ବର ମାଗିଲା ଖାସି ଝୋଳ କନିଆ ଭାଙ୍ଗିଦେଲା ବାହାଘର | Odisha Reporter
Advertisment
ବାହାଘର ଭାଙ୍ଗିଦେଲା ଖାସି ମାଂସ । ସମ୍ବଲପୁର ସହର ଧମା ଥାନା ଅଂଚଳରେ ଘଟିଛି ଅଭାବନୀୟ ଘଟଣା। ସ୍ଥାନୀୟ ଅଂଚଳର ଜଣେ ଯୁବତୀଙ୍କ ବାହାଘର ସୁନ୍ଦରଗଡ଼ର ଜଣେ ଯୁବକଙ୍କ ସହ ସ୍ଥିର ହୋଇଥିଲା। ତେବେ ବିଳମ୍ବିତ ରାତିରେ ମଟନ ସରି ଯିବାରୁ ଏହାକୁ ନେଇ ଦେଖାଦେଇଥିଲା ବିବାଦ। ବରର ସାଙ୍ଗମାନେ ମଟନ୍ ପାଇଁ ଅଡି ବସିଥିଲେ। ଶେଷରେ ସ୍ଥିତି ଏମିତି ହେଲା ଯେ, କନ୍ୟା ପକ୍ଷ ଭୁଲ ମାଗିଥିଲେ। କିନ୍ତୁ ବରପକ୍ଷ ଶୁଣି ନଥିଲେ। ଖାସି ମାଂସ ନହେଲେ ବାହାଘର ହେବ ନାହି ବୋଲି ଜିଦ୍ ଧରିଥିଲେ। ଶେଷରେ ମୁହଁ ଖୋଲିଥିଲେ କନିଆଁ। ସେ ବାହା ହେବାକୁ ସିଧାସଳଖ ମନା କରିଦେଇଥିଲେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us