ବାହାଘର ଭାଙ୍ଗିଦେଲା ଖାସି ମାଂସ । ସମ୍ବଲପୁର ସହର ଧମା ଥାନା ଅଂଚଳରେ ଘଟିଛି ଅଭାବନୀୟ ଘଟଣା। ସ୍ଥାନୀୟ ଅଂଚଳର ଜଣେ ଯୁବତୀଙ୍କ ବାହାଘର ସୁନ୍ଦରଗଡ଼ର ଜଣେ ଯୁବକଙ୍କ ସହ ସ୍ଥିର ହୋଇଥିଲା। ତେବେ ବିଳମ୍ବିତ ରାତିରେ ମଟନ ସରି ଯିବାରୁ ଏହାକୁ ନେଇ ଦେଖାଦେଇଥିଲା ବିବାଦ। ବରର ସାଙ୍ଗମାନେ ମଟନ୍ ପାଇଁ ଅଡି ବସିଥିଲେ। ଶେଷରେ ସ୍ଥିତି ଏମିତି ହେଲା ଯେ, କନ୍ୟା ପକ୍ଷ ଭୁଲ ମାଗିଥିଲେ। କିନ୍ତୁ ବରପକ୍ଷ ଶୁଣି ନଥିଲେ। ଖାସି ମାଂସ ନହେଲେ ବାହାଘର ହେବ ନାହି ବୋଲି ଜିଦ୍ ଧରିଥିଲେ। ଶେଷରେ ମୁହଁ ଖୋଲିଥିଲେ କନିଆଁ। ସେ ବାହା ହେବାକୁ ସିଧାସଳଖ ମନା କରିଦେଇଥିଲେ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Odisha
ଇତିଶ୍ରୀ ମାଗୁଛି ଜୀବନ ଭିକ୍ଷା
ଏକ ଘରୋଇ ବ୍ୟାଙ୍କରେ ଚାକିରି କରି ଗରିବ ପରିବାରର ଗୁଜୁରାଣ ମେଣ୍ଟାନ୍ତି । ହେଲେ ସେତକ ଖୁସି ଛଡାଇ ନେଲେ ଇଶ୍ନର । ଇତିଶ୍ରୀ ଏବେ କିଡନୀ ରୋଗରେ ଆକ୍ରାନ୍ତ ।
Odisha
ଓଡ଼ିଶାରେ ବିଶ୍ବ ବିରଳ ବ୍ୟବସ୍ଥା
ମୁଖ୍ୟମନ୍ତ୍ରୀ ଭୁବନେଶ୍ବରରେ ବସୁଛନ୍ତି ଆଉ ପାଣ୍ଡିଆନ ରାଜ୍ୟ ସାରା ବୁଲୁଛନ୍ତି। କହୁଛନ୍ତି ଆପଣଙ୍କ କଥା ବୁଝିବା ପାଇଁ ମୁଖ୍ୟମନ୍ତ୍ରୀ ମୋତେ ପଠାଇଛନ୍ତି। ଲୋକଙ୍କ ଦ୍ବାରା ଗାଣତାନ୍ତ୍ରିକ ଉପାୟରେ ନିର୍ବାଚିତ ପ୍ରତିନିଧିଙ୍କୁ ଦେଖିବାକୁ ମିଳୁନି।
Odisha
IAS ଅଫିସରଙ୍କୁ ଛୁଇଁବାକୁ ଡର ?
IAS ଅଫିସରଙ୍କ ବିରୋଧରେ ଦୁର୍ନୀତି । ନା ବାବା ନା ! ଦୁର୍ନୀତିରେ ସ୍ଲଂଶ୍ଲିଷ୍ଟ ଆଇଏଏସ ବାବୁଙ୍କୁ ଧରିବାକୁ ଡରୁଛନ୍ତି କି ରାଜ୍ୟ ସରକାର?