/odisha-reporter/media/post_attachments/uploads/2015/06/vlcsnap-2015-06-20-14h15m47s170.png)
srimandira-prashasaka-suresh mahapatra
ପୁରୀ: ଚତୁର୍ଦ୍ଧାମୂର୍ତ୍ତିଙ୍କ ଘଟ ପରିବର୍ତ୍ତନ ନୀତିରେ ବିଭ୍ରାଟ ପ୍ରସଙ୍ଗକୁ ନେଇ ଆଜି ଦ୍ୱିତୀୟ ପର୍ଯ୍ୟାୟରେ ଶ୍ରୀମନ୍ଦିର ପ୍ରଶାସନ ପାଖରେ ମତ ରଖିବେ ୪ ଜଣ ସେବାୟତ । ସେମାନେ ହେଲେ ଦଇତାପତି ନିଯୋଗର ସଭାପତି ରାମକୃଷ୍ଣ ଦାସମହାପାତ୍ର, ସମ୍ପାଦକ ପ୍ରେମାନନ୍ଦ ଦାସମହାପାତ୍ର, ବିଶ୍ୱାବସୁ ବିନାୟକ ଦାସମହାପାତ୍ର ଓ ବିଦ୍ୟାପତି ନରସିଂହ ପତି ମହାପାତ୍ର। ୨୧ ତାରିଖ ସନ୍ଧ୍ୟାରେ ଶ୍ରୀଜଗନ୍ନାଥଙ୍କ ବାଡଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର, ଶ୍ରୀବଳଭଦ୍ରଙ୍କ ବାଡ଼ଗ୍ରାହୀ ହଳଧର ଦାସ ମହାପାତ୍ର ଓ ଦେବୀ ସୁଭଦ୍ରାଙ୍କ ବାଡ଼ଗ୍ରାହୀ ରାମଚନ୍ଦ୍ର ଦାସ ମହାପାତ୍ର ଓ ପ୍ରଭୁ ସୁଦର୍ଶନଙ୍କ ବାଡ଼ଗ୍ରାହୀ ନବକିଶୋର ପତି ମହାପାତ୍ର ବ୍ୟକ୍ତିଗତ ଭାବେ ଉପସ୍ଥିତ ହୋଇ ନିଜ ନିଜ ପକ୍ଷ ରଖିଥିଲେ। ନୀତିରେ ଅହେତୁକ ବିଳମ୍ୱ ଓ ବ୍ରହ୍ମ ପରିବର୍ତ୍ତନ ସମୟରେ ବିଶୃଙ୍ଖଳାକୁ ନେଇ ପକ୍ଷ ରଖିବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୪ ବାଡ଼ଗ୍ରାହୀଙ୍କ ସମେତ ୯ ଜଣଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଥିଲା। ଗତକାଲି ଶ୍ରୀମନ୍ଦିର ପ୍ରଶାସନ ପାଖରେ ଦଇତାପତି ନିଯୋଗ, ଜଜ୍ଞର ପ୍ରଧାନ ଆଚାର୍ଯ୍ୟ, ସର୍ବ ଉପଦେଷ୍ଟା ଓ ତଢ଼ଉ କରଣ ତାଙ୍କ ରିପୋର୍ଟ ଦାଖଲ କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
