ଲାଞ୍ଚ ମାଗୁଛନ୍ତି, ଦୁର୍ବ୍ୟବହାର କରୁଛନ୍ତି ଦ୍ୱିତୀୟ ଭଗବାନ!

ବୌଦ୍ଧ/ବଲାଙ୍ଗିର(ଭାର୍ଜନ/ମନୋରଞ୍ଜନ): ରୋଗୀଙ୍କୁ ନୂଆ ଜୀବନ ଦେଇଥାନ୍ତି ଡାକ୍ତର। ସେଥିପାଇଁ ତାଙ୍କୁ ଦ୍ୱିତୀୟ ଭଗବାନଙ୍କ ସହିତ ତୁଳନା କରାଯାଇଥାଏ। ହେଲେ ସେହି ଦ୍ୱିତୀୟ ଭଗବାନ ଆଜିକାଲି ଲାଞ୍ଚ ମାଗୁଛନ୍ତି ଓ ଦୁର୍ବ୍ୟହାର କରୁଛନ୍ତି। ତାହା ପୁଣି ନିଜ ବିଭାଗର କର୍ମଚାରୀଙ୍କ ଉପରେ। ଯଦି ଡାକ୍ତର ନିଜ ବିଭାଗର କର୍ମଚାରୀଙ୍କୁ ଏପରି ବ୍ୟବହାର ପ୍ରଦର୍ଶନ କରୁଛନ୍ତି, ତାହାହେଲେ ସେମାନେ ରୋଗୀଙ୍କୁ କେମିତି ଚିକିତ୍ସା କରୁଥିବେ? ତାହା ସାଧାରଣରେ ଅନୁମେୟ। ଆଜି ଏପରି ଦୁଇଟି ଅଭିଯୋଗ ବୌଦ୍ଧ ଓ ବଲାଙ୍ଗିର ଜିଲ୍ଲାରୁ […]

lancha

lancha

Manoranjan Sial
  • Published: Thursday, 19 September 2019
  • Updated: 19 September 2019, 10:07 PM IST

Sports

Latest News

ବୌଦ୍ଧ/ବଲାଙ୍ଗିର(ଭାର୍ଜନ/ମନୋରଞ୍ଜନ): ରୋଗୀଙ୍କୁ ନୂଆ ଜୀବନ ଦେଇଥାନ୍ତି ଡାକ୍ତର। ସେଥିପାଇଁ ତାଙ୍କୁ ଦ୍ୱିତୀୟ ଭଗବାନଙ୍କ ସହିତ ତୁଳନା କରାଯାଇଥାଏ। ହେଲେ ସେହି ଦ୍ୱିତୀୟ ଭଗବାନ ଆଜିକାଲି ଲାଞ୍ଚ ମାଗୁଛନ୍ତି ଓ ଦୁର୍ବ୍ୟହାର କରୁଛନ୍ତି। ତାହା ପୁଣି ନିଜ ବିଭାଗର କର୍ମଚାରୀଙ୍କ ଉପରେ। ଯଦି ଡାକ୍ତର ନିଜ ବିଭାଗର କର୍ମଚାରୀଙ୍କୁ ଏପରି ବ୍ୟବହାର ପ୍ରଦର୍ଶନ କରୁଛନ୍ତି, ତାହାହେଲେ ସେମାନେ ରୋଗୀଙ୍କୁ କେମିତି ଚିକିତ୍ସା କରୁଥିବେ? ତାହା ସାଧାରଣରେ ଅନୁମେୟ। ଆଜି ଏପରି ଦୁଇଟି ଅଭିଯୋଗ ବୌଦ୍ଧ ଓ ବଲାଙ୍ଗିର ଜିଲ୍ଲାରୁ ଆସିଛି।

ବୌଦ୍ଧ ଜିଲ୍ଲା ମନମୁଣ୍ଡା ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନରେ ଥିବା ବରଗଛା ଉପସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଅଛନ୍ତି ଝୁମି ସାହୁ। ସେ ଗର୍ଭବତୀ ଥିବାରୁ ଗତ ଜୁଲାଇ ପହିଲାରୁ ଛୁଟିରେ ଥିଲେ। ସେତେବେଳେ ସେ ଲାଞ୍ଚ ନଦେବାରୁ ତାଙ୍କର ୪ ମାସର ଦରମା ପ୍ରାୟ ୮୦ ହଜାର ଟଙ୍କାର ବିଲ୍‌ ପାସ୍‌ କରିନଥିଲେ ମେଡିକାଲ୍ ଅଫିସର। ଏବେ ଚାକିରିରେ ଯୋଗଦେବା ପରେ ମଧ୍ୟ ଟଙ୍କା ନଦେଲେ ସସ୍‌ପେଣ୍ଡ କରିଦେବାର ଧମକ ଦେଉଛନ୍ତି। ମନମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମେଡିକାଲ୍ ଅଫିସର୍ ମହେନ୍ଦ୍ରନାଥ ସାଏ ଏପରି ମାନସିକ ନିର୍ଯାତନା ଦେଉଥିବା ଝୁମି ସାହୁ ଅଭିଯୋଗ କରିଛନ୍ତି। ଏପରିକି ବକେୟା ଦରମା ବିଲ୍‌ ପାସ୍‌ ପାଇଁ ଲାଞ୍ଚ ବାବଦକୁ ୨୦ ହଜାର ଟଙ୍କା ମାଗିଥିବା ଅଭିଯୋଗ ହୋଇଛି। ଯାହା ରେକର୍ଡ ହୋଇଥିବା ଫୋନ୍ କଲ୍‌ରୁ ଜଣାପଡ଼ିଛି।

