Advertisment

ଓଡ଼ିଶାରେ ଚିନ୍ତା ବଢ଼ାଉଛି ବ୍ରିଟେନର ନୂଆ କରୋନା ଷ୍ଟ୍ରେନ୍

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବ୍ରିଟେନରେ କରୋନାର ନୂଆ ଷ୍ଟ୍ରେନ୍ ଏବେ ସମସ୍ତଙ୍କୁ ଚିନ୍ତାରେ ପକାଇଛି। ବ୍ରିଟେନରୁ କେତେ ଜଣ ଭୁବନେଶ୍ୱରକୁ ଫେରିଛନ୍ତି, ତା’ର ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର। ସରକାରଙ୍କ ତଥ୍ୟ ମୁତାବକ, ଭୁବନେଶ୍ୱରକୁ ୪୩ ଜଣ ଯାତ୍ରର ବ୍ରିଟେନରୁ ଆସିଛନ୍ତି। ଯେଉଁମାନେ ବ୍ରିଟେନରୁ ଫେରିଛନ୍ତି, ସେମାନଙ୍କ ଠାରେ କରୋନା ଭୂତାଣରୁ ନୂଆ ଷ୍ଟ୍ରେନ୍ ଅଛି କି ନାହିଁ, ତାହା ଜାଣିବା ପାଇଁ ସରକାର ସମସ୍ତଙ୍କର ଟେଷ୍ଟ କରିବେ। ନଭେମ୍ବର ୨୫ରୁ ଡିସେମ୍ବର ୨୩ ତାରିଖ ଭିତରେ […]

author-image
Ranjit Kumar Jena
ପାଞ୍ଚ ରାଜ୍ୟକୁ କେନ୍ଦ୍ରର ଚିଠି, ନିୟମ କଡ଼ାକଡ଼ି ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ

corona

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବ୍ରିଟେନରେ କରୋନାର ନୂଆ ଷ୍ଟ୍ରେନ୍ ଏବେ ସମସ୍ତଙ୍କୁ ଚିନ୍ତାରେ ପକାଇଛି। ବ୍ରିଟେନରୁ କେତେ ଜଣ ଭୁବନେଶ୍ୱରକୁ ଫେରିଛନ୍ତି, ତା'ର ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର। ସରକାରଙ୍କ ତଥ୍ୟ ମୁତାବକ, ଭୁବନେଶ୍ୱରକୁ ୪୩ ଜଣ ଯାତ୍ରର ବ୍ରିଟେନରୁ ଆସିଛନ୍ତି। ଯେଉଁମାନେ ବ୍ରିଟେନରୁ ଫେରିଛନ୍ତି, ସେମାନଙ୍କ ଠାରେ କରୋନା ଭୂତାଣରୁ ନୂଆ ଷ୍ଟ୍ରେନ୍ ଅଛି କି ନାହିଁ, ତାହା ଜାଣିବା ପାଇଁ ସରକାର ସମସ୍ତଙ୍କର ଟେଷ୍ଟ କରିବେ।

Advertisment

ନଭେମ୍ବର ୨୫ରୁ ଡିସେମ୍ବର ୨୩ ତାରିଖ ଭିତରେ ବ୍ରିଟେନରୁ ଆସିଥିବା ସମସ୍ତ ବିଦେଶୀ ଓ ଭାରତୀୟ ନାଗରିକଙ୍କ ପାଇଁ କୋଭିଡ୍ ପ୍ରୋଟକଲକୁ କଡ଼ାକ଼ଡ଼ି କରାଯାଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି। ଏମାନଙ୍କ ପାଇଁ ସେଲ୍ଫ ଡିକ୍ଲାରେସନ୍ ଏବଂ ୧୪ ଦିନିଆ କ୍ୱାରେଣ୍ଟାଇନକୁ ବାଧ୍ୟତାମୂଳକ କରାଯାଇଛି। ଏୟାରପୋର୍ଟରେ ମଧ୍ୟ ଯାଞ୍ଚକୁ ଅଧିକ କଡ଼ାକଡ଼ି କରାଯିବା ସହ ହେଲ୍ପ ଡେସ୍କ ଖୋଲାଯିବାକୁ ନିଷ୍ପତ୍ତି ନିଆଯାଇଛି।

ବିଏମସିର ସୂଚନା ଅନୁସାରେ ୧୮ ତାରିଖରେ ବ୍ରିଟେନରୁ ଦିଲ୍ଲୀ ହୋଇ ଫେରିଥିବା ସଂପୃକ୍ତ ଯୁବକଙ୍କୁ ଛାଡ଼ିଦେଲେ ପରିବାରର ଅନ୍ୟ ତିନିଜଣଙ୍କ ସ୍ୱାବ୍ ଟେଷ୍ଟ ନେଗେଟିଭ୍ ରହିଛି। ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ବି ସରିଯାଇଛି। ତେବେ ବ୍ରିଟେନରେ ଚିହ୍ନଟ କରୋନାର ନୂଆ ଷ୍ଟ୍ରେନ୍ ସାର୍ସ- କୋଭ୍-୨ ସଂପୃକ୍ତ ଯୁବକଙ୍କ ଠାରେ ଅଛି ନା ନାହିଁ ଜାଣିବାକୁ ଆକ୍ରାନ୍ତଙ୍କ ସ୍ୱାବ୍ ପରୀକ୍ଷା ପାଇଁ ପୁନେ ପଠାଯିବା ସହ ତାଙ୍କୁ ହସ୍ପିଟାଲରେ ରଖାଯାଇଛି। ତେଣୁ ବର୍ତ୍ତମାନ ସ୍ଥିତିରେ ଭୟ କରିବାର ଆବଶ୍ୟକତା ନାହିଁ ବୋଲି କୁହାଯାଇଛି।

Advertisment

ତଥ୍ୟ କହୁଛି କରୋନା ଭୂତାଣରୁ ନୂଆ ଷ୍ଟ୍ରେନ୍ ପୂର୍ବ ତୁଳନାରେ ୭୦ପ୍ରତିଶତ ଅଧିକ ସଂକ୍ରମଣକ୍ଷମ। ସେଥିପାଇଁ ସମସ୍ତ ବ୍ରିଟେନ୍ ଫେରନ୍ତାଙ୍କ ଉପରେ ଏବେ ସତର୍କ ନଜର ରଖାଯାଇଛି। ଆଇଏଲଏସ୍ ନିର୍ଦ୍ଦେଶକଙ୍କ ସୂଚନା ଅନୁଯାୟୀ, ଏଣିକି ବ୍ରିଟେନରୁ ଫେରି କରୋନା ଆକ୍ରାନ୍ତ ସମସ୍ତଙ୍କର ଜିନମ୍ ସିକ୍ୱେନ୍ସିଂ କରାଯିବ। ଏଥିପାଇଁ ଦେଶର ପ୍ରମୁଖ ୫ଟି ପ୍ରତିଷ୍ଠାନ ସହ ଆଇଏଲଏସ୍ ଭୁବନେଶ୍ୱରକୁ ଚିହ୍ନଟ କରାଯାଇଛି। କରୋନାର ନୂଆ ଷ୍ଟ୍ରେନ୍ ସେମାନଙ୍କ ଠାରେ ଅଛି କି ନାହିଁ ଜିନ୍ ଅନୁଶୀଳନରୁ ୪ ଦିନରେ ଜଣାପଡ଼ି ଯିବ ବୋଲି ଆଇଏଲଏସ୍ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।