Advertisment

‘ସିଜରିଆନ ପାଇଁ ୨୨ଶହ ଦିଅ’, ସରକାରୀ ଡାକ୍ତରଖାନାରେ ଲାଞ୍ଚ କାରବାରର ଭିଡିଓ ଭାଇରାଲ

ପୁରୀ(ଓଡ଼ିଶା ରିପୋର୍ଟର): ମାଗଣା ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ନିମନ୍ତେ ସରକାର ଡେଙ୍ଗୁରା ପିଟୁଥିବା ବେଳେ ଏହାର  ଓଲଟା ଚିତ୍ର କିନ୍ତୁ ଦେଖିବାକୁ ମିଳିଛି ପୁରୀ ସରକାରୀ ଡାକ୍ତରଖାନାରେ। ସିଜରିଆନ ନିମନ୍ତେ ଜଣେ ପ୍ରସୂତିଙ୍କ ସମ୍ପର୍କୀୟଙ୍କ ନିକଟରୁ ଡାକ୍ତରଖାନା କର୍ମଚାରୀ ୨୨ ଶହ ଟଙ୍କା ଲାଞ୍ଚ ମାଗୁଥିବାର ଭିଡିଓ ଭାଇରାଲ ହେଉଛି। ମିଳିଥିବା ସୂଚନା ଅନୁଯାୟୀ, ଗତ ୫ ତାରିଖ ଶନିବାର ପୁରୀ ଗୋପ ଅଞ୍ଚଳର ସଂଗ୍ରାମ ପରିଡ଼ା ନିଜର ଜଣେ ସମ୍ପର୍କୀୟା ମହିଳାଙ୍କୁ ପ୍ରସୂତି ପାଇଁ ପୁରୀ […]

author-image
Niharika Rout
ଅଦ୍ୟତନ ହୋଇଛି
‘ସିଜରିଆନ ପାଇଁ ୨୨ଶହ ଦିଅ’, ସରକାରୀ ଡାକ୍ତରଖାନାରେ ଲାଞ୍ଚ କାରବାରର  ଭିଡିଓ ଭାଇରାଲ

ouri

ପୁରୀ(ଓଡ଼ିଶା ରିପୋର୍ଟର): ମାଗଣା ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ନିମନ୍ତେ ସରକାର ଡେଙ୍ଗୁରା ପିଟୁଥିବା ବେଳେ ଏହାର  ଓଲଟା ଚିତ୍ର କିନ୍ତୁ ଦେଖିବାକୁ ମିଳିଛି ପୁରୀ ସରକାରୀ ଡାକ୍ତରଖାନାରେ। ସିଜରିଆନ ନିମନ୍ତେ ଜଣେ ପ୍ରସୂତିଙ୍କ ସମ୍ପର୍କୀୟଙ୍କ ନିକଟରୁ ଡାକ୍ତରଖାନା କର୍ମଚାରୀ ୨୨ ଶହ ଟଙ୍କା ଲାଞ୍ଚ ମାଗୁଥିବାର ଭିଡିଓ ଭାଇରାଲ ହେଉଛି।

Advertisment

ମିଳିଥିବା ସୂଚନା ଅନୁଯାୟୀ, ଗତ ୫ ତାରିଖ ଶନିବାର ପୁରୀ ଗୋପ ଅଞ୍ଚଳର ସଂଗ୍ରାମ ପରିଡ଼ା ନିଜର ଜଣେ ସମ୍ପର୍କୀୟା ମହିଳାଙ୍କୁ ପ୍ରସୂତି ପାଇଁ ପୁରୀ ଡାକ୍ତରଖାନାରେ ଆଶମିଶନ କରାଇଥିଲେ । ତେବେ ତୁରନ୍ତ ସିଜରିଆନ୍ କରିବା ପାଇଁ ସଂଗ୍ରାମଙ୍କୁ ୨୨ଶହ ଟଙ୍କା ଲାଞ୍ଚ ମାଗିଥିଲେ ମେଡିକାଲ ଷ୍ଟାଫ୍ ।

ଆଗକୁ ପଢନ୍ତୁ : ଲୋକାୟୁକ୍ତରେ ହାଜର ହେଲେ IAS ହେମନ୍ତ ଶର୍ମା, ଯାମିନୀ ଷଡ଼ଙ୍ଗୀ

ପୁଣି ଛୁଆ ଜନ୍ମ ହେଲା ପରେ ୯ଶହ ଟଙ୍କା ମଗାଯାଇଥିଲା । ତେବେ ମେଡିକାଲରେ ଲାଞ୍ଚ କାରବାର ହେଉଥିବା ଅଭିଯୋଗ ନେଇ ପୁରୀ ଏଡିଏମ୍ଓଙ୍କୁ ଯୋଗାଯୋଗ କରାଯାଇଥିଲା । ସେ ଘଟଣାର ତଦନ୍ତ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

Advertisment
Corruption Odia News