Advertisment

ଅମର ହେଲେ ତନୁଜା

ମୃତ୍ୟୁ ପରେ ବି ଅଙ୍ଗଦାନ କରି ଅମର ହେଲେ ଆଉ ଜଣେ ମସ୍ତିଷ୍କ ମୃତ(ବ୍ରେନ୍ ଡେଡ୍) ଘୋଷିତ ରୋଗୀ। ଦୁଇ ଜଣଙ୍କୁ ଦେଇଗଲେ ପୁନର୍ଜନ୍ମ। କଟକ ଜଗତପୁର ଅଞ୍ଚଳ ତନୁଜା କରଙ୍କ(57) ଅପରେସନ କରାଯାଇ ଦୁଇଟି କିଡନୀ କଢାଯାଇ ଦୁଇ ଜଣ କିଡ୍‌ନୀ ରୋଗୀଙ୍କ ଠାରେ ସଫଳ ପ୍ରତିରୋପଣ କରାଯାଇଛି।

ଅଦ୍ୟତନ ହୋଇଛି
Advertisment

ମୃତ୍ୟୁ ପରେ ଅଙ୍ଗଦାନ କରି ଅମର ହେଲେ ଆଉ ଜଣେ ମସ୍ତିଷ୍କ ମୃତ(ବ୍ରେନ୍ ଡେଡ୍) ଘୋଷିତ ରୋଗୀ। ଦୁଇ ଜଣଙ୍କୁ ଦେଇଗଲେ ପୁନର୍ଜନ୍ମ। ଜଗତପୁର ଅଞ୍ଚଳର ତନୁଜା କରଙ୍କ(57) ଅପରେସନ କରାଯାଇ ଦୁଇଟି କିଡନୀ କଢାଯାଇ ଦୁଇ ଜଣ କିଡ୍‌ନୀ ରୋଗୀଙ୍କ ଠାରେ ସଫଳ ପ୍ରତିରୋପଣ କରାଯାଇଛି। ସୂଚନା ମୁତାବକ, ଜଗତପୁରର ଏହି ମହିଳା କୌଣସି କାରଣରୁ ଗୁରୁତର ହୋଇ ପ୍ରଥମେ କଟକ ଏସସିବି କାର୍ଡିଓଥୋରାସିସ ବିଭାଗରେ ଭର୍ତ୍ତି ହୋଇଥିଲେ। ସେଠାରେ ତାଙ୍କର ବ୍ରେନ୍‌ ଡେଡ ଘୋଷଣା କରିଥିଲେ ଡାକ୍ତର। ଏହାପରେ ତାଙ୍କ ପରିବାର ଲୋକଙ୍କ ସହମତିରେ ତାଙ୍କ ଶରୀରରୁ ଦୁଇଟି କିଡନୀ ସଫଳ ଅସ୍ତ୍ରୋପଚାର କରାଯିବା ସହ କଢାଯାଇଥିଲା। ନିୟମାବଳୀ ଅନୁସାରେ କିଡ୍‌ନି ଅପେକ୍ଷାରେ ଥିବା ୨ଜଣ ରୋଗୀଙ୍କଠାରେ ପ୍ରତିରୋପଣ ପାଇଁ ପଦକ୍ଷେପ ନିଆଯାଇଥିଲା।

Advertisment
Kidney Transplant Cuttack Health Scb Medical
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe