ରାଜା ମାନିଲା; ସେ ନିହାରୀକାଙ୍କୁ ମାରିଛି

ଜଗତସିଂହପୁର(ଶଶାଙ୍କ ଶେଖର ପଣ୍ଡା): ବହୁ ଚର୍ଚ୍ଚିତ ନର୍ସ ନିହାରୀକା ପାତ୍ର ହତ୍ୟା ମାମଲାର ପର୍ଦ୍ଦାଫାସ ହୋଇଛି। ବୟଫ୍ରେଣ୍ଡ୍‌ ରାଜା ଓରଫ କିଶୋର ଅଞ୍ଚଳ ହିଁ ତାଙ୍କୁ ମାରିଛି। ପୁଲିସ ନିକଟରେ ସେ ନିଜର ଦୋଷ ସ୍ୱୀକାର କରିବା ସହିତ ପୂରା ଘଟଣା କେମିତି ଘଟାଇଥିଲା, ତା’ର ଡେମୋ କରି ଦେଖାଇଥିବା ଜଗତସିଂହପୁର ଏସ୍‌ପି ଆର୍‌ ପ୍ରକାଶ ଆଜି ଏକ ସାମ୍ୱାଦିକ ସମ୍ମିଳନୀରେ କହିଛନ୍ତି। ଏସ୍‌ପିଙ୍କ ସୂଚନା ଅନୁଯାୟୀ, ଗତ ୮ ତାରିଖ ସନ୍ଧ୍ୟାରେ ରାଜା କୌଶଳ କ୍ରମେ […]

raja

Manoranjan Sial
  • Published: Saturday, 21 September 2019
  • , Updated: 21 September 2019, 07:07 PM IST

ଜଗତସିଂହପୁର(ଶଶାଙ୍କ ଶେଖର ପଣ୍ଡା): ବହୁ ଚର୍ଚ୍ଚିତ ନର୍ସ ନିହାରୀକା ପାତ୍ର ହତ୍ୟା ମାମଲାର ପର୍ଦ୍ଦାଫାସ ହୋଇଛି। ବୟଫ୍ରେଣ୍ଡ୍‌ ରାଜା ଓରଫ କିଶୋର ଅଞ୍ଚଳ ହିଁ ତାଙ୍କୁ ମାରିଛି। ପୁଲିସ ନିକଟରେ ସେ ନିଜର ଦୋଷ ସ୍ୱୀକାର କରିବା ସହିତ ପୂରା ଘଟଣା କେମିତି ଘଟାଇଥିଲା, ତା’ର ଡେମୋ କରି ଦେଖାଇଥିବା ଜଗତସିଂହପୁର ଏସ୍‌ପି ଆର୍‌ ପ୍ରକାଶ ଆଜି ଏକ ସାମ୍ୱାଦିକ ସମ୍ମିଳନୀରେ କହିଛନ୍ତି।

ଏସ୍‌ପିଙ୍କ ସୂଚନା ଅନୁଯାୟୀ, ଗତ ୮ ତାରିଖ ସନ୍ଧ୍ୟାରେ ରାଜା କୌଶଳ କ୍ରମେ ନିହାରୀକାଙ୍କୁ ନର୍ସିଂହୋମ୍‌ରୁ ଡାକି ନେଇଥିଲା। ଆଉ ନିହାରୀକା ତାଙ୍କ ସହିତ ବାଇକ୍‌ରେ ଯାଇଥିଲେ। ସେମାନେ ପ୍ରଥମେ କଟକ ଚାଉଳିଗଞ୍ଜ ସ୍ଥିତ ରାଜାର ସାଙ୍ଗ ସୁନୀଲ ସାହୁଙ୍କ ଭଡ଼ା ଘରକୁ ଯାଇଥିଲେ। ପୂର୍ବ ଯୋଜନା ଅନୁଯାୟୀ, ରାଜା ତାଙ୍କ ସାଙ୍ଗଠାରୁ ତାଙ୍କ ଘରର ଚାବି ରଖିଥିଲେ। ସେଠାରେ ନିହାରୀକାଙ୍କୁ ରାଜା ତଣ୍ଟିଚିପି ହତ୍ୟା କରିଥିଲା। ସନ୍ଧ୍ୟା ପ୍ରାୟ ୭ରୁ ୮ଟା ଭିତରେ ସେ ତାଙ୍କୁ ମାରିଥିଲା। ପରେ ମୃତଦେହକୁ ଏକ ପ୍ଲାଷ୍ଟିକ୍‌ ଅଖାରେ ପୂରାଇ ବାଇକ୍‌ରେ ନେଇ ଜଗତସିଂହପୁ ଜିଲ୍ଲା ବିରିଡ଼ି ଥାନା ଅଞ୍ଚଳର ବିଲୁଆଖାଇ ନଦୀକୁ ଫିଙ୍ଗି ଦେଇଥିଲେ। ଏହି କାମ ସେ ଏକା ହିଁ କରିଥିଲା। ଏହାର ପ୍ରମାଣ ପୁଲିସ ପାଖରେ ରହିଛି। ମୃତଦେହକୁ ଫିଙ୍ଗିପା ପରେ ରାଜା ଚେନ୍ନାଇ ପଳାଇ ଯାଇଥିଲା। ଗତକାଲି ସେ ତା ଗାଁକୁ ଫେରୁଥିବା ନେଇ ପୁଲିସ ଖବର ପାଇଥିଲା। ତା’ପରେ ଏକ ଟିମ୍‌ ଯାଇ ତାକୁ ଗିରଫ କରିଥିଲା। ଅଧିକ ପଚରାଉଚରା ପାଇଁ ରାଜାକୁ ୫ ଦିନ ରିମାଣ୍ଡରେ ନେବାକୁ ଆବେଦନ କରାଯିବ ବୋଲି ଏସ୍‌ପି କହିଛନ୍ତି।

ଏସ୍‌ପି ଆର୍‌ ପ୍ରକାଶ ଆହୁରି କହିଛନ୍ତି, ବିବାହକୁ ନେଇ ରାଜା ଓ ନିହାରୀକାଙ୍କ ମଧ୍ୟ ବିବାଦ ହୋଇଥିଲା। ରାଜା ବେକାର ଥିବାରୁ ନିହାରୀକା ବିବାହ କରିବାକୁ ଅମଙ୍ଗ ଥିଲେ। ସେଥିପାଇଁ ସେ ତାଙ୍କୁ ମାରି ଦେଇଥିଲା। ଏକଥା ସେ ଜେରା ବେଳେ ମାନିଥିଲା।

ଏସ୍‌ପିଙ୍କ କହିବା ଅନୁଯାୟୀ, ଏହି ଘଟଣାର ତଦନ୍ତ ବେଳେ ରାଜାର ସାଙ୍ଗ ସୁନୀଲଙ୍କୁ ପଚରାଉଚରା କରାଯାଇଥିଲା। ଏହା ସହିତ ତାଙ୍କ ଫୋନ୍‌ କଲ୍‌ ରେକର୍ଡ଼ ଯାଞ୍ଚ କରାଯାଇଥିଲା। ତେବେ ଏହି ହତ୍ୟାକାଣ୍ଡରେ ତାଙ୍କର ବିଶେଷ ଭୂମିକା ଥିବା ଜଣାପଡ଼ି ନାହିଁ।

ସୂଚନାଯୋଗ୍ୟ, ନିହାରୀକା ୮ ତାରିଖରୁ ନିଖୋଜ ଥିବା ନେଇ ତାଙ୍କ ପରିବାର ଲୋକେ ୯ ତାରିଖରେ ମଧୁପାଟଣା ଥାନାରେ ଏତଲା ଦେଇଥିଲେ। ୧୭ ତାରିଖରେ ବିଲୁଆ ଖାଇ ନଦୀରୁ ତାଙ୍କ ଗଳିତ ମୃତଦେହ ବିରିଡ଼ି ଥାନା ପୁଲିସ ଜବତ କରିଥିଲା। ତା’ପରଠାରୁ ଏହି ଘଟଣା ସାରା ରାଜ୍ୟରେ ଚହଳ ପକାଇ ଥିଲା।

ମୃତ୍ୟୁ ରହସ୍ୟ ଉନ୍ମୋଚନ ପରେ ନିହାରୀକା ପାତ୍ରଙ୍କ ଘରେ ଶୋକର ଛାୟା ଖେଳି ଯାଇଛି। ନିହାରୀକା ବାପାଙ୍କ କହିଛନ୍ତି, ଆମେ ଝିଅ ପଇସାରେ ଚଳୁଥିଲୁ। ଆମେ ଏବେ କେମିତି ଚଳିବୁ? ଆମେ ଚାହୁଁଛୁ ଦୋଷୀକୁ ଫାଶୀଦଣ୍ଡ ମିଳୁ।

Related story