Advertisment

ଭୁଶୁଡିଲା ନିର୍ମାଣାଧୀନ ବ୍ରିଜ

କେନ୍ଦ୍ରାପଡା(ମନୋଜ କୁମାର ସ୍ୱାଇଁ): ଭୁଶୁଡିଲା ନିର୍ମାଣାଧୀନ ବ୍ରିଜ୍‌। କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକ ମନ୍ତେଇଠାରେ ଅଶ୍ରୁଖଳା ନାଳ ଉପରେ ନିର୍ମାଣାଧିନ ବିଜୁ ସେତୁର ଗୋଟିଏ ସ୍ପାନ ଭୁଶୁଡ଼ି ପଡ଼ିଛି। ୨୦୧୬ ଡିସେମ୍ବର ୧୨ରେ ଏହାର ଶିଳାନ୍ୟାସ କରାଯାଇଥିଲା। ପ୍ରାୟ ୨.୫ କୋଟି ଟଙ୍କା ବ୍ୟୟରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପୋଲଟି ନିର୍ମାଣ କରାଯାଉଛି। ପୋଲଟିରେ ୭ଟି ଖୁଣ୍ଟ ହେବାକୁ ଥିବାବେଳେ ୨ ନମ୍ବର ପିଲରର କାମ ଚାଲିଥିଲା। ତେବେ ସଟରିଙ୍ଗ ଦବି ଯିବାରୁ ସ୍ପାନ୍‌ର ଛାତରୁ […]

ଅଦ୍ୟତନ ହୋଇଛି
ଭୁଶୁଡିଲା ନିର୍ମାଣାଧୀନ ବ୍ରିଜ

Bridge collapse-1

Advertisment

କେନ୍ଦ୍ରାପଡା(ମନୋଜ କୁମାର ସ୍ୱାଇଁ): ଭୁଶୁଡିଲା ନିର୍ମାଣାଧୀନ ବ୍ରିଜ୍‌। କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକ ମନ୍ତେଇଠାରେ ଅଶ୍ରୁଖଳା ନାଳ ଉପରେ ନିର୍ମାଣାଧିନ ବିଜୁ ସେତୁର ଗୋଟିଏ ସ୍ପାନ ଭୁଶୁଡ଼ି ପଡ଼ିଛି। ୨୦୧୬ ଡିସେମ୍ବର ୧୨ରେ ଏହାର ଶିଳାନ୍ୟାସ କରାଯାଇଥିଲା। ପ୍ରାୟ ୨.୫ କୋଟି ଟଙ୍କା ବ୍ୟୟରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପୋଲଟି ନିର୍ମାଣ କରାଯାଉଛି। ପୋଲଟିରେ ୭ଟି ଖୁଣ୍ଟ ହେବାକୁ ଥିବାବେଳେ ୨ ନମ୍ବର ପିଲରର କାମ ଚାଲିଥିଲା। ତେବେ ସଟରିଙ୍ଗ ଦବି ଯିବାରୁ ସ୍ପାନ୍‌ର ଛାତରୁ କଂକ୍ରିଟ ଗଳି ପଡ଼ିଛି। କେବଳ ବାଇଣ୍ଡିଂ ହୋଇଥିବା ରଡ୍ ଝୁଲି ରହିଛି।

Advertisment

ଦୀର୍ଘ ୫ ବର୍ଷଧର ଏହି ପୋଲ କାର୍ଯ୍ୟ ଚାଲୁଥିଲେ ମଧ୍ୟ ପୋଲ ସମ୍ବନ୍ଧରେ କେବଳ ଉଦଘାଟନ ବୋର୍ଡକୁ ଛାଡ଼ିଦେଲେ ସେଠାରେ ବିଭାଗ ପକ୍ଷରୁ କୈଣସି ଏଷ୍ଟିମେଣ୍ଟ ବା ସ୍ଥାନ ବିବରଣୀ ବୋର୍ଡ ଲଗାଯାଇନାହିଁ। ପୋଲରେ କାମ କରୁଥିବା ଶତାଧିକ ଶ୍ରମିକ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ନିମ୍ନମାନର ବାଲି, ସିମେଣ୍ଟ  ବ୍ୟବହାର ଯୋଗୁଁ ଏଭଳି ପରିସ୍ଥିତି ଉପୁଜିଥିବା ଲୋକେ ଅଭିଯୋଗ କରିଛନ୍ତି। ପୋଲ ଭୁଶୁଡ଼ି ପଡ଼ିବା ପରେ ଠିକାଦାର ଓ ବିଭାଗୀୟ ଅଧିକାରୀ ନିର୍ମାଣସ୍ଥଳରୁ ଫେରାର ହୋଇଯାଇଛନ୍ତି। ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ବି ମୋବାଇଲ୍ ଫୋନ୍ ସ୍ୱିଚ୍‌ ଅଫ୍ ଥିବାରୁ ଯୋଗାଯୋଗ ହୋଇପାରିନାହିଁ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe