Advertisment

ବ୍ରଜରାଜନଗର ମତଦାନକେନ୍ଦ୍ର ଅଭିମୁଖେ ପୋଲିଂ ଦଳ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୩୧ ତାରିଖରେ ବ୍ରଜରାଜନଗର ଉପନିର୍ବାଚନ। ଏଥିନିମନ୍ତେ ଆଜି ପୋଲିଂ ଦଳ ମତଦାନ କେନ୍ଦ୍ର ଅଭିମୁଖେ ବାହାରି ଯାଇଛନ୍ତି। ଏନେଇ ଆଜି ଓଡ଼ିଶା ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନି ସୂଚନା ଦେଇଚନ୍ତି। ସେ ଆହୁରି କହିଛନ୍ତି, ଏହି ଉପନିର୍ବାଚନରେ ୧୨୨୮ ପୋଲିଂ ଅଫିସର ନିୟୋଜିତ ହେଉଛନ୍ତି। ଆଇଶୃଙ୍ଖଳା ରକ୍ଷା ପାଇଁ ୧୦୦୦ ପୋଲିସ ଅଧିକାରୀଙ୍କ ସମେତ ୩ କମ୍ପାନି ସେଣ୍ଟ୍ରାଲ ଆର୍ମଡ ଫୋର୍ସ ମୁତୟନ ହେଉଛନ୍ତି। ମୋଟ ୨ ଲକ୍ଷ ୧୪ […]

ଅଦ୍ୟତନ ହୋଇଛି
ବ୍ରଜରାଜନଗର ମତଦାନକେନ୍ଦ୍ର ଅଭିମୁଖେ ପୋଲିଂ ଦଳ

Brajarajnagar

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୩୧ ତାରିଖରେ ବ୍ରଜରାଜନଗର ଉପନିର୍ବାଚନ। ଏଥିନିମନ୍ତେ ଆଜି ପୋଲିଂ ଦଳ ମତଦାନ କେନ୍ଦ୍ର ଅଭିମୁଖେ ବାହାରି ଯାଇଛନ୍ତି। ଏନେଇ ଆଜି ଓଡ଼ିଶା ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନି ସୂଚନା ଦେଇଚନ୍ତି। ସେ ଆହୁରି କହିଛନ୍ତି, ଏହି ଉପନିର୍ବାଚନରେ ୧୨୨୮ ପୋଲିଂ ଅଫିସର ନିୟୋଜିତ ହେଉଛନ୍ତି। ଆଇଶୃଙ୍ଖଳା ରକ୍ଷା ପାଇଁ ୧୦୦୦ ପୋଲିସ ଅଧିକାରୀଙ୍କ ସମେତ ୩ କମ୍ପାନି ସେଣ୍ଟ୍ରାଲ ଆର୍ମଡ ଫୋର୍ସ ମୁତୟନ ହେଉଛନ୍ତି। ମୋଟ ୨ ଲକ୍ଷ ୧୪ ହଜାର ୮୭୮ ଭୋଟର ମତଦାନ କରିବେ।  ମୋଟ ୨୭୯ ବୁଥରେ ହେବ ମତଦାନ । ସେଥିମଧ୍ୟରୁ ୨୨ ଟି ନୂଆ ବୁଥ ହୋଇଛି ।

Advertisment

୬୦ ବୁଥ ସମ୍ବେଦନଶୀଳ ବୁଥ ଭାବେ ଚିହ୍ନଟ କରାଯାଇଛି । ଏହି ବୁଥ ଗୁଡିକରେ ମାଇକ୍ରୋଅବଜରଭର, ସେଣ୍ଟ୍ରାଲ ଫୋର୍ସ ରହିବେ । ୫୦ ପ୍ରତିଶତ ବୁଥର ୱେବକାଷ୍ଟିଂ କରାଯିବ । ଝାରସୁଗୁଡା ଇଂଜିନିୟରିଂ କଲେଜରେ ଷ୍ଟ୍ରଙ୍ଗରୁମ୍  କରାଯାଇଛି। ୩୦ଟି ମଡେଲ ପୋଲିଂ ବୁଥ କରାଯାଇଛି । ୫ଟି ପିଙ୍କ ବୁଥ ହୋଇଛି। ଯେଉଁଠି କେବଳ ମହିଳା ପୋଲିଂ କର୍ମଚାରୀ ନିୟୋଜିତ ।

୩୧୨ ଜଣ ବୟସ୍କ (୮୦ ବର୍ଷରୁ ଅଧିକ) ଓ ଦିବ୍ୟଙ୍ଗ ଭୋଟର ବାଲଟ ପେପରରେ ଭୋଟ ଦେଇ ସାରିଛନ୍ତି । ସେମାନଙ୍କ ଭୋଟ ସଂଗ୍ରହ ହୋଇସାରିଛି । କୋଭିଡ ନ ଥିଲେ ବି ନିୟମ ମାନିବାକୁ କୁହାଯାଇଛି । ବୁଥରେ ସାନିଟାଇଜର, ଥର୍ମାଲ ସ୍କାନିଂ ବ୍ୟବସ୍ଥା କରାଯାଇଛି । ଗ୍ରୀଷ୍ମ ପ୍ରବାହ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । ଆଜି ସନ୍ଧ୍ୟା ୬ଟାରେ କ୍ୟାମ୍ପେନ ସରିବ । ୬ଟା ପୂର୍ବରୁ ଅଞ୍ଚଳ ବାହାର ଲୋକଙ୍କୁ ନିର୍ବାଚନ ମଣ୍ଡଳୀ ଛାଡିବାକୁ ନିର୍ଦ୍ଦେଶ ହୋଇଛି । ଏଥିପାଇଁ ସବୁ ହୋଟେଲ, ଲଜ ଚେକିଂ କରାଯିବ । ଧରା ପଡ଼ିଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ।

Advertisment

ସେହିପରି ମତଦାନର ୪୮ ଘଣ୍ଟା ପୂର୍ବରୁ ମଦ ଦୋକାନ ବନ୍ଦ ରହିବ । ୧୨ ଟି ବିକଳ୍ପ ପରିଚୟ ପତ୍ର ଦେଖାଇ ଭୋଟ ଦେଇପାରିବେ ଭୋଟର । ଭୋଟରଙ୍କ ଲାଗି ୧୯୫୦ ଟୋଲ ଫ୍ରି ନମ୍ବର ରହିଛି । ସବୁ ବୁଥରେ ଭୋଟର ସହାୟତା କେନ୍ଦ୍ର ଖୋଲାଯାଇଛି । ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ଘରୁ ଆଣିବା ପାଇଁ ସ୍ୱତନ୍ତ୍ର ଗାଡ଼ି ବ୍ୟବସ୍ଥା କରାଯାଇଛି ।

Brajrajnagar By-election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe