/odisha-reporter/media/post_attachments/uploads/2015/05/ganjam.jpg)
ganjam
ବ୍ରହ୍ମପୁର: ଦେଶର ଅନ୍ୟାନ୍ୟ ସ୍ଥାନ ଭଳି ଓଡ଼ିଶାର ବ୍ରହ୍ମପୁରରେ ମଧ୍ୟ ଆଜି ତିନିଟି ଜାତୀୟ ସାମାଜିକ ସୁରକ୍ଷା ଯୋଜନାର ଶୁଭାରମ୍ଭ ହୋଇଛି। ଏଠାରେ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଡ. ମହେଶ ଶର୍ମା ଏହି ଯୋଜନାଗୁଡ଼ିକର ଶୁଭାରମ୍ଭ କରିଛନ୍ତି। ଶୁଭାରମ୍ଭ ହୋଇଥିବା ଏହି ତିନିଟି ଯୋଜନା ହେଲା- ଅଟଳ ପେନସନ୍ ଯୋଜନା, ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ଏବଂ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ବିଧାୟକ ଡାକ୍ତର ରମେଶଚନ୍ଦ୍ର ଚ୍ୟାଉପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