ଝୁମି ସାହୁ ପଚାରୁଛନ୍ତି-“ଆପଣ ତ କହିବେ କହିଲେ, କିଛି କହିଲେନି...।

ଡାକ୍ତର ମହେନ୍ଦ୍ରନାଥ ସାଏ ଉତ୍ତର ଦେଉଛନ୍ତି-“କଣ କହିବି... ସେଇଟା ତ ସର୍ଟଆଉଟ୍‌ କରିବେ... ଫିଫ୍ଟି-ଫିଫ୍ଟି କରିଦେବେ... ଆଜିକାଲି କଥାବାର୍ତ୍ତା ଫୋନ୍‌ରେ ହେବାକଥା ନୁହେଁ... ସେଥିପାଇଁ ସର୍ଟରେ କହିଦେଉଛି... ତୁମେ ଅଧା ନିଅ...।

ଏହି ପୂରା କେଳେଙ୍କାରୀରେ ସଂପୃକ୍ତ ମେଡିକାଲ୍ ସୁପରଭାଇଜର୍ ସୁଦର୍ଶନ ପ୍ରଧାନ ମଧ୍ୟ ଝୁମିଙ୍କୁ ପିସି ନଦେଲେ ଚାକିରି ଯିବାର ଧମକ ଦେଉଛନ୍ତି। ଯାହା ଫୋନ୍‌ରେ ରେକର୍ଡ ହୋଇଯାଇଛି।

ସୁଦର୍ଶନ ପ୍ରଧାନ କହୁଛନ୍ତି-“ଏତେ ଯୁକ୍ତି କରନାହିଁ ଦିଦି, ୫୦୦ ଦେଇଦିଅ, ନହେଲେ ତୁମେ ବୁଝିବ... ମୁଁ କହିଦେବି ସାର୍‌ଙ୍କୁ...।

ଝୁମା ପଚାରୁଛନ୍ତି-“ସାର୍‌ ମୁଁ ଯୁକ୍ତି କଣ କଲି କୁହନ୍ତୁ... ମୁଁ ତ ଠିକ୍‌ କଥା କହିଲି...।

ସୁଦର୍ଶନ ପ୍ରଧାନ ଉତ୍ତର ଦେଲେ-“୫୦୦ରୁ ଗୋଟିଏ କାଟିଲେ, ତୁମ ଟଙ୍କାରୁ ଗୋଟିଏ ଟଙ୍କା ନେବିନାହିଁ... ଯାହା କରିବା କଥା କରିବି...।

ତେବେ ଏହି ସମସ୍ତ ଅଭିଯୋଗକୁ ମେଡିକାଲ୍ ଅଫିସର୍ ଖଣ୍ଡନ କରିଛନ୍ତି। ବୌଦ୍ଧ ସିଡିଏମ୍ଓ ଡାକ୍ତର ଲକ୍ଷ୍ମୀଧର ସାହୁ

କହିଛନ୍ତି, ଜିଲ୍ଲାପାଳଙ୍କୁ ଏ ସମ୍ପର୍କରେ ଅବଗତ କରାଯାଇଛି। ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡାକ୍ତର ସାହୁ କହିଛନ୍ତି।

ବଲାଙ୍ଗିର ଭୀମଭୋଇ ମେଡ଼ିକାଲ କଲେଜ ଓ ହସ୍ପିଟାଲ୍‌ରେ କ୍ୟାନସରେ ପୀଡ଼ିତା କର୍ମଚାରୀଙ୍କୁ ଅଧିକ୍ଷକ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଛି। ଗତବର୍ଷ କ୍ୟାନ୍ସର ଆକ୍ରାନ୍ତ ହୋଇଥିଲେ ମେଡିକାଲ୍‌ର ଅସ୍ଥାୟୀ ସଫେଇ କର୍ମଚାରୀ ସାରତି ନାଗ ଚିକିତ୍ସା ପରେ ଗତ ୧ ତାରିଖରେ ପୁଣି ଥରେ କାର୍ଯ୍ୟରେ ଯୋଗ ଦେଇଥିଲେ। ତେବେ ଗତ ୬ ତାରିଖରେ ବନ୍ୟା ଯୋଗୁ ସେ କାମକୁ ଯାଇ ନପାରିବାରୁ ତାଙ୍କୁ ବହିଷ୍କାର କରିଥିଲେ ଅଧିକ୍ଷକ।

ଗତ ୧୨ ତାରିଖରେ ଚାକିରି ପାଇଁ ଗୁହାରି କରିବାକୁ ଯାଇଥିବା ବେଳେ ଅଧୀକ୍ଷକ ତାଙ୍କୁ ଓ ତାଙ୍କ ସଂପର୍କୀୟଙ୍କୁ ଗାଳିଗୁଲଜ କରିଥିଲେ। ଏପରିକି ମାଡ଼ ମାରିଥିବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି। ତେବେ ଏ ସମ୍ପର୍କରେ ଅଧିକ୍ଷକ ଡାକ୍ତର ନାରାୟଣ ଆଚାର୍ଯ୍ୟ କିଛି କହିବାକୁ ମନା କରିଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story