/odisha-reporter/media/post_attachments/uploads/2020/06/uuuuuuuuuuuuu.jpg)
uuuuuuuuuuuuu
ବ୍ରହ୍ମଗିରି(ରବି ନାରାୟଣ ପୂଜାରୀ): ପୁରୀ ଜିଲ୍ଲା ବ୍ରହ୍ମଗିରି ଗାଁରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହି ଗାଁକୁ ଶଟ୍ଡାଉନ୍ ଘୋଷଣା କରାଯାଇଛି। ଆଜି ସକାଳ ୧୦ଟାରୁ ସୋମବାର ସକାଳ ୯ ଟା ପର୍ଯ୍ୟନ୍ତ ଏହି ଶଟ୍ଡାଉନ୍ କଟକଣା ବଳବତ୍ତର ରହିବ। ବ୍ରହ୍ମଗିରି ସରପଞ୍ଚ ମଧୁସ୍ମିତା ସାହୁ ଏହି ଘୋଷଣା କରିଛନ୍ତି। ଗାଁର ପ୍ରତିଟି ପ୍ରବେଶ ପଥକୁ ସିଲ୍ କରି ଦିଆଯାଇଛି। ଏହାସହ ଗାଁକୁ ବାହାର ଲୋକ ଆସିବେ ନାହିଁ କି, ଗାଁ ଲୋକେ ବାହାରକୁ ଯିବେ ନାହିଁ ବୋଲି କୁହାଯାଇଛି।
Advertisment
ତେବେ କରୋନା ସଂକ୍ରମଣରୁ ମୁକ୍ତି ପାଇଁ ସରପଞ୍ଚଙ୍କ ଏହି ନିଷ୍ପତ୍ତିକୁ ପଞ୍ଚାୟତବାସୀ ସମର୍ଥନ କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
