଲ୍ଲା ଭିତ୍ତିକ ଷ୍ଟାଫ୍‌ ନର୍ସ ପଦବୀ ନିଯୁକ୍ତି, ଜିଲ୍ଲାରେ ଧାନ ମଣ୍ଡି ବନ୍ଦ କରାଯିବାକୁ ବିରୋଧ, ଖୋର୍ଦ୍ଧା-ବଲାଙ୍ଗିର ରେଳ ପ୍ରକଳ୍ପର ବୌଦ୍ଧରେ ଏଯାଏ କାମ ଆରମ୍ଭ ନହେବା, ଜିଲ୍ଲାରେ ଆରଆଇ, ଅମିନ ନିଯୁକ୍ତିରେ ହୋଇଥିବା ଦୁର୍ନୀତିର ପର୍ଦାଫାସ କରିବା ସହିତ ଏଥିରେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ଦାବି କରିଛି।

Related story