Advertisment

ବ୍ରହ୍ମପୁର: ନବବିବାହିତାଙ୍କୁ ହତ୍ୟା ଅଭିଯୋଗ

ବ୍ରହ୍ମପୁର: ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ବଳରାମପଲ୍ଲୀ ଗ୍ରାମରେ ଜଣେ ନବବିବାହିତ ମହିଳାଙ୍କୁ କିରାସିନି ଢାଳି ପୋଡ଼ି ଦିଆଯାଇଥିବାର ଅଭିଯୋଗ ହୋଇଛି। ଗତକାଲି ବିଳମ୍ୱିତ ରାତିରେ ଏହି ଘଟଣା ଘଟିଛି। ପ୍ରାୟ ଶତ ପ୍ରତିଶତ ପୋଡ଼ି ଯାଇଥିବା ପ୍ରମିଳା ସାହୁଙ୍କୁ ଗୁରୁତର ଅବସ୍ଥାରେ ଆଜି ସକାଳୁ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ତେବେ କିଛି ସମୟ ପରେ ତାଙ୍କର ମୃତ୍ୟୁ ଘଟିଥିଲା। ସୁନା ଆଣିବା ପାଇଁ କହି ତାର ସ୍ୱାମୀ ତାକୁ ପୋଡ଼ି ଦେଇଛନ୍ତି ବୋଲି […]

ବ୍ରହ୍ମପୁର: ନବବିବାହିତାଙ୍କୁ ହତ୍ୟା ଅଭିଯୋଗ

brahmpur

Advertisment

ବ୍ରହ୍ମପୁର: ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ବଳରାମପଲ୍ଲୀ ଗ୍ରାମରେ ଜଣେ ନବବିବାହିତ ମହିଳାଙ୍କୁ କିରାସିନି ଢାଳି ପୋଡ଼ି ଦିଆଯାଇଥିବାର ଅଭିଯୋଗ ହୋଇଛି। ଗତକାଲି ବିଳମ୍ୱିତ ରାତିରେ ଏହି ଘଟଣା ଘଟିଛି। ପ୍ରାୟ ଶତ ପ୍ରତିଶତ ପୋଡ଼ି ଯାଇଥିବା ପ୍ରମିଳା ସାହୁଙ୍କୁ ଗୁରୁତର ଅବସ୍ଥାରେ ଆଜି ସକାଳୁ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ତେବେ କିଛି ସମୟ ପରେ ତାଙ୍କର ମୃତ୍ୟୁ ଘଟିଥିଲା। ସୁନା ଆଣିବା ପାଇଁ କହି ତାର ସ୍ୱାମୀ ତାକୁ ପୋଡ଼ି ଦେଇଛନ୍ତି ବୋଲି ଅଭିଯୋଗ ହୋଇଛି। ପ୍ରମିଳାଙ୍କ ଶ୍ୱଶୂର କହିଛନ୍ତି, ଘରେ କେବଳ ପୁଅ ବୋହୂ ଥିଲେ। ପୁଅ ୪ ଦିନ ହେଲା ଝଗଡ଼ା କରୁଥିଲା ଏଣୁ ପୁଅ ହିଁ କିରାସିନି ଢାଳି ବୋହୂକୁ ପୋଡ଼ିଛି। ଗତ ୫ ମାସ ତଳେ କୁକୁଡ଼ାଖଣ୍ଡିର ଗୋବର୍ଦ୍ଧନ ସାହୁଙ୍କ ଝିଅ ବଳରାମପଲ୍ଲୀର କୃଷ୍ଣଚନ୍ଦ୍ର ସାହୁଙ୍କ ପୁଅ ସୁବାସ ସାହୁଙ୍କୁ ବିବାହ କରିଥିଲେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe